Biblia Todo Logo
Bib sou entènèt

- Piblisite -




ଯିହିଜିକଲ 11:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ସଦାପ୍ରଭୁଙ୍କ ଗୃହର ପୂର୍ବାଭିମୁଖ ପୂର୍ବ-ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ସେହି ଦ୍ୱାର ନିକଟରେ ପଚିଶ ଜଣ ପୁରୁଷ ଥିଲେ; ପୁଣି, ସେମାନଙ୍କ ମଧ୍ୟରେ ମୁଁ ଲୋକମାନଙ୍କର ଅଧିପତି ଅସୂରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପ୍ଲଟୀୟକୁ ଦେଖିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଆତ୍ମା ମୋତେ ଉଠାଇ ସଦାପ୍ରଭୁଙ୍କ ଗୃହର ପୂର୍ବାଭିମୁଖ ପୂର୍ବ-ଦ୍ଵାର ନିକଟକୁ ଆଣିଲେ; ଆଉ ଦେଖ, ସେହି ଦ୍ଵାର ନିକଟରେ ପଚିଶ ଜଣ ପୁରୁଷ ଥିଲେ ; ପୁଣି, ସେମାନଙ୍କ ମଧ୍ୟ ସ୍ଥାନରେ ମୁଁ ଲୋକମାନଙ୍କର ଅଧିପତି ଅସ୍ସୁରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପ୍ଲଟୀୟକୁ ଦେଖିଲି।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ସଦାପ୍ରଭୁଙ୍କ ଗୃହର ପୂର୍ବାଭିମୁଖ ପୂର୍ବ-ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ସେହି ଦ୍ୱାର ନିକଟରେ ପଚିଶ ଜଣ ପୁରୁଷ ଥିଲେ; ପୁଣି, ସେମାନଙ୍କ ମଧ୍ୟରେ ମୁଁ ଲୋକମାନଙ୍କର ଅଧିପତି ଅସ୍‍ସୁରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପ୍ଲଟୀୟକୁ ଦେଖିଲି।

Gade chapit la Kopi

ପବିତ୍ର ବାଇବଲ

1 ଅନନ୍ତର ଏକ ପବନ ମୋତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ୱାର ନିକଟକୁ ମୋତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସେହି ପ୍ରବେଶ ଦ୍ୱାର ନିକଟରେ ପଚିଶ୍ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଆଉ ସେମାନଙ୍କ ମଧ୍ୟରେ ମୁଁ ଅସସୁରର ପୁତ୍ର ଯାସନିୟଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାୟର ପୁତ୍ର ପ୍ଲଟିୟକୁ ଦେଖିଲି।

Gade chapit la Kopi




ଯିହିଜିକଲ 11:1
23 Referans Kwoze  

ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଦର୍ଶନରେ କଲ୍‍ଦୀୟ ଦେଶକୁ ନିର୍ବାସିତ ଲୋକମାନଙ୍କ ନିକଟକୁ ଆଣିଲେ। ତହୁଁ ମୁଁ ଯେଉଁ ଦର୍ଶନ ପାଇଥିଲି, ତାହା ମୋʼ ନିକଟରୁ ଊର୍ଦ୍ଧ୍ୱଗମନ କଲା।


ପୁଣି, ମୁଁ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ ବନାୟର ପୁତ୍ର ପ୍ଲଟୀୟ ମଲା। ତହିଁରେ ମୁଁ ଉବୁଡ଼ ହୋଇ ପଡ଼ି ଉଚ୍ଚସ୍ୱରରେ କ୍ରନ୍ଦନ କରି କହିଲି, “ଆହା, ପ୍ରଭୁ, ସଦାପ୍ରଭୁ! ତୁମ୍ଭେ କି ଇସ୍ରାଏଲର ଅବଶିଷ୍ଟାଂଶକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?”


ଏଥିଉତ୍ତାରେ ସେ ମୋତେ ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ, ଆଉ ଦେଖ, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ଊଣାଧିକ ପଚିଶ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ପ୍ରତି ପିଠି କରି ଓ ପୂର୍ବଦିଗ ପ୍ରତି ମୁଖ କରିଅଛନ୍ତି; ଆଉ, ସେମାନେ ପୂର୍ବଦିଗ ପ୍ରତି ସୂର୍ଯ୍ୟକୁ ପ୍ରଣାମ କଲେ।


ପୁଣି, ସେ ଏକ ହସ୍ତର ଆକୃତି ବିସ୍ତାର କରି ମୋʼ ମସ୍ତକର କେଶ ଧରିଲେ; ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନକୁ ଉଠାଇଲେ ଓ ଈଶ୍ୱରୀୟ ଦର୍ଶନକ୍ରମେ ଯିରୂଶାଲମକୁ, ଭିତର ପ୍ରାଙ୍ଗଣର ଉତ୍ତରାଭିମୁଖ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ; ସେହି ସ୍ଥାନରେ ଅନ୍ତର୍ଜ୍ୱାଳାଜନକ ଅନ୍ତର୍ଜ୍ୱାଳା ପ୍ରତିମା ସ୍ଥାପିତ ଥିଲା।


ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲେ; ତହୁଁ ମୁଁ ଦୁଃଖିତ ଓ ପରମେଶ୍ୱରଙ୍କ ଆତ୍ମାରେ ତାପିତ ହୋଇ ଗମନ କଲି, ପୁଣି, ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ପ୍ରବଳ ଥିଲା।


ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇଲେ, ତହିଁରେ ମୁଁ ଆପଣା ପଶ୍ଚାତରେ, “ଧନ୍ୟ ସଦାପ୍ରଭୁଙ୍କର ମହିମା,” ଏହି କଥା ମହା ଖରତର ଶବ୍ଦର ନ୍ୟାୟ ତାହାଙ୍କ ସ୍ଥାନରୁ ଶୁଣିଲି।


ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,


ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ।


ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଯିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି; ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଜଳ ପରି ଢାଳିବା।


ଏଥିଉତ୍ତାରେ ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ବୁର ପ୍ରସ୍ଥ ହିଁ ଏତିକି।


ସଦାପ୍ରଭୁଙ୍କ ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା ଓ ସେ ତାହାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ; ଆଉ, ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା।


ତାହାର ଅଧିପତିମାନେ ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ ଓ ପ୍ରାଣୀମାନଙ୍କୁ ବିନାଶ କରିବା ପାଇଁ ମୃଗୟା ବିଦାରିବାକୁ ଉତ୍ସୁକ, କେନ୍ଦୁଆଗଣ ପରି ତହିଁ ମଧ୍ୟରେ ଅଛନ୍ତି।


ତହିଁରେ କିରୂବମାନେ ଆପଣା ଆପଣା ପକ୍ଷ ଉଠାଇଲେ, ଆଉ ମୋʼ ସାକ୍ଷାତରେ ଭୂମିରୁ ଊର୍ଦ୍ଧ୍ୱକୁ ଗମନ କଲା ବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ; ପୁଣି, ସଦାପ୍ରଭୁଙ୍କ ଗୃହର ପୂର୍ବ-ଦ୍ୱାରର ପ୍ରବେଶ ସ୍ଥାନରେ ସେମାନେ ଠିଆ ହେଲେ; ସେହି ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ସେମାନଙ୍କ ଉପରେ ବିଦ୍ୟମାନ ଥିଲା।


ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା; ପ୍ରତ୍ୟେକେ ଲାଞ୍ଚ ଭଲ ପାʼନ୍ତି ଓ ପାରିତୋଷିକର ପଶ୍ଚାଦ୍‍ବର୍ତ୍ତୀ ହୁଅନ୍ତି; ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ, କିଅବା ବିଧବାର ଗୁହାରି ସେମାନଙ୍କ ନିକଟକୁ ଆସେ ନାହିଁ।


ହେ ସଦୋମର ଶାସନକର୍ତ୍ତାମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ, ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର।


ଏଥିଉତ୍ତାରେ ବାବିଲ ରାଜା ଗଦଲୀୟଙ୍କୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ, ଅର୍ଥାତ୍‍, ନଥନୀୟର ପୁତ୍ର ଇଶ୍ମାୟେଲ ଓ କାରେହର ପୁତ୍ର ଯୋହାନନ୍‍ ଓ ନଟୋଫାତୀୟ ତନ୍‍ହୂମତର ପୁତ୍ର ସରାୟ ଓ ମାଖାଥୀୟର ପୁତ୍ର ଯାସନୀୟ ଓ ସେମାନଙ୍କର ଲୋକମାନେ ମିସ୍ପାକୁ ଗଦଲୀୟଙ୍କ ନିକଟକୁ ଆସିଲେ।


ଆଉ ସେମାନେ ଇଲୀଶାୟଙ୍କୁ କହିଲେ, “ଏବେ ଦେଖନ୍ତୁ, ଆପଣଙ୍କ ଦାସମାନଙ୍କ ସଙ୍ଗେ ପଚାଶ ବଳବାନ ଲୋକ ଅଛନ୍ତି; ଆମ୍ଭେମାନେ ବିନୟ କରୁଅଛୁ, ସେମାନେ ଯାଇ ଆପଣଙ୍କ ପ୍ରଭୁଙ୍କୁ ଖୋଜନ୍ତୁ; ହୋଇପାରେ, ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ ଅବା ଉପତ୍ୟକାରେ ପକାଇ ଦେଇଥିବେ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭେମାନେ ପଠାଅ ନାହିଁ।”


ମାତ୍ର ମୁଁ ଆପଣଙ୍କ ନିକଟରୁ ଗଲା କ୍ଷଣେ ଯେବେ ସଦାପ୍ରଭୁଙ୍କ ଆତ୍ମା ମୋହର ଅଜ୍ଞାତ କୌଣସି ସ୍ଥାନକୁ ଆପଣଙ୍କୁ ନେଇଯିବେ, ତେବେ ମୁଁ ଯାଇ ଆହାବଙ୍କୁ ସମ୍ବାଦ ଦେଲେ, ସେ ଆପଣଙ୍କୁ ପାଇ ନ ପାରି ମୋତେ ବଧ କରିବେ; ମାତ୍ର ଆପଣଙ୍କ ଦାସ ମୁଁ ବାଲ୍ୟକାଳାବଧି ସଦାପ୍ରଭୁଙ୍କୁ ଭୟ କରୁଅଛି।


ପୁଣି, ମୁଁ କବାର ନଦୀ ନିକଟରେ ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନଙ୍କର ଓ ଏମାନଙ୍କର ମୁଖର ଆକୃତି ଏକ, ସେମାନଙ୍କର ଆକୃତି ଓ ସେମାନେ ଏକ ଅଟନ୍ତି; ସେମାନେ ପ୍ରତ୍ୟେକେ ସମ୍ମୁଖ ଆଡ଼େ ଗମନ କଲେ।


ଏଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରକୁ ଆସି ତହିଁର ପାବଚ୍ଛ ଦେଇ ଉପରକୁ ଉଠିଲେ; ଆଉ, ଦ୍ୱାରର ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ହାତ ଓ ଅନ୍ୟ ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ହାତ ମାପିଲେ।


Swiv nou:

Piblisite


Piblisite