Biblia Todo Logo
Bib sou entènèt

- Piblisite -




ଯିହିଜିକଲ 10:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “ତୁମ୍ଭେ ସେହି ଘୂର୍ଣ୍ଣାୟମାନ ଚକ୍ରମାନର ମଧ୍ୟସ୍ଥାନକୁ, ଅର୍ଥାତ୍‍, କିରୂବର ତଳକୁ ଯାଇ, କିରୂବମାନର ମଧ୍ୟସ୍ଥାନରୁ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ନେଇ ନଗର ଉପରେ ବିଞ୍ଚି ଦିଅ।” ତହିଁରେ ସେ ବ୍ୟକ୍ତି ମୋʼ ସାକ୍ଷାତରେ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି, ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, ତୁମ୍ଭେ ସେହି ଘୂର୍ଣ୍ଣାୟମାନ ଚକ୍ରମାନର ମଧ୍ୟ-ସ୍ଥାନକୁ, ଅର୍ଥାତ୍, କିରୂବର ତଳକୁ ଯାଇ, କିରୂବମାନର ମଧ୍ୟ-ସ୍ଥାନରୁ ଏକ ଅଞ୍ଜଳିପୂର୍ଣ୍ଣ ଜ୍ଵଳ; ଅଙ୍ଗାର ନେଇ ନଗର ଉପରେ ବିଞ୍ଚି ଦିଅ। ତହିଁରେ ସେ ବ୍ୟକ୍ତି ମୋʼ ସାକ୍ଷାତରେ ଗଲେ।

Gade chapit la Kopi

ଓଡିଆ ବାଇବେଲ

2 ପୁଣି, ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “ତୁମ୍ଭେ ସେହି ଘୂର୍ଣ୍ଣାୟମାନ ଚକ୍ରମାନର ମଧ୍ୟସ୍ଥାନକୁ, ଅର୍ଥାତ୍‍, କିରୂବର ତଳକୁ ଯାଇ, କିରୂବମାନର ମଧ୍ୟସ୍ଥାନରୁ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ନେଇ ନଗର ଉପରେ ବିଞ୍ଚି ଦିଅ।” ତହିଁରେ ସେ ବ୍ୟକ୍ତି ମୋ’ ସାକ୍ଷାତରେ ଗଲେ।

Gade chapit la Kopi

ପବିତ୍ର ବାଇବଲ

2 ଏବଂ ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “କିରୁବଦୂତଗଣର ନିମ୍ନରେ ଥିବା ତୁମ୍ଭେ ସେହି ଘୂର୍ଣ୍ଣୟମାନ ଚକ୍ର ମଧ୍ୟରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ସଂଗ୍ରହ କର ଓ ସେଗୁଡ଼ିକ ଉପରେ ବିଞ୍ଚି ଦିଅ।” ତହିଁରେ ସେହି ବ୍ୟକ୍ତି ଗ୍ଭଲିଗଲା, ଯେହେତୁ ମୁଁ ଦେଖୁଥିଲି।

Gade chapit la Kopi




ଯିହିଜିକଲ 10:2
19 Referans Kwoze  

ପରେ ସେହି ଦୂତ ଧୂପଦାନୀ ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ। ସେଥିରେ ବଜ୍ରଧ୍ୱନୀ, ବିଭିନ୍ନ ସ୍ୱର, ବିଜୁଳି ଓ ଭୂମିକମ୍ପ ହେଲା।


ଏହି ଜୀବିତ ପ୍ରାଣୀମାନଙ୍କ ଆକୃତି ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲ ସଦୃଶ ଥିଲା; ତାହା ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲା ଓ ସେହି ଅଗ୍ନି ତେଜୋମୟ ଓ ସେହି ଅଗ୍ନିରୁ ବିଦ୍ୟୁତ୍ ନିର୍ଗତ ହେଲା।


କିରୂବମାନେ ଗମନ କରିବା ବେଳେ ଚକ୍ରସବୁ ସେମାନଙ୍କର ପାର୍ଶ୍ୱରେ ଗମନ କଲେ: ପୁଣି, କିରୂବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ହିଁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ।


ପୁଣି, ସଦାପ୍ରଭୁ ଆପଣା କ୍ରୋଧର ପ୍ରଚଣ୍ଡତା ଓ ସର୍ବଗ୍ରାସକ ଅଗ୍ନିଶିଖା, ତୋଫାନ, ଝଡ଼ ଓ ଶିଳାବୃଷ୍ଟି ଦ୍ୱାରା ଆପଣାର ପ୍ରତାପାନ୍ୱିତ ରବ ଶୁଣାଇବେ ଓ ଆପଣା ହସ୍ତର ଅବରୋହଣ ଦେଖାଇବେ।


ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ। ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ; ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ।


ଏଉତ୍ତାରେ ଦେଖ, ଶୁକ୍ଳବସ୍ତ୍ର ପରିହିତ ଓ ଆପଣା ପାର୍ଶ୍ୱରେ କାଳୀଘଡ଼ିଧାରୀ ସେହି ପୁରୁଷ ସମ୍ବାଦ ଦେଇ କହିଲେ, “ଆପଣ ଆମ୍ଭକୁ ଯେପରି ଆଜ୍ଞା କଲେ, ଆମ୍ଭେ ସେହିପରି କରିଅଛୁ।”


ପୁଣି ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ଆଉ ଯିରୂଶାଲମର ସମସ୍ତ ଗୃହ, ଅର୍ଥାତ୍‍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା।


ପୁଣି, ସେ କିରୂବ ଉପରେ ଆରୋହଣ କରି ଉଡ଼ିଲେ; ହଁ, ସେ ବାୟୁର ପକ୍ଷ ଉପରେ ବେଗରେ ଉଡ଼ିଲେ।


ମୁଁ ଦେଖୁ ଦେଖୁ, କେତେଗୋଟି ସିଂହାସନ ସ୍ଥାପିତ ହେଲା, ପୁଣି ଅନେକ କାଳର ବୃଦ୍ଧ ଉପବିଷ୍ଟ ହେଲେ। ତାହାଙ୍କର ବସ୍ତ୍ର ହିମ ତୁଲ୍ୟ ଶୁକ୍ଳବର୍ଣ୍ଣ, ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷର ଲୋମ ତୁଲ୍ୟ ଥିଲା। ତାହାଙ୍କର ସିଂହାସନ ଅଗ୍ନିଶିଖାମୟ ଓ ତହିଁର ଚକ୍ରସକଳ ଜ୍ୱଳନ୍ତ ଅଗ୍ନି।


ତୁମ୍ଭେ ସୁବର୍ଣ୍ଣର ଦୁଇ କିରୂବ ପ୍ରସ୍ତୁତ କରିବ; ପିଟାକର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ।


Swiv nou:

Piblisite


Piblisite