Biblia Todo Logo
Bib sou entènèt

- Piblisite -




ଯିହିଜିକଲ 1:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷୀର ଶବ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶବ୍ଦ ତୁଲ୍ୟ କୋଳାହଳ ଶବ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷର ଶଦ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶଦ୍ଦ ତୁଲ୍ୟ କୋଳାହଳ ଶଦ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ।

Gade chapit la Kopi

ଓଡିଆ ବାଇବେଲ

24 ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷୀର ଶବ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶବ୍ଦ ତୁଲ୍ୟ କୋଳାହଳ ଶବ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ।

Gade chapit la Kopi

ପବିତ୍ର ବାଇବଲ

24 ଏବଂ ସେମାନେ ଗମନ କଲା ସମୟରେ ମୁଁ ସେମାନଙ୍କର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ୱର ତୁଲ୍ୟ ଓ ସୈନ୍ୟଦଳର କୋଳାହଳ ଶବ୍ଦ ତୁଲ୍ୟ ଥିଲା। ସେମାନେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।

Gade chapit la Kopi




ଯିହିଜିକଲ 1:24
12 Referans Kwoze  

ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା।


ମଧ୍ୟ ତାଙ୍କ ଶରୀର ବୈଦୁର୍ଯ୍ୟମଣି ତୁଲ୍ୟ ଓ ତାଙ୍କ ମୁଖ ବିଦ୍ୟୁତ୍‍ର ଆଭା ତୁଲ୍ୟ ଓ ତାଙ୍କ ଚକ୍ଷୁ ଜ୍ୱଳ; ମଶାଲ ତୁଲ୍ୟ, ଆଉ ତାଙ୍କ ହସ୍ତ ଓ ପାଦ ପରିଷ୍କୃତ ପିତ୍ତଳର ଆଭା ତୁଲ୍ୟ ଓ ତାଙ୍କ ବାକ୍ୟର ରବ ଲୋକସମୂହର ରବ ତୁଲ୍ୟ।


ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ।


ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳକଲ୍ଲୋଳ ଓ ଘୋର ମେଘଗର୍ଜ୍ଜନ ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, “ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ବର ରାଜତ୍ୱ ଗ୍ରହଣ କରିଅଛନ୍ତି।


ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର; ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି।


ସଦାପ୍ରଭୁ ମଧ୍ୟ ଆକାଶମଣ୍ଡଳରେ ବଜ୍ରନାଦ କଲେ ଓ ସର୍ବୋପରିସ୍ଥ ଆପଣା ରବ ଉଚ୍ଚାରଣ କଲେ।


ତୁମ୍ଭେମାନେ ପରମେଶ୍ୱରଙ୍କ ରବର ଶବ୍ଦ ଓ ତାହାଙ୍କ ମୁଖନିର୍ଗତ ସ୍ୱର ଶୁଣ।


ଆଉ, ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷୀର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।


କାରଣ ସଦାପ୍ରଭୁ ଅରାମୀୟମାନଙ୍କ ସୈନ୍ୟଗଣକୁ ରଥ ଶବ୍ଦ ଓ ଅଶ୍ୱ ଶବ୍ଦ, ଅର୍ଥାତ୍‍, ମହାସୈନ୍ୟ ଶବ୍ଦ ଶୁଣାଇଥିଲେ; ତହିଁରେ ସେମାନେ ପରସ୍ପର କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବା ପାଇଁ ହିତ୍ତୀୟମାନଙ୍କ ରାଜାଗଣକୁ ଓ ମିସରୀୟମାନଙ୍କ ରାଜାଗଣକୁ ଆମ୍ଭମାନଙ୍କ ପ୍ରତିକୂଳରେ ବେତନ ଦେଇ ନିଯୁକ୍ତ କରିଅଛି।”


ପୁଣି, ସେହି ଜୀବିତ ପ୍ରାଣୀମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କରନ୍ତେ, ମୁଁ ତହିଁର ଶବ୍ଦ ଓ ସେମାନଙ୍କ ପାର୍ଶ୍ୱସ୍ଥ ଚକ୍ରର ଶବ୍ଦ, ଏହି ମହା ଖରତର ଶବ୍ଦ ଶୁଣିଲି।


Swiv nou:

Piblisite


Piblisite