Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 8:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପୁଣି ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝାଙ୍କ ହେବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

22 ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ

22 କିନ୍ତୁ ମୁଁ ଇସ୍ରାଏଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ୟବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହେବ। ଗୋଶନରେ କୌଣସି ମାଛି ହେବ ନାହିଁ, ଯେଉଁଠାରେ ମୋର ଲୋକମାନେ ବାସ କରୁଛନ୍ତି। ଏହି ପ୍ରକାରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ।

Gade chapit la Kopi




ଯାତ୍ରା ପୁସ୍ତକ 8:22
19 Referans Kwoze  

ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ଓ ମିସରୀୟମାନଙ୍କ ପଶୁଗଣ ମଧ୍ୟରେ ପ୍ରଭେଦ କରିବେ; ତହିଁରେ ଇସ୍ରାଏଲ ସନ୍ତାନମାନଙ୍କର କୌଣସି ପଶୁ ମରିବ ନାହିଁ।’”


ସେତେବେଳେ ତୁମ୍ଭେମାନେ, ଧାର୍ମିକ ଓ ଦୁଷ୍ଟ, ଯେ ପରମେଶ୍ୱରଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ।


ଓ ତିନି ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲେ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ସମସ୍ତ ବାସ ସ୍ଥାନରେ ଆଲୁଅ ଥିଲା।


ଏହିରୂପେ ଆମ୍ଭେ ମିସରରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”


ଆରଦିନ ସଦାପ୍ରଭୁ ସେହି କର୍ମ କଲେ, ତହିଁରେ ମିସରୀୟମାନଙ୍କ ସମସ୍ତ ପଶୁ ମଲେ; ମାତ୍ର ଇସ୍ରାଏଲ ସନ୍ତାନମାନଙ୍କ ପଶୁଗଣ ମଧ୍ୟରୁ ଗୋଟିଏ ହେଁ ମଲା ନାହିଁ।


ସଦାପ୍ରଭୁ ସିୟୋନଠାରୁ ତୁମ୍ଭ ପରାକ୍ରମ-ଦଣ୍ଡ ପ୍ରେରଣ କରିବେ; ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ୱ କର।


ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ; ଆଉ ଆମ୍ଭେ ମିସର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ପୁଣି, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ।


ସେତେବେଳେ ମୋଶା ତାଙ୍କୁ କହିଲେ, “ମୁଁ ନଗରରୁ ବାହାର ହୋଇଗଲା କ୍ଷଣେ ସଦାପ୍ରଭୁଙ୍କ ନିକଟରେ ଆପଣ ହସ୍ତ ବିସ୍ତାର କରିବି, ତହିଁରେ ମେଘ ଗର୍ଜ୍ଜନ ନିବୃତ୍ତ ହେବ ଓ ଶିଳାବୃଷ୍ଟି ଆଉ ହେବ ନାହିଁ; ପୁଣି, ଏହି ପୃଥିବୀ ଯେ ସଦାପ୍ରଭୁଙ୍କର, ତାହା ଆପଣ ଜାଣି ପାରିବେ।


କେବଳ ଇସ୍ରାଏଲ-ସନ୍ତାନଗଣର ବାସସ୍ଥାନ ଗୋଶନ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ।


ସେ କହିଲେ, “ଆସନ୍ତାକାଲି କର।” ସେତେବେଳେ ମୋଶା କହିଲେ, “ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହାନ୍ତି, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ।


ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, ଆମ୍ଭେ ଯେ ସଦାପ୍ରଭୁ, ତାହା ତୁମ୍ଭେ ଏତଦ୍ଦ୍ୱାରା ଜ୍ଞାତ ହେବ; ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ।


ତଥାପି ପୃଥିବୀ ମଧ୍ୟରେ ପରିତ୍ରାଣ ସାଧନକାରୀ ପରମେଶ୍ୱର ପୂର୍ବରୁ ଆମ୍ଭର ରାଜା ଅଟନ୍ତି।


ପୁଣି, ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ।”


ପୁଣି, ଯଦି ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝିଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ।


ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ପ୍ରଭେଦ କରିବା; ଆସନ୍ତାକାଲି ଏହି ଚିହ୍ନ ହେବ।’”


ଏବେ ତୁମ୍ଭେମାନେ ଯଦି ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର।


ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।


ସେତେବେଳେ ତୁମ୍ଭେମାନେ କହିବ, ‘ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁ ବ୍ୟବସାୟୀ;’ ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସରୀୟମାନଙ୍କ ନିକଟରେ ଘୃଣାଯୋଗ୍ୟ ଅଟନ୍ତି।”


Swiv nou:

Piblisite


Piblisite