Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 5:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତଥାପି କାର୍ଯ୍ୟଶାସକମାନେ ଚଞ୍ଚଳ କରାଇ କହିଲେ, “ପାଳ ପାଇବା ବେଳେ ଯେପରି ତୁମ୍ଭେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତିଦିନ ସମ୍ପୂର୍ଣ୍ଣ କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତଥାପି କାର୍ଯ୍ୟଶାସକମାନେ ତ୍ଵରା କରାଇ କହିଲେ, ପାଳ ପାଇବା ବେଳେ ଯେପରି ତୁମ୍ଭେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତିଦିନ ସମ୍ପୂର୍ଣ୍ଣ କର।

Gade chapit la Kopi

ଓଡିଆ ବାଇବେଲ

13 ତଥାପି କାର୍ଯ୍ୟଶାସକମାନେ ଚଞ୍ଚଳ କରାଇ କହିଲେ, “ପାଳ ପାଇବା ବେଳେ ଯେପରି ତୁମ୍ଭେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତିଦିନ ସମ୍ପୂର୍ଣ୍ଣ କର।”

Gade chapit la Kopi

ପବିତ୍ର ବାଇବଲ

13 କ୍ରୀତଦାସମାନଙ୍କର ମୁନିବମାନେ ସେମାନଙ୍କର କାର୍ଯ୍ୟକୁ କଠିନ କରାଇଲେ ଏବଂ ସେମାନଙ୍କୁ ବାଧ୍ୟ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ।

Gade chapit la Kopi




ଯାତ୍ରା ପୁସ୍ତକ 5:13
7 Referans Kwoze  

ଏଥିଉତ୍ତାରେ ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍‍, ପିଥୋମ୍‍ ଓ ରାମିଷେଷ୍‍ ନିର୍ମାଣ କରାଇଲେ।


ଆଉ ଫାରୋ ସେହି ଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ,


ତହିଁରେ ଲୋକମାନେ ପାଳ ବଦଳେ କୁଟା ସଂଗ୍ରହ କରିବାକୁ ସମସ୍ତ ମିସର ଦେଶରେ ଛିନ୍ନଭିନ୍ନ ହୋଇଗଲେ।


ଫାରୋଙ୍କର କାର୍ଯ୍ୟଶାସକମାନେ ଇସ୍ରାଏଲ ବଂଶୀୟ ଯେଉଁ କାର୍ଯ୍ୟାଧ୍ୟକ୍ଷମାନଙ୍କୁ ରଖିଥିଲେ; ସେମାନଙ୍କୁ ପ୍ରହାର କରି କହିଲେ, “ତୁମ୍ଭେମାନେ ପୂର୍ବ ପରି ଇଟା ବନାଇବାର ନିରୂପିତ କର୍ମ କାହିଁକି ଆଜିକାଲି ସମ୍ପୂର୍ଣ୍ଣ କରୁ ନାହଁ?”


ଯାଅ, ଯେଉଁଠାରେ ପାଳ ପାଇ ପାରିବ ସେହିଠାରୁ ଆପଣା ଆପଣା ନିମନ୍ତେ ତାହା ସଂଗ୍ରହ କର; ମାତ୍ର ତୁମ୍ଭମାନଙ୍କର କାର୍ଯ୍ୟ କିଛି ଊଣା ହେବ ନାହିଁ।’”


ଏଥିଉତ୍ତାରେ ସେମାନେ ଲିଖନାନୁସାରେ ପତ୍ରକୁଟୀର ପର୍ବ ପାଳନ କଲେ ଓ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବିଧିମତେ ସଂଖ୍ୟାନୁସାରେ ପ୍ରାତ୍ୟହିକ ହୋମବଳି ଉତ୍ସର୍ଗ କଲେ;


ସେ ନଗରର ଚହଳ ତୁଚ୍ଛ କରେ, କିଅବା ଅଡ଼ାଇବା ଲୋକର ଉଚ୍ଚ ଶବ୍ଦ ଶୁଣେ ନାହିଁ।


Swiv nou:

Piblisite


Piblisite