Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 4:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଆମ୍ଭେ ତୁମ୍ଭକୁ କହିଅଛୁ, ‘ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ିଦିଅ; ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଆମ୍ଭେ ତୁମ୍ଭକୁ କହିଅଛୁ, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ି ଦିଅ; ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା।

Gade chapit la Kopi

ଓଡିଆ ବାଇବେଲ

23 ଆମ୍ଭେ ତୁମ୍ଭକୁ କହିଅଛୁ, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ି ଦିଅ; ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା।

Gade chapit la Kopi

ପବିତ୍ର ବାଇବଲ

23 ସଦାପ୍ରଭୁ କହନ୍ତି, ‘ଇସ୍ରାଏଲ ହେଉଛି ମୋର ପ୍ରଥମଜାତ ପୁତ୍ର ଏବଂ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭେ ମୋର ପୁତ୍ରଙ୍କୁ ଛାଡ଼ିଦିଅ, ଯାହା ଫଳରେ ସେମାନେ ମୋର ଉପାସନା କରିବେ। ଯଦି ତୁମ୍ଭେ ସେମାନଙ୍କୁ ଯିବା ପାଇଁ ନ ଦିଅ, ତେବେ ମୁଁ ତୁମ୍ଭର ପ୍ରଥମଜାତ ପୁତ୍ରକୁ ହତ୍ୟା କରିବି।’”

Gade chapit la Kopi




ଯାତ୍ରା ପୁସ୍ତକ 4:23
22 Referans Kwoze  

ଏଥିଉତ୍ତାରେ ଅର୍ଦ୍ଧ ରାତ୍ର ସମୟରେ ସଦାପ୍ରଭୁ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୂପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କ ପ୍ରଥମଜାତ ଶାବକଗଣକୁ ଆଘାତ କଲେ।


ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ।


ସେ ମିସରର ପ୍ରଥମଜାତ ମନୁଷ୍ୟ ଓ ପଶୁ ଉଭୟକୁ ସଂହାର କଲେ।


ଆହୁରି, ସେ ସେମାନଙ୍କ ଦେଶରେ ସମସ୍ତ ପ୍ରଥମଜାତ, ସେମାନଙ୍କର ସମସ୍ତ ଶକ୍ତିର ପ୍ରଥମ ଫଳ ଆଘାତ କଲେ।


ସେ ମିସରରେ ପ୍ରଥମଜାତ ସମସ୍ତଙ୍କୁ, ହାମ୍‍ର ତମ୍ବୁରେ ସେମାନଙ୍କ ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ;


ପୁଣି, ଫାରୋକୁ କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ; ମାତ୍ର ଦେଖ, ତୁମ୍ଭେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରି ନାହଁ।


ଏଥିଉତ୍ତାରେ ମୋଶା ଓ ହାରୋଣ ପ୍ରବେଶ କରି ଫାରୋଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।’”


“ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ଯିବାକୁ ଦିଅ।”


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୁଅ; ଦେଖ, ସେ ଜଳ ନିକଟକୁ ଆସିଲେ, ତୁମ୍ଭେ ତାହାଙ୍କୁ ଏହି କଥା କହିବ, ‘ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୋଇ ତାହାଙ୍କୁ ଏହି କଥା କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ;


ସେତେବେଳେ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ କହିଲେ, “ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ତୁମ୍ଭେ ଆମ୍ଭ ସାକ୍ଷାତରେ ନମ୍ର ହେବାକୁ କେତେ କାଳ ନାସ୍ତି କରିବ? ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।


ଏଥିଉତ୍ତାରେ ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ଫାରୋଙ୍କ ପ୍ରତି ଓ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋଶା ଆପଣା ଶ୍ୱଶୁରଙ୍କୁ ଜଣାଇଲେ।


ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।


ଇସ୍ରାଏଲର ବାଲ୍ୟକାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିସରରୁ ଡାକିଲୁ।


ଏଥିରେ ସେମାନେ ତୁମ୍ଭ ରବରେ ଅବଧାନ କରିବେ; ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ମିସରର ରାଜା ନିକଟକୁ ଯାଇ ଏହି କଥା କହିବ, ‘ଏବ୍ରୀୟ ଲୋକମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି; ଏହେତୁ ବିନୟ କରୁଅଛୁ, ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମ୍ଭମାନଙ୍କୁ ତିନି ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦେଉନ୍ତୁ।’


ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ, ସମସ୍ତ ମିସର ଦେଶରେ ଯେପରି ଉକୁଣିଆ ପୋକ ହୁଅଇ, ଏଥିପାଇଁ ‘ତୁମ୍ଭେ ଆପଣା ଯଷ୍ଟି ଉଠାଇ ଭୂମିର ଧୂଳିରେ ପ୍ରହାର କର।’”


ତହିଁରେ ସେମାନେ ସେପ୍ରକାର କଲେ; ହାରୋଣ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା; ପୁଣି, ମିସର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା।


ମାତ୍ର ଯଦି ସେମାନଙ୍କୁ ଯିବା ପାଇଁ ନାସ୍ତି କରି ଏବେ ମଧ୍ୟ ବାଧା ଦେବ,


ମାତ୍ର ଯଦି ମୋହର ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କର, ତେବେ ଦେଖ, ଆମ୍ଭେ ଆସନ୍ତାକାଲି ତୁମ୍ଭ ଅଞ୍ଚଳକୁ ପଙ୍ଗପାଳ ଆଣିବା।


ସେତେବେଳେ ଫାରୋ ଆମ୍ଭମାନଙ୍କୁ ଯିବାକୁ ଦେବା ପାଇଁ କଠିନ ହୁଅନ୍ତେ, ସଦାପ୍ରଭୁ ମିସର ଦେଶସ୍ଥିତ ମନୁଷ୍ୟ ଓ ପଶ୍ୱାଦିର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ବଧ କରିଥିଲେ; ଏହେତୁ ଆମ୍ଭେ ପ୍ରଥମଜାତ ପୁତ୍ରସନ୍ତାନମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁ; ମାତ୍ର ଆମ୍ଭର ପ୍ରଥମଜାତ ପୁତ୍ର ସମସ୍ତଙ୍କୁ ମୁକ୍ତ କରୁ।’


Swiv nou:

Piblisite


Piblisite