Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 34:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତୁମ୍ଭେ ଛଅ ଦିନ କର୍ମ କରିବ, ମାତ୍ର ସପ୍ତମ ଦିନରେ ବିଶ୍ରାମ କରିବ; କୃଷି ଓ ଶସ୍ୟଚ୍ଛେଦନ ସମୟରେ ମଧ୍ୟ ବିଶ୍ରାମ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତୁମ୍ଭେ ଛଅ ଦିନ କର୍ମ କରିବ, ମାତ୍ର ସପ୍ତମ ଦିନରେ ବିଶ୍ରାମ କରିବ; କୃଷି ଓ ଶସ୍ୟଚ୍ଛେଦନ ସମୟରେ ମଧ୍ୟ ବିଶ୍ରାମ କରିବ।

Gade chapit la Kopi

ଓଡିଆ ବାଇବେଲ

21 ତୁମ୍ଭେ ଛଅ ଦିନ କର୍ମ କରିବ, ମାତ୍ର ସପ୍ତମ ଦିନରେ ବିଶ୍ରାମ କରିବ; କୃଷି ଓ ଶସ୍ୟ ଚ୍ଛେଦନ ସମୟରେ ମଧ୍ୟ ବିଶ୍ରାମ କରିବ।

Gade chapit la Kopi

ପବିତ୍ର ବାଇବଲ

21 “ତୁମ୍ଭେମାନେ ଛଅ ଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭେମାନେ ବିଶ୍ରାମ ନେବ। ତୁମ୍ଭେମାନେ ଏପରିକି ଶସ୍ୟ ବୁଣା ଏବଂ ଶସ୍ୟଅମଳ ସମୟରେ ଏହି ନିୟମ ପାଳନ କରିବ।

Gade chapit la Kopi




ଯାତ୍ରା ପୁସ୍ତକ 34:21
13 Referans Kwoze  

ତୁମ୍ଭେ ଛଅ ଦିନ ଆପଣା କର୍ମ କରି ସପ୍ତମ ଦିନରେ ବିଶ୍ରାମ କରିବ, ତହିଁରେ ତୁମ୍ଭର ଗୋରୁ ଓ ଗର୍ଦ୍ଦଭ ବିଶ୍ରାମ ପାଇବେ, ପୁଣି, ତୁମ୍ଭ ଦାସୀପୁତ୍ର ଓ ବିଦେଶୀ ଲୋକ ଆଶ୍ୱାସ ପାଇବେ।


କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ।


ପୁଣି, ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଚାଶପତି କରି ନିଯୁକ୍ତ କରିବ ଓ ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥସଜ୍ଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ।


ଆଉ ଯହିଁରେ ଚାଷ କି ବୁଣା ହୋଇ ନାହିଁ, ଏପରି ନିତ୍ୟ ଜଳସ୍ରୋତବାହୀ ତଳଭୂମିକୁ ସେହି ନଗରର ପ୍ରାଚୀନବର୍ଗ ସେହି ଗାଭୀକୁ ଆଣି ସେଠାରେ ତାହାର ବେକ ଭାଙ୍ଗିବେ।


ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହା ବିଶ୍ରାମବାର ହେବ, ଯେକେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ଡ ହେବ।


ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ।


ମଧ୍ୟ ଭୂମି ଚାଷକାରୀ ବଳଦ, ଯୁବା ଗର୍ଦ୍ଦଭମାନେ ଚାଲୁଣୀ ଓ କୁଲାରେ ଝଡ଼ା ସୁମିଶ୍ରିତ ଶସ୍ୟାଦି ଖାଇବେ।


ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକି ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟର ଚ୍ଛେଦନ ହେବ ନାହିଁ।


ଛଅ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହା ବିଶ୍ରାମବାର ଅଟେ; ସେହି ବିଶ୍ରାମବାରରେ ଯେକେହି କାର୍ଯ୍ୟ କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ।


ଛଅ ଦିନ କର୍ମ କରାଯିବ; ମାତ୍ର ସପ୍ତମ ଦିନ ମହା ବିଶ୍ରାମ, ଅର୍ଥାତ୍‍, ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ; ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।


ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମବାରରେ ଦ୍ରାକ୍ଷା ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝାଇ କରିବାର, ମଧ୍ୟ ବିଶ୍ରାମବାରରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଓ ସର୍ବପ୍ରକାର ବୋଝ ଯିରୂଶାଲମକୁ ଆଣିବାର ଦେଖିଲି; ପୁଣି, ଯେଉଁ ଦିନ ସେମାନେ ଭକ୍ଷ୍ୟଦ୍ରବ୍ୟ ବିକ୍ରୟ କଲେ, ସେହି ଦିନ ମୁଁ ସେମାନଙ୍କ ଚେତାବନୀ ଦେଲି।


Swiv nou:

Piblisite


Piblisite