Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 32:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ିଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ି ଦିଅ, ଆମ୍ଭର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ଵଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।

Gade chapit la Kopi

ଓଡିଆ ବାଇବେଲ

10 ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ି ଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।

Gade chapit la Kopi

ପବିତ୍ର ବାଇବଲ

10 ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”

Gade chapit la Kopi




ଯାତ୍ରା ପୁସ୍ତକ 32:10
21 Referans Kwoze  

ଆମ୍ଭଙ୍କୁ ଛାଡ଼ିଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ବିନାଶ କରିବା ଓ ଆକାଶମଣ୍ଡଳ ତଳୁ ସେମାନଙ୍କ ନାମ ଲୋପ କରିବା; ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଓ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବା।”


ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି, ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।”


କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ଡତା ଆଗରେ ମୁଁ ଭୀତ ହେଲି। ମାତ୍ର ସଦାପ୍ରଭୁ ସେହି ଥର ମଧ୍ୟ ମୋʼ ପ୍ରତି କର୍ଣ୍ଣପାତ କଲେ।


ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମ୍ଭେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ?”


ଏଥିରେ ସେ ଛାଉଣିର ନିକଟବର୍ତ୍ତୀ ହେବା ମାତ୍ରେ ସେହି ବାଛୁରି ଓ ନୃତ୍ୟ ଦେଖିଲେ; ତହିଁରେ ମୋଶାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ସେ ଆପଣା ହସ୍ତରୁ ସେହି ଦୁଇ ପ୍ରସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଭାଙ୍ଗିଲେ।


ତହିଁରେ ମୋଶା ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ନିବେଦନ କରି କହିଲେ, “ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଲୋକମାନଙ୍କୁ ଆପଣା ମହାପରାକ୍ରମ ଓ ବାହୁ ବଳରେ ମିସର ଦେଶରୁ ବାହାର କରି ଆଣିଅଛ, ସେମାନଙ୍କ ପ୍ରତିକୂଳରେ ତୁମ୍ଭର କ୍ରୋଧ କାହିଁକି ପ୍ରଜ୍ୱଳିତ ହେବ?


ପୁଣି, ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେଲେ, ଆମ୍ଭେ ତୁମ୍ଭମାନଙ୍କୁ ଖଡ୍ଗ ଦ୍ୱାରା ମାରିବା; ତହିଁରେ ତୁମ୍ଭମାନଙ୍କର ଭାର୍ଯ୍ୟାମାନେ ବିଧବା ହେବେ ଓ ସନ୍ତାନଗଣ ପିତୃହୀନ ହେବେ।


ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ।


ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।


ଆହୁରି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏହି ଲୋକମାନଙ୍କ ପକ୍ଷରେ ମଙ୍ଗଳ ପ୍ରାର୍ଥନା କର ନାହିଁ।


ଏନିମନ୍ତେ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଯାଅ; ମାତ୍ର ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ହୋଇ ଯିବା ନାହିଁ; ଗଲେ ଆମ୍ଭେ ପଥ ମଧ୍ୟରେ ତୁମ୍ଭଙ୍କୁ ସଂହାର କରିବା, କାରଣ ତୁମ୍ଭେ ଶକ୍ତଗ୍ରୀବ ଲୋକ।”


“ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ କର, ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।”


ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ।


ଏଣୁକରି ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ କାତରୋକ୍ତି ଅବା ପ୍ରାର୍ଥନା ଉତ୍ସର୍ଗ କର ନାହିଁ, ଆମ୍ଭ ନିକଟରେ ନିବେଦନ କର ନାହିଁ; କାରଣ ଆମ୍ଭେ ତୁମ୍ଭ କଥା ଶୁଣିବା ନାହିଁ।


ଏହେତୁ ତୁମ୍ଭେ ଏହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର ନାହିଁ, କିଅବା ସେମାନଙ୍କ ନିମନ୍ତେ ଉଚ୍ଚ ଆର୍ତ୍ତସ୍ୱର ଅବା ପ୍ରାର୍ଥନା କର ନାହିଁ, କାରଣ ସେମାନେ ଆପଣାମାନଙ୍କର ବିପଦ ସକାଶୁ ଆମ୍ଭ ନିକଟରେ ଆର୍ତ୍ତସ୍ୱର କଲା ବେଳେ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।


ମାତ୍ର ଇସ୍ରାଏଲ ବଂଶ ପ୍ରାନ୍ତରରେ ଆମ୍ଭର ବିଦ୍ରୋହାଚାରୀ ହେଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ, ମନୁଷ୍ୟ ଯଦି ତାହା ପାଳନ କରେ, ତେବେ ତହିଁରେ ସେ ବଞ୍ଚିବ; ପୁଣି, ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅତ୍ୟନ୍ତ ଅପବିତ୍ର କଲେ; ସେତେବେଳେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସଂହାର କରିବା ନିମନ୍ତେ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।


ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି, ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ।


Swiv nou:

Piblisite


Piblisite