Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 31:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଛଅ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହା ବିଶ୍ରାମବାର ଅଟେ; ସେହି ବିଶ୍ରାମବାରରେ ଯେକେହି କାର୍ଯ୍ୟ କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଛଅ ଦିନ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହାବିଶ୍ରାମଦିନ; ସେହି ବିଶ୍ରାମଦିନରେ ଯେ କେହି କାର୍ଯ୍ୟ କରଇ, ନିଶ୍ଚୟ ତାହାର ପ୍ରାଣଦଣ୍ତ ହେବ।

Gade chapit la Kopi

ଓଡିଆ ବାଇବେଲ

15 ଛଅ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହା ବିଶ୍ରାମଦିନ ଅଟେ; ସେହି ବିଶ୍ରାମଦିନରେ ଯେକେହି କାର୍ଯ୍ୟ କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ।

Gade chapit la Kopi

ପବିତ୍ର ବାଇବଲ

15 ଏକ ସପ୍ତାହରେ ଛଅ ଦିନ କାର୍ଯ୍ୟ କରାଯିବ ଏବଂ ସପ୍ତମ ଦିନରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନରେ ଯେକେହି କାର୍ଯ୍ୟ କରେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।

Gade chapit la Kopi




ଯାତ୍ରା ପୁସ୍ତକ 31:15
21 Referans Kwoze  

ପରମେଶ୍ୱର ସପ୍ତମ ଦିନରେ ଆପଣାର କାର୍ଯ୍ୟ ସମାପ୍ତ କରି ସେହି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।


ଛଅ ଦିନ କର୍ମ କରାଯିବ; ମାତ୍ର ସପ୍ତମ ଦିନ ମହା ବିଶ୍ରାମ, ଅର୍ଥାତ୍‍, ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ; ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।


ସେତେବେଳେ ମୋଶା ସେମାନଙ୍କୁ କହିଲେ, “ସଦାପ୍ରଭୁ ତାହା କହିଅଛନ୍ତି, ଯଥା, ‘କାଲି ମହା ବିଶ୍ରାମ ଦିନ, ଅର୍ଥାତ୍‍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ; ଏହେତୁ ତୁମ୍ଭମାନଙ୍କର ଯାହା ଭାଜିବାର, ତାହା ଭାଜ; ଯାହା ପାକ କରିବାର, ତାହା ପାକ କର; ପୁଣି, ଯାହା କିଛି ଅବଶିଷ୍ଟ ରହେ, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କରି ରଖ।’”


ତୁମ୍ଭେ ଛଅ ଦିନ କର୍ମ କରିବ, ମାତ୍ର ସପ୍ତମ ଦିନରେ ବିଶ୍ରାମ କରିବ; କୃଷି ଓ ଶସ୍ୟଚ୍ଛେଦନ ସମୟରେ ମଧ୍ୟ ବିଶ୍ରାମ କରିବ।


ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ।


କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ।


ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହା ବିଶ୍ରାମବାର ହେବ, ଯେକେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ଡ ହେବ।


ତାହା ଆମ୍ଭ ଓ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।’”


ଅତଏବ ଈଶ୍ବରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି।


ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ୱାର କାର୍ଯ୍ୟ କରିବାର ଛଅ ଦିନସାରା ବନ୍ଦ ରହିବ; ମାତ୍ର ବିଶ୍ରାମ ଦିନ ଖୋଲା ହେବ ଓ ଅମାବାସ୍ୟା ଦିନ ଖୋଲା ହେବ।


ସେହି ଦିନ ତୁମ୍ଭମାନଙ୍କର ମହା ବିଶ୍ରାମ ଦିନ ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ; ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ, ତୁମ୍ଭେମାନେ ଆପଣାମାନଙ୍କର ବିଶ୍ରାମ ଦିନ ପାଳନ କରିବ।”


ଏଣୁ ତୁମ୍ଭେମାନେ ବିଶ୍ରାମବାର ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟେ; ଯେକେହି ତାହା ଅପବିତ୍ର କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ; ପୁଣି, ଯେକୌଣସି ବ୍ୟକ୍ତି ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।


ତୁମ୍ଭେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମବାର ଅଟେ, ତହିଁରେ କିଛି ମିଳିବ ନାହିଁ।”


ତୁମ୍ଭେ ଛଅ ଦିନ ଆପଣା କର୍ମ କରି ସପ୍ତମ ଦିନରେ ବିଶ୍ରାମ କରିବ, ତହିଁରେ ତୁମ୍ଭର ଗୋରୁ ଓ ଗର୍ଦ୍ଦଭ ବିଶ୍ରାମ ପାଇବେ, ପୁଣି, ତୁମ୍ଭ ଦାସୀପୁତ୍ର ଓ ବିଦେଶୀ ଲୋକ ଆଶ୍ୱାସ ପାଇବେ।


ଏହେତୁ ଇସ୍ରାଏଲ-ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମବାର ପାଳନ କରିବେ।


ତୁମ୍ଭେମାନେ ବିଶ୍ରାମବାରରେ ଆପଣାମାନଙ୍କ କୌଣସି ବାସ ସ୍ଥାନରେ ଅଗ୍ନି ଜାଳିବ ନାହିଁ।”


ତୁମ୍ଭମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ; ସପ୍ତମ ମାସରେ ଓ ସେହି ମାସର ଦଶମ ଦିନରେ ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ଲୋକ ହେଉ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ ଓ କୌଣସି ପ୍ରକାର କର୍ମ କରିବ ନାହିଁ।


ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାନୁସାରେ ବିଶ୍ରାମବାର ପାଳନ କରି ପବିତ୍ର କର।


Swiv nou:

Piblisite


Piblisite