Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 “ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍‍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚ ଶହ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍‍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି, ଅଢ଼ାଇଶତ ଶେକଲ ସୁଗନ୍ଧି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ

Gade chapit la Kopi

ଓଡିଆ ବାଇବେଲ

23 “ତୁମ୍ଭେ ଆପଣା ନିକଟରେ ଏହିସବୁ ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍‍, ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତହିଁର ଅର୍ଦ୍ଧ, ଅର୍ଥାତ୍‍, ଅଢ଼ାଇଶତ ଶେକଲ ସୁଗନ୍ଧି ଦାରୁଚିନି, ଅଢ଼ାଇଶତ ଶେକଲ ସୁଗନ୍ଧି,

Gade chapit la Kopi

ପବିତ୍ର ବାଇବଲ

23 “ଏହି ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍ ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢ଼ାଇଶ ଶେକଲ ସୁଗନ୍ଧି ବାରୁଚିନୀ ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ ସଂଗ୍ରହ କର।

Gade chapit la Kopi




ଯାତ୍ରା ପୁସ୍ତକ 30:23
20 Referans Kwoze  

ବଦାନ ଓ ଯବନ ଲୋମନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ; ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତଲୌହ, ଗୁଡ଼ତ୍ୱକ୍‍ ଓ ସୁଗନ୍ଧି ବଚ ଥିଲା।


ଜଟାମାଂସୀ ଓ କୁଙ୍କୁମ, ବଚ ଓ ଦାରୁଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷବିଶିଷ୍ଟ ଗନ୍ଧରସ ଓ ଅଗୁରୁ, ସର୍ବପ୍ରକାର ପ୍ରଧାନ ପ୍ରଧାନ ସୁଗନ୍ଧି ବୃକ୍ଷବିଶିଷ୍ଟ।


ଶିବାର ଓ ରୟମାର ବ୍ୟବସାୟୀମାନେ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ସର୍ବପ୍ରକାର ଶ୍ରେଷ୍ଠ ଗନ୍ଧଦ୍ରବ୍ୟ ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର, ଆଉ ସୁବର୍ଣ୍ଣ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।


ଶିବା ଦେଶରୁ କୁନ୍ଦୁରୁ ଓ ଦୂର ଦେଶରୁ ସୁଗନ୍ଧି ବଚ ଆସିବାର ଫଳ କଅଣ? ତୁମ୍ଭମାନଙ୍କର ହୋମବଳିସବୁ ଗ୍ରାହ୍ୟ ନୁହେଁ, କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।


ମୋହର ପ୍ରିୟତମ ମୋʼ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋʼ ପ୍ରତି ଅଟନ୍ତି।


ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ; ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ; ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି।


ପୁଣି, ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ମୋହର ଶଯ୍ୟା ସୁବାସିତ କରିଅଛି।


ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ସୁବାସମୟ; ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତ ବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି।


ଏଉତ୍ତାରେ ସେ ଅଭିଷେକାର୍ଥକ ପବିତ୍ର ତୈଳ ଓ ଧୂପ ନିମନ୍ତେ ଗନ୍ଧବଣିକର କ୍ରିୟାନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ।


ଦୀପ ନିମନ୍ତେ ତୈଳ ପୁଣି, ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ,


ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,


ପାଞ୍ଚ ଶହ ଶେକଲ ଗୁଡ଼ତ୍ୱକ୍‍ ଓ ଏକ ହିନ୍‍ ଜୀତ ତୈଳ ସଂଗ୍ରହ କରିବ।


ପୁଣି, ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ, ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମ୍ଭକୁ ଦେଇଅଛୁ, ତଦନୁସାରେ ସେମାନେ କରିବେ।”


ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ।


ଏଥିଉତ୍ତାରେ ଶାମୁୟେଲ ତୈଳପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରି ନାହାନ୍ତି?


ପୁଣି, ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, “ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।”


ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧିଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ।


ତୁମ୍ଭେ ରୌପ୍ୟ ମୁଦ୍ରା ଦେଇ ଆମ୍ଭ ପାଇଁ ସୁଗନ୍ଧି ବଚ କ୍ରୟ କରି ନାହଁ, କିଅବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ; ମାତ୍ର ତୁମ୍ଭେ ଆପଣା ପାପ ଦ୍ୱାରା ଆମ୍ଭକୁ ଦାସ୍ୟକର୍ମ କରାଇଅଛ, ତୁମ୍ଭେ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ।


ଆଉ ସମସ୍ତ ଆବାସର ଓ ତନ୍ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟର, ପବିତ୍ର ସ୍ଥାନର ଓ ତହିଁରେ ସ୍ଥିତ ସମସ୍ତ ଦ୍ରବ୍ୟର ତତ୍ତ୍ୱାବଧାନ, ଅର୍ଥାତ୍‍, ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକର ହେବ।”


ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ, ସକଳ ପାତ୍ର, ସରୁ ମଇଦା, ଦ୍ରାକ୍ଷାରସ, ତୈଳ, କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲେ।


Swiv nou:

Piblisite


Piblisite