Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ସେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବା ସମୟରେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣାମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍‍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ସମୟରେ ଯେପରି ନ ମରନ୍ତି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ସେମାନେ ସମାଗମ-ତମ୍ଵୁରେ ପ୍ରବେଶ କରିବା ବେଳେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣା-ମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ବେଳେ ଯେପରି ନ ମରନ୍ତି,

Gade chapit la Kopi

ଓଡିଆ ବାଇବେଲ

20 ସେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବା ସମୟରେ ଯେପରି ନ ମରନ୍ତି, ଏଥିପାଇଁ ଜଳରେ ଆପଣାମାନଙ୍କୁ ଧୌତ କରିବେ; କିଅବା ସଦାପ୍ରଭୁଙ୍କର ସେବା ନିମନ୍ତେ, ଅର୍ଥାତ୍‍, ଅଗ୍ନିକୃତ ଉପହାର ଧୂପନ୍ୟାୟ ଦଗ୍ଧ କରିବା ନିମନ୍ତେ ବେଦି ନିକଟକୁ ଆସିବା ସମୟରେ ଯେପରି ନ ମରନ୍ତି,

Gade chapit la Kopi

ପବିତ୍ର ବାଇବଲ

20 ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲା ସମୟରେ ସେମାନେ ଧୋଇ ହେବା ଉଚିତ୍, ଯାହାଫଳରେ ସେମାନେ ମରିବେ ନାହିଁ। ଆଉ ମଧ୍ୟ ସେମାନେ ଯାଜକର କର୍ମ କରିବା ନିମନ୍ତେ ଯେତେବେଳେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ବେଦି ପାଖକୁ ଯିବେ,

Gade chapit la Kopi




ଯାତ୍ରା ପୁସ୍ତକ 30:20
14 Referans Kwoze  

ଏହିସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା। ସେଥିରେ ଯେତେ ଲୋକ ଏହା ଶୁଣିଲେ, ସମସ୍ତେ ଅତିଶୟ ଭୟ କଲେ।


ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ, ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ-ସନ୍ତାନଗଣ ମଧ୍ୟରେ କିଏ ଅଛି?


ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସିନ୍ଦୁକ ପ୍ରତି ହସ୍ତ ବିସ୍ତାର କରିବା ସକାଶୁ ସେ ତାହାକୁ ଆଘାତ କଲେ; ତହୁଁ ସେ ସେଠାରେ ପରମେଶ୍ୱରଙ୍କ ସାକ୍ଷାତରେ ମଲା।


ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।


ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ; ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୁଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।


ସେହିକ୍ଷଣି ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ।


ଆଉ ହାରୋଣ ଓ ତାହାର ପୁତ୍ରଗଣ ତହିଁରେ ଆପଣା ଆପଣା ହସ୍ତ ଓ ପଦ ପ୍ରକ୍ଷାଳନ କରିବେ।


ଏଥିପାଇଁ ସେମାନେ ଆପଣା ଆପଣା ହସ୍ତ ଓ ପଦ ଧୌତ କରିବେ; ଏହା ତାହାର ଓ ତାହା ବଂଶର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।”


ତହିଁରେ ମୋଶା, ହାରୋଣ ଓ ତାଙ୍କର ପୁତ୍ରଗଣ ଆପଣା ଆପଣା ହସ୍ତ ପଦ ପ୍ରକ୍ଷାଳନ କଲେ।


ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ।


ସେ ପବିତ୍ର ଶୁଭ୍ର ପୋଷାକ ପିନ୍ଧିବ, ଦେହରେ ଶୁଭ୍ର ଜଙ୍ଘିଆ ପିନ୍ଧିବ, ଶୁଭ୍ର କଟିବନ୍ଧନୀରେ କଟି ବାନ୍ଧିବ ଓ ଶୁଭ୍ର ପଗଡ଼ିରେ ଭୂଷିତ ହେବ; ଏହିସବୁ ପବିତ୍ର ବସ୍ତ୍ର; ଏଥିପାଇଁ ସେ ଜଳରେ ଆପଣା ଶରୀର ଧୌତ କରି ତାହାସବୁ ପିନ୍ଧିବ।


Swiv nou:

Piblisite


Piblisite