Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 30:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କୋଡ଼ିଏ ବର୍ଷ କିଅବା ତହିଁରୁ ଅଧିକ ବର୍ଷ ବୟସ୍କ ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କୋଡ଼ିଏ ବର୍ଷ କିଅବା ତହିଁରୁ ଅଧିକ ବର୍ଷ ବୟସ୍କ ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଆସଇ, ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ।

Gade chapit la Kopi

ଓଡିଆ ବାଇବେଲ

14 କୋଡ଼ିଏ ବର୍ଷ କିଅବା ତହିଁରୁ ଅଧିକ ବର୍ଷ ବୟସ୍କ ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ସଦାପ୍ରଭୁଙ୍କୁ ଏହି ଉପହାର ଦେବ।

Gade chapit la Kopi

ପବିତ୍ର ବାଇବଲ

14 କୋଡ଼ିଏ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେକେହି ଗଣିତ ମଧ୍ୟରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନୈବେଦ୍ୟ ଉତ୍ସର୍ଗ କରିବ।

Gade chapit la Kopi




ଯାତ୍ରା ପୁସ୍ତକ 30:14
10 Referans Kwoze  

ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ୍‍, ତାହାର ସନ୍ତାନଗଣର ବଂଶ, ପିତୃଗୃହ, ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ;


‘ଆମ୍ଭେ ଅବ୍ରହାମଙ୍କୁ, ଇସ୍‌ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।


“ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍‍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର।”


ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ; ତୁମ୍ଭମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କର ସମ୍ପୂର୍ଣ୍ଣ ସଂଖ୍ୟାନୁସାରେ ଗଣିତ ଯେତେ ଲୋକ, ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ବଚସା କରିଅଛ,


ପୁଣି, ଦ୍ୱିତୀୟ ମାସର ପ୍ରଥମ ଦିନରେ ସମଗ୍ର ମଣ୍ଡଳୀକୁ ଏକତ୍ର କରି ମସ୍ତକ-ସଂଖ୍ୟାରେ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କ ବଂଶ, ପିତୃଗୃହ ଓ ନାମ-ସଂଖ୍ୟାନୁସାରେ ସେମାନଙ୍କର ବଂଶାବଳୀ ଲେଖିଲେ।


କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେତେ ପୁରୁଷ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବାର ଯୋଗ୍ୟ, ସେମାନଙ୍କ ସୈନ୍ୟାନୁସାରେ ତୁମ୍ଭେ ଓ ହାରୋଣ ସେମାନଙ୍କୁ ଗଣନା କର।


ଯେକେହି ଗଣିତ ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ ଦେବ; (କୋଡ଼ିଏ ଗେରାରେ ଏକ ଶେକଲ); ସେହି ଅର୍ଦ୍ଧ ଶେକଲ ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର ହେବ।


ତୁମ୍ଭେମାନେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରଣାର୍ଥେ ସଦାପ୍ରଭୁଙ୍କୁ ସେହି ଉପହାର ଦେବା ସମୟରେ ଧନବାନ ଅର୍ଦ୍ଧ ଶେକଲରୁ ଅଧିକ ଦେବ ନାହିଁ, ପୁଣି, ଦରିଦ୍ର ତହିଁରୁ ଊଣା ଦେବ ନାହିଁ।


ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିର ଏହି ଉପହାର ନିମନ୍ତେ ଦେବେ।


ପୁଣି, ଶେକଲ କୋଡ଼ିଏ ଗେରା ହେବ; କୋଡ଼ିଏ ଶେକଲ, ପଚିଶ ଶେକଲ, ପନ୍ଦର ଶେକଲ ତୁମ୍ଭମାନଙ୍କ ନିମନ୍ତେ ଏକ ମୀନା ହେବ।


Swiv nou:

Piblisite


Piblisite