Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 3:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଣୁ ଏବେ ଆସ, ଆମ୍ଭେ ତୁମ୍ଭକୁ ଫାରୋ ନିକଟକୁ ପ୍ରେରଣ କରିବା, ତୁମ୍ଭେ ମିସରଠାରୁ ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏଣୁ ଏବେ ଆସ, ଆମ୍ଭେ ତୁମ୍ଭକୁ ଫାରୋ ନିକଟକୁ ପ୍ରେରଣ କରିବା, ତୁମ୍ଭେ ମିସରଠାରୁ ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବ।

Gade chapit la Kopi

ଓଡିଆ ବାଇବେଲ

10 ଏଣୁ ଏବେ ଆସ, ଆମ୍ଭେ ତୁମ୍ଭକୁ ଫାରୋ ନିକଟକୁ ପ୍ରେରଣ କରିବା, ତୁମ୍ଭେ ମିସରଠାରୁ ଆମ୍ଭର ଲୋକ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବ।”

Gade chapit la Kopi

ପବିତ୍ର ବାଇବଲ

10 ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ରେରଣ କରିବା। ଯାଅ! ଆମ୍ଭର ଲୋକମାନଙ୍କୁ ଆଗେଇ ନିଅ, ଇସ୍ରାଏଲୀୟମାନଙ୍କୁ ମିଶର ମଧ୍ୟରୁ ଆଗେଇ ନେଇଯାଅ!”

Gade chapit la Kopi




ଯାତ୍ରା ପୁସ୍ତକ 3:10
20 Referans Kwoze  

ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ।


ସେ ଆପଣା ସେବକ ମୋଶାଙ୍କୁ ଓ ଆପଣା ମନୋନୀତ ହାରୋଣଙ୍କୁ ପଠାଇଲେ।


ତହୁଁ ଶାମୁୟେଲ ଲୋକମାନଙ୍କୁ କହିଲେ, “ସେହି ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ନିଯୁକ୍ତ କରିଥିଲେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ।


ମିସରରେ ମୋହର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଅଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି।


ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।


ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ।


ସଦାପ୍ରଭୁ ଏକ ଜଣ ଭବିଷ୍ୟଦ୍‍ବକ୍ତା ଦ୍ୱାରା ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲେ ଓ ଏକ ଜଣ ଭବିଷ୍ୟଦ୍‍ବକ୍ତା ଦ୍ୱାରା ସେ ରକ୍ଷିତ ହେଲା।


ଈଶ୍ବର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ।


ପୁଣି, ଈଶ୍ବର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ।


ସେତେବେଳେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ସନ୍ତାନଗଣ ଚାରି ଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ;


ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ।


ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ।”


ଇସ୍ରାଏଲ ବଂଶ ଚାରି ଶହ ତିରିଶ ବର୍ଷ ପର୍ଯ୍ୟନ୍ତ ମିସର ଦେଶରେ ପ୍ରବାସ କରିଥିଲେ।


ସେହି ଚାରି ଶହ ତିରିଶ ବର୍ଷ ଶେଷରେ, ସେହି ଦିନରେ ସଦାପ୍ରଭୁଙ୍କ ସୈନ୍ୟସମୂହ ମିସରରୁ ବାହାର ହେଲେ।


ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଦେଖ, ତୁମ୍ଭେ ଏହି ଲୋକମାନଙ୍କୁ ଘେନିଯିବା ନିମନ୍ତେ ମୋତେ କହୁଅଛ; ମାତ୍ର ତୁମ୍ଭେ ମୋʼ ସଙ୍ଗରେ କାହାକୁ ପଠାଇବ, ଏହା ତୁମ୍ଭେ ମୋତେ ଜଣାଇ ନାହଁ। ତଥାପି ତୁମ୍ଭେ କହିଅଛ, ଆମ୍ଭେ ନାମ ଦ୍ୱାରା ତୁମ୍ଭକୁ ଜାଣୁ ଓ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛ।


ଉତ୍ତମ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ପାଇଁ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ମାର୍ଗ ଜଣାଅ; ପୁଣି, ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର।”


ଯାକୁବ ମିସରକୁ ଆସିଲା ଉତ୍ତାରେ ଯେତେବେଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ସେତେବେଳେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ପଠାଇଲେ; ତହିଁରେ ସେମାନେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ବାହାର କରି ଆଣିଲେ ଓ ଏହି ସ୍ଥାନରେ ସେମାନଙ୍କୁ ବାସ କରାଇଲେ।


ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, “ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ?”


Swiv nou:

Piblisite


Piblisite