Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 29:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନ ପରିଧାନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ଵୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନପରିଧାନ କରିବ।

Gade chapit la Kopi

ଓଡିଆ ବାଇବେଲ

30 ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନ ପରିଧାନ କରିବ।

Gade chapit la Kopi

ପବିତ୍ର ବାଇବଲ

30 ହାରୋଣଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ମହାଯାଜକ ହେବେ। ତାଙ୍କର ପୁତ୍ର ଏହି ବିଶେଷ ପୋଷାକକୁ ସାତ ଦିନ ଧରି ପରିଧାନ କରିବେ। ଯେତେବେଳେ ସେମାନେ ସମାଗମ-ତମ୍ବୁକୁ ଆସିବେ, ସେହି ପବିତ୍ର ସ୍ଥାନରେ ସେବା କରିବେ।

Gade chapit la Kopi




ଯାତ୍ରା ପୁସ୍ତକ 29:30
17 Referans Kwoze  

ତେବେ ମୋଶା ହାରୋଣଙ୍କର ବସ୍ତ୍ର କାଢ଼ି ତାଙ୍କର ପୁତ୍ର ଇଲୀୟାସରକୁ ପିନ୍ଧାଇଲେ, ପୁଣି, ହାରୋଣ ସେହି ସ୍ଥାନରେ ପର୍ବତ ଶୃଙ୍ଗରେ ମଲେ; ତହୁଁ ମୋଶା ଓ ଇଲୀୟାସର ପର୍ବତରୁ ଓହ୍ଲାଇ ଆସିଲେ।


କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ।


ସାତ ଦିନ ପର୍ଯ୍ୟନ୍ତ ସେମାନେ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ଶୁଚି କରିବେ, ଏହିରୂପେ ସେମାନେ ତାହା ପ୍ରତିଷ୍ଠା କରିବେ।


ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ପୁଣି, ଯଦି ତାହାର ଦୃଷ୍ଟିରେ ସେହି ଘାʼ ସେହି ପ୍ରକାର ଥାଏ ଓ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଆହୁରି ସାତ ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖିବ।


ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ବେଦି ନିକଟକୁ ଯାଇ ଆପଣା ପାପାର୍ଥକ ବଳିର ଗୋବତ୍ସ ବଧ କଲେ।


ଏଥିଉତ୍ତାରେ ଅଷ୍ଟମ ଦିନରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡାକିଲେ,


ଆମ୍ଭେ ତୁମ୍ଭକୁ ଯେପରି ଆଜ୍ଞା ଦେଇଅଛୁ, ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ଉତ୍ସର୍ଗୀକୃତରେ ସାତ ଦିନ ଲାଗିବ।


ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ; ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୁଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।


ଆଉ ସାତ ଦିନ ବିଳମ୍ବ କରି ସେ ସେହି କାପ୍ତାକୁ ପୁନର୍ବାର ଉଡ଼ାଇ ଦେଲେ, ମାତ୍ର ସେ ଆଉ ଥରେ ତାଙ୍କ ନିକଟକୁ ନେଉଟି ଆସିଲା ନାହିଁ।


ଆଉ ସାତ ଦିନ ବିଳମ୍ବ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇ ଦେଲେ;


ପୁଣି, ହାରୋଣର (ମୃତ୍ୟୁ) ଉତ୍ତାରେ ତାହାର ପବିତ୍ର ବସ୍ତ୍ରସକଳ ତାହାର ପୁତ୍ରଗଣର ହେବ; ଅଭିଷେକ ଓ ପଦ ନିଯୁକ୍ତି ସମୟରେ ସେମାନେ ତାହା ପରିଧାନ କରିବେ।


ଏଥିଉତ୍ତାରେ ତୁମ୍ଭେ ସେହି ଉତ୍ସର୍ଗୀକୃତ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ,


ପୁଣି, ପିତାର ବଦଳେ ଯାଜକତ୍ୱ ପଦରେ ଯେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ଯାଜକ ପ୍ରାୟଶ୍ଚିତ୍ତ କରିବ ଓ ଶୁଭ୍ର ବସ୍ତ୍ର, ଅର୍ଥାତ୍‍, ପବିତ୍ର ବସ୍ତ୍ରସବୁ ପିନ୍ଧିବ।


Swiv nou:

Piblisite


Piblisite