Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 24:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, “ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ-ଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ-ଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, “ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।”

Gade chapit la Kopi

ପବିତ୍ର ବାଇବଲ

7 ମୋଶା ବିଶେଷ ନିୟମ ଲେଖାଯାଇଥିବା ନଳାକାର ପୁସ୍ତକ ନେଇ ଲୋକମାନଙ୍କ ଆଗରେ ପାଠ କଲେ। ସେମାନେ କହିଲେ, “ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭେମାନେ ତାହା କରିବୁ ଏବଂ ଆମ୍ଭେମାନେ ମାନିବୁ।”

Gade chapit la Kopi




ଯାତ୍ରା ପୁସ୍ତକ 24:7
17 Referans Kwoze  

ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି।


ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଲା ପରେ ଲାଅଦିକିଆ ମଣ୍ଡଳୀରେ ମଧ୍ୟ ଯେପରି ପାଠ କରାଯାଏ, ପୁଣି, ଲାଅଦିକିଆରୁ ଯେଉଁ ପତ୍ର ଆସିବ, ତାହା ତୁମ୍ଭେମାନେ ମଧ୍ୟ ଯେପରି ପାଠ କର, ଏଥିନିମନ୍ତେ ଯତ୍ନ କର।


ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ।


ତହିଁରେ ସମସ୍ତ ଲୋକ ଏକସଙ୍ଗରେ ଅଙ୍ଗୀକାର କରି କହିଲେ, “ସଦାପ୍ରଭୁ ଯେଉଁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ କରିବା।” ସେତେବେଳେ ମୋଶା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ।


ତହିଁରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସେବା ଆମ୍ଭେମାନେ କରିବୁ ଓ ତାହାଙ୍କ ରବ ଶୁଣିବୁ।”


ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ବେଳେ ଓ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କଲା ବେଳେ ହୋରେବ ନିକଟରେ ମୋଶା ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ଛଡ଼ା ଆଉ କିଛି ତହିଁରେ ନ ଥିଲା।


“ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ କରିଅଛନ୍ତି, ଆମର ସେହି ସଦ୍‍ଭକ୍ତଗଣଙ୍କୁ ଆମ୍ଭ ନିକଟରେ ଏକତ୍ର କର।”


ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ କଲେ ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭେ ମିସର ଦେଶରୁ ଦାସଗୃହରୁ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଏକ ନିୟମ କଲୁ, ଯଥା,


ତାହା ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ମାନିଲେ, ଆମ୍ଭମାନଙ୍କର ମଙ୍ଗଳ ହେବ।”


ପୁଣି, ଆମ୍ଭେ ଯେତେବେଳେ ତୁମ୍ଭର ନିକଟ ଦେଇ ଗମନ କଲୁ ଓ ତୁମ୍ଭ ପ୍ରତି ଅନାଇଲୁ, ସେତେବେଳେ ଦେଖ, ତୁମ୍ଭର ସେ ସମୟ ତ ପ୍ରେମର ସମୟ; ତହୁଁ ଆମ୍ଭେ ତୁମ୍ଭ ଉପରେ ଆପଣା ବସ୍ତ୍ରାଞ୍ଚଳ ପ୍ରସାରିଲୁ ଓ ତୁମ୍ଭର ଉଲଙ୍ଗତା ଆଚ୍ଛାଦନ କଲୁ; ହଁ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲୁ, ତହିଁରେ ତୁମ୍ଭେ ଆମ୍ଭର ହେଲ।


ଆମ୍ଭ ସମସ୍ତଙ୍କର କି ଏକ ପିତା ନାହାନ୍ତି? ଏକ ପରମେଶ୍ୱର କି ଆମ୍ଭମାନଙ୍କୁ ସୃଷ୍ଟି କରି ନାହାନ୍ତି? ଆମ୍ଭେମାନେ ଆପଣାମାନଙ୍କ ପିତାଙ୍କର ନିୟମ ଅପବିତ୍ର କରି ପ୍ରତ୍ୟେକ ଲୋକ କାହିଁକି ଆପଣା ଆପଣା ଭ୍ରାତା ପ୍ରତି ବିଶ୍ୱାସଘାତକତା କରୁଅଛୁ?


ଆହୁରି ସେମାନେ ଉଚ୍ଚସ୍ୱରରେ ଜୟଧ୍ୱନି କରି ତୂରୀ ଓ ଶୃଙ୍ଗ ବଜାଇ ସଦାପ୍ରଭୁଙ୍କ ନିକଟରେ ଶପଥ କଲେ।


Swiv nou:

Piblisite


Piblisite