Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 24:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତହିଁରେ ମୋଶା ଓ ତାଙ୍କର ପରିଚାରକ ଯିହୋଶୂୟ ଉଠିଲେ; ପୁଣି, ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତହିଁରେ ମୋଶା ଓ ତାଙ୍କର ପରିଚାରକ ଯିହୋଶୂୟ ଉଠିଲେ; ପୁଣି ମୋଶା ପରମେଶ୍ଵରଙ୍କ ପର୍ବତରେ ଆରୋହଣ କଲେ।

Gade chapit la Kopi

ଓଡିଆ ବାଇବେଲ

13 ତହିଁରେ ମୋଶା ଓ ତାଙ୍କର ପରିଚାରକ ଯିହୋଶୂୟ ଉଠିଲେ; ପୁଣି, ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ।

Gade chapit la Kopi

ପବିତ୍ର ବାଇବଲ

13 ଏହା ପରେ ମୋଶା ଓ ତାଙ୍କର ପରିଗ୍ଭରକ ଯିହୋଶୂୟ ଉଠିଲେ, ମୋଶା ପରମେଶ୍ୱରଙ୍କର ପର୍ବତକୁ ଆରୋହଣ କଲେ।

Gade chapit la Kopi




ଯାତ୍ରା ପୁସ୍ତକ 24:13
10 Referans Kwoze  

ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋଶାଙ୍କ ସହିତ ଆଳାପ କଲେ; ଏଉତ୍ତାରେ ମୋଶା ଛାଉଣିକୁ ବାହୁଡ଼ି ଆସିଲେ, ମାତ୍ର ନୂନର ପୁତ୍ର ଯିହୋଶୂୟ ନାମକ ତାଙ୍କର ଯୁବା ପରିଚାରକ ତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ।


ତହିଁରେ (ନୂନର ପୁତ୍ର ଯିହୋଶୂୟ ନାମକ) ମୋଶାଙ୍କର ଜଣେ ମନୋନୀତ ପରିଚାରକ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ ମୋଶା, ସେମାନଙ୍କୁ ନିଷେଧ କରନ୍ତୁ।”


ସେହି ସମୟରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନାମକ ମିଦୀୟନୀୟ ଯାଜକଙ୍କର ମେଷପଲ ଚରାଉଥିଲେ; ଦିନକରେ ସେ ପ୍ରାନ୍ତରର ପଶ୍ଚାଦ୍‍ ଭାଗରେ ମେଷପଲ ଘେନି ହୋରେବ ନାମକ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେଲେ।


ଏଥିଉତ୍ତାରେ ଲୋକମାନେ ଉଚ୍ଚ ରବ କରନ୍ତେ, ଯିହୋଶୂୟ ଲୋକମାନଙ୍କର କୋଳାହଳ ଶୁଣି ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧ ଶବ୍ଦ ହେଉଅଛି।”


ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ମୋଶା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ।” ତହୁଁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ସାକ୍ଷାତ କରି ତାଙ୍କୁ ଚୁମ୍ବନ କଲେ।


ଏଥିଉତ୍ତାରେ ମୋଶାଙ୍କର ଶ୍ୱଶୁର ଯିଥ୍ରୋ, ମୋଶାଙ୍କର ସେହି ଦୁଇ ପୁତ୍ର ଓ ଭାର୍ଯ୍ୟାକୁ ସଙ୍ଗରେ ଘେନି ପ୍ରାନ୍ତରରେ ମୋଶାଙ୍କ ନିକଟକୁ, ଅର୍ଥାତ୍‍, ପରମେଶ୍ୱରଙ୍କ ପର୍ବତର ଯେଉଁ ସ୍ଥାନରେ ସେ ଛାଉଣି ସ୍ଥାପନ କରିଥିଲେ, ସେହି ସ୍ଥାନକୁ ଆସିଲେ।


ତାହାର ପୁତ୍ର ନୂନ, ତାହାର ପୁତ୍ର ଯିହୋଶୂୟ।


ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, “ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହା ଜଣାଅ।


ସଦାପ୍ରଭୁଙ୍କ ସେବକ ମୋଶାଙ୍କର ମୃତ୍ୟୁୁ ଉତ୍ତାରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟ ନାମକ ମୋଶାଙ୍କର ପରିଚାରକଙ୍କୁ କହିଲେ,


Swiv nou:

Piblisite


Piblisite