Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 2:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଏଥିଉତ୍ତାରେ ଫାରୋ ଏ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇ ଗୋଟିଏ କୂପ ନିକଟରେ ବସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଅନନ୍ତର ଫାରୋ ଏ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇଗୋଟିଏ କୂପ ନିକଟରେ ବସିଲେ।

Gade chapit la Kopi

ଓଡିଆ ବାଇବେଲ

15 ଏଥିଉତ୍ତାରେ ଫାରୋ ଏ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇ ଗୋଟିଏ କୂପ ନିକଟରେ ବସିଲେ।

Gade chapit la Kopi

ପବିତ୍ର ବାଇବଲ

15 ତା'ପରେ ଫାରୋ ଜାଣିବାକୁ ପାଇଲେ ମୋଶା ଯାହା କରିଥିଲେ। ତେଣୁ ସେ ମୋଶାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମୋଶା ଖସି ମିଦିୟନ ଦେଶକୁ ପଳାଇଲେ। ମୋଶା ସେଠାକୁ ଯାଇ ଏକ କୂପ ନିକଟରେ ବସିଲେ।

Gade chapit la Kopi




ଯାତ୍ରା ପୁସ୍ତକ 2:15
17 Referans Kwoze  

ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।


ଏହି କଥା ଶୁଣି ମୋଶା ପଳାଇଯାଇ ମିଦୀୟନ ଦେଶରେ ପ୍ରବାସୀ ହେଲେ; ସେଠାରେ ତାହାଙ୍କର ଦୁଇ ପୁତ୍ର ଜନ୍ମ ହେଲେ।


ଏଥିଉତ୍ତାରେ ସନ୍ଧ୍ୟା ବେଳେ, ଯେଉଁ ସମୟରେ କନ୍ୟାଗଣ ଜଳ କାଢ଼ିବାକୁ ଆସନ୍ତି, ସେହି ସମୟରେ ସେ ନଗରର ବାହାରେ କୂପ ନିକଟରେ ଓଟମାନଙ୍କୁ ଆଣ୍ଠୋଇ ବସାଇଲା।


ତହୁଁ ସେ ଅନାଇଲା, ଆଉ ଦେଖ, କ୍ଷେତ୍ର ମଧ୍ୟରେ ଗୋଟିଏ କୂପ, ପୁଣି, ଦେଖ, ତହିଁ ନିକଟରେ ତିନି ପଲ ମେଷ ଶୋଇଛନ୍ତି; କାରଣ ଲୋକମାନେ ମେଷପଲକୁ ସେହି କୂପରୁ ଜଳ ପାନ କରାନ୍ତି; ସେହି କୂପ ମୁଖରେ ଖଣ୍ଡିଏ ବଡ଼ ପଥର ଘୋଡ଼ା ହୋଇଥାଏ।


ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା।


କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ।


ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି।


ଆଉ ସଦାପ୍ରଭୁ ମିଦୀୟନରେ ମୋଶାଙ୍କୁ କହିଥିଲେ, “ତୁମ୍ଭେ ମିସରକୁ ଫେରିଯାଅ; ଯେହେତୁ ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ୱେଷଣ କରୁଥିଲେ, ସେମାନେ ସମସ୍ତେ ମରିଅଛନ୍ତି।”


ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା; ଏସମସ୍ତେ କଟୂରାର ସନ୍ତାନ।


ସେ ତାଙ୍କ ନିମନ୍ତେ ସିମ୍ରନ୍‍, ଯକ୍‍ଷନ୍‍, ମଦାନ୍‍, ମିଦୀୟନ, ଯିଶ୍‍ବକ ଓ ଶୂହ, ଏମାନଙ୍କୁ ଜନ୍ମ କଲା।


ପୁଣି, ଅନ୍ୟର ନାମ ଇଲୀୟେଜର, କାରଣ ସେ କହିଥିଲେ, “ମୋʼ ପିତାଙ୍କ ପରମେଶ୍ୱର ମୋହର ଉପକାରୀ ହୋଇ ଫାରୋଙ୍କର ଖଡ୍ଗରୁ ମୋତେ ଉଦ୍ଧାର କଲେ।”


ସେମାନେ ମିଦୀୟନଠାରୁ ଉଠି ପାରଣକୁ ଆସିଲେ; ପୁଣି, ପାରଣରୁ ସଙ୍ଗରେ ଲୋକ ନେଇ ମିସରରେ ମିସରର ରାଜା ଫାରୋ ନିକଟରେ ଉପସ୍ଥିତ ହେଲେ; ସେ ତାହାକୁ ଗୃହ ଦେଇ ତାହା ପାଇଁ ଖାଦ୍ୟସାମଗ୍ରୀ ନିରୂପଣ କରି ତାହାକୁ ଭୂମି ଦେଲା।


ମୁଁ କୂଶନର ତମ୍ବୁସକଳକୁ କ୍ଳେଶରେ ଥିବାର ଦେଖିଲି; ମିଦୀୟନ ଦେଶର ଯବନିକାସକଳ କମ୍ପିତ ହେଲା।


Swiv nou:

Piblisite


Piblisite