Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 18:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିଉତ୍ତାରେ ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ଫାରୋଙ୍କ ପ୍ରତି ଓ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋଶା ଆପଣା ଶ୍ୱଶୁରଙ୍କୁ ଜଣାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଅନନ୍ତର ସଦାପ୍ରଭୁ ଇସ୍ରାଏଲ ଲାଗି ଫାରୋଙ୍କ ପ୍ରତି ଓ ମିସ୍ରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତା; ମୋଶା ଆପଣା ଶ୍ଵଶୁରଙ୍କୁ ଜଣାଇଲେ।

Gade chapit la Kopi

ଓଡିଆ ବାଇବେଲ

8 ଏଥିଉତ୍ତାରେ ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ଫାରୋଙ୍କ ପ୍ରତି ଓ ମିସ୍ରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋଶା ଆପଣା ଶ୍ୱଶୁରଙ୍କୁ ଜଣାଇଲେ।

Gade chapit la Kopi

ପବିତ୍ର ବାଇବଲ

8 ସଦାପ୍ରଭୁ ତାଙ୍କର ଇସ୍ରାଏଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସେହି ସମସ୍ତ ବିଷୟ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ। ମୋଶା ମଧ୍ୟ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧରେ ଇସ୍ରାଏଲ ନିମନ୍ତେ ଯାହା କରିଥିଲେ, ସେମାନେ ରାସ୍ତାରେ ସମ୍ମୁଖୀନ ହୋଇଥିବା କଠିନତା ବିଷୟ କହିଲେ। ଏବଂ କିପରି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିଛନ୍ତି ତାହା ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ।

Gade chapit la Kopi




ଯାତ୍ରା ପୁସ୍ତକ 18:8
23 Referans Kwoze  

ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ,


ଆଉ, ସେ ସେମାନଙ୍କ ଘୃଣାକାରୀ ଲୋକର ହସ୍ତରୁ ସେମାନଙ୍କୁ ପରିତ୍ରାଣ କଲେ ଓ ସେମାନଙ୍କ ଶତ୍ରୁର ହସ୍ତରୁ ସେ ସେମାନଙ୍କୁ ମୁକ୍ତ କଲେ।


ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ ଉଦ୍ଧାର କଲୁ; ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର ଦେଲୁ; ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ। [ସେଲା]


ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ମହାନ, ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର, ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ, ଅଶୂରୀୟ ରାଜାଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜାଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ ଓ ଆମ୍ଭମାନଙ୍କ ଯାଜକଗଣ ଉପରେ ଓ ଆମ୍ଭମାନଙ୍କ ଭବିଷ୍ୟଦ୍‍ବକ୍ତାଗଣ ଉପରେ ଓ ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେ ଯେ କ୍ଳେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ।


ଏଥିଉତ୍ତାରେ ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇସ୍ରାଏଲ ଏରୂପ କହଇ, “ଆମ୍ଭମାନଙ୍କ ପ୍ରତି ଯେଉଁ ସମସ୍ତ କ୍ଳେଶ ଘଟିଅଛି,


ହେ ପରମେଶ୍ୱରଙ୍କ ଭୟକାରୀ ସମସ୍ତେ, ଆସ ଶୁଣ, ଆଉ ସେ ଆମ୍ଭ ପ୍ରାଣ ପାଇଁ ଯାହା କରିଅଛନ୍ତି, ତାହା ମୁଁ ବର୍ଣ୍ଣନା କରିବି।


ଏଥିଉତ୍ତାରେ ପରମେଶ୍ୱର ମୋଶାଙ୍କ ନିମନ୍ତେ ଓ ଆପଣା ଲୋକ ଇସ୍ରାଏଲ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି, ବିଶେଷରେ ସଦାପ୍ରଭୁ ଇସ୍ରାଏଲ ବଂଶକୁ ମିସରଠାରୁ କିପରି ବାହାର କରି ଆଣିଅଛନ୍ତି, ଏହିସବୁ କଥା ମୋଶାଙ୍କର ଶ୍ୱଶୁର ମିଦୀୟନୀୟ ଯାଜକ ଯିଥ୍ରୋ ଶୁଣିବାକୁ ପାଇଲେ।


ପୁଣି, ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ କହିଲେ, “ହାୟ, ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯଦି ଆମ୍ଭେମାନେ ମିସର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାʼନ୍ତୁ। ତୁମ୍ଭେମାନେ ଏହି ସମସ୍ତ ମଣ୍ଡଳୀକୁ କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଅଛ।”


ତ୍ରାସ ଓ ଆଶଙ୍କା ସେମାନଙ୍କ ଉପରେ ପଡ଼ୁଅଛି; ହେ ସଦାପ୍ରଭୁ, ଯେପର୍ଯ୍ୟନ୍ତ ତୁମ୍ଭ ଲୋକମାନେ ଚାଲିଯାଇ ନାହାନ୍ତି, ଯେପର୍ଯ୍ୟନ୍ତ ତୁମ୍ଭ କ୍ରୀତ ଲୋକମାନେ ଚାଲିଯାଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭ ବାହୁ ବଳ ଦ୍ୱାରା ସେମାନେ ପ୍ରସ୍ତର ନ୍ୟାୟ ସ୍ତବ୍ଧ ହୋଇ ରହିଅଛନ୍ତି।


ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ; ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ,


କାରଣ ଏହି ଯୁବା ମୋʼ ସଙ୍ଗରେ ନ ଥିଲେ, ମୁଁ କିପରି ପିତାଙ୍କ ନିକଟକୁ ଯାଇ ପାରିବି? ପୁଣି, ପିତାଙ୍କୁ ଯେଉଁ ବିପଦ ଘଟିବ, ତାହା କିପରି ଅବା ଦେଖି ପାରିବି?”


ଆମ୍ଭେ ତୁମ୍ଭକୁ କହିଅଛୁ, ‘ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ପୁତ୍ରକୁ ଛାଡ଼ିଦିଅ; ମାତ୍ର ତୁମ୍ଭେ ତାହାକୁ ଛାଡ଼ିବାକୁ ନାସ୍ତି କରିଅଛ; ଦେଖ, ଆମ୍ଭେ ତୁମ୍ଭ ପୁତ୍ରକୁ, ତୁମ୍ଭ ଜ୍ୟେଷ୍ଠ ପୁତ୍ରକୁ ବଧ କରିବା।’”


ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ; ଏହେତୁ ଆମ୍ଭେ ମିସର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ଡ ଦ୍ୱାରା ମିସରଠାରୁ ଆପଣା ସୈନ୍ୟସାମନ୍ତ, ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା।


ପୁଣି, ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ।”


ଇସ୍ରାଏଲ-ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ।


କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭକୁ ଇମୋରୀୟ, ହିତ୍ତୀୟ, ପରିଷୀୟ, କିଣାନୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶକୁ ଆଣିବେ, ପୁଣି, ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା।


ତେବେ ହେଁ ସେ ଆପଣା ମହାପରାକ୍ରମର ପରିଚୟ ଦେବା ନିମନ୍ତେ ଆପଣା ନାମ ସକାଶୁ ସେମାନଙ୍କୁ ପରିତ୍ରାଣ କଲେ।


Swiv nou:

Piblisite


Piblisite