Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 18:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ଯିଥ୍ରୋ କହିଲେ, “ଯେଉଁ ସଦାପ୍ରଭୁ ମିସରୀୟମାନଙ୍କର ଓ ଫାରୋଙ୍କର ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଆଉ ମିସରୀୟମାନଙ୍କ ଅଧୀନତାରୁ ଲୋକମାନଙ୍କୁ ଉଦ୍ଧାର କରିଅଛନ୍ତି, ସେ ଧନ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି ଯିଥ୍ରୋ କହିଲେ, ଯେଉଁ ସଦାପ୍ରଭୁ ମିସ୍ରୀୟ-ମାନଙ୍କର ଓ ଫାରୋଙ୍କର ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଆଉ ମିସ୍ରୀୟମାନଙ୍କ ଅଧୀନତାରୁ ଲୋକମାନଙ୍କୁ ଉଦ୍ଧାର କରିଅଛନ୍ତି, ସେ ଧନ୍ୟ।

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ଯିଥ୍ରୋ କହିଲେ, “ଯେଉଁ ସଦାପ୍ରଭୁ ମିସ୍ରୀୟମାନଙ୍କର ଓ ଫାରୋଙ୍କର ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଆଉ ମିସ୍ରୀୟମାନଙ୍କ ଅଧୀନତାରୁ ଲୋକମାନଙ୍କୁ ଉଦ୍ଧାର କରିଅଛନ୍ତି, ସେ ଧନ୍ୟ।

Gade chapit la Kopi

ପବିତ୍ର ବାଇବଲ

10 ଯିଥ୍ରୋ କହିଲେ, “ସଦାପ୍ରଭୁଙ୍କର ପ୍ରଶଂସା କର! ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି।

Gade chapit la Kopi




ଯାତ୍ରା ପୁସ୍ତକ 18:10
16 Referans Kwoze  

ସେତେବେଳେ ଅହୀମାସ୍‍ ଡାକ ପକାଇ ରାଜାଙ୍କୁ କହିଲା, “ସବୁ ମଙ୍ଗଳ।” ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କରି କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ମୋହର ପ୍ରଭୁ ମହାରାଜଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ, ସେମାନଙ୍କୁ ସେ ସମର୍ପଣ କରିଦେଇଅଛନ୍ତି।”


ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।


“ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ବର, କାରଣ ସେ କୃପାଦୃଷ୍ଟି କରି, ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;


ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ,


ହଁ, ଆମ୍ଭମାନଙ୍କ ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ପାଇଁ ଆମ୍ଭେମାନେ ଯେ, ସମସ୍ତେ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ୱରୂପେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ କିପରି ଧନ୍ୟବାଦ ଦେଇପାରୁ?


ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍‍, ଆମେନ୍‍।


ଆଉ ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ଯେ ଆପଣା ମୁଖରେ ଆମ୍ଭ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା,


“ମୋହର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହେଉନ୍ତୁ, ଯେହେତୁ ସେ ମୋʼ କର୍ତ୍ତା ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇ ନାହାନ୍ତି; ପୁଣି, ସଦାପ୍ରଭୁ ମୋତେ ମୋʼ କର୍ତ୍ତାର ଜ୍ଞାତିମାନଙ୍କ ଗୃହ ପଥରେ କଢ଼ାଇ ଆଣିଅଛନ୍ତି।”


ପୁଣି, ଶାଉଲ କେନୀୟମାନଙ୍କୁ କହିଲେ, “ଯାଅ, ଚାଲିଯାଅ, ଅମାଲେକୀୟମାନଙ୍କ ମଧ୍ୟରୁ ବାହାର ହୁଅ, କେଜାଣି ମୁଁ ସେମାନଙ୍କ ସହିତ ତୁମ୍ଭମାନଙ୍କୁ ବିନାଶ କରିବି; କାରଣ ମିସରରୁ ଇସ୍ରାଏଲ ସନ୍ତାନମାନେ ବାହାରି ଆସିବା ବେଳେ, ତୁମ୍ଭେମାନେ ସେସମସ୍ତଙ୍କ ପ୍ରତି ଦୟା କରିଥିଲ।” ତହିଁରେ କେନୀୟମାନେ ଅମାଲେକୀୟମାନଙ୍କ ମଧ୍ୟରୁ ବାହାରିଗଲେ।


ଏଥିରେ ଦାଉଦ ଅବୀଗଲକୁ କହିଲେ, “ଆଜି ଯେ ମୋʼ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ;


“ଯେଉଁ ସଦାପ୍ରଭୁ ଆପଣାର ସକଳ ପ୍ରତିଜ୍ଞାନୁସାରେ ନିଜ ଲୋକ ଇସ୍ରାଏଲକୁ ବିଶ୍ରାମ ଦେଇଅଛନ୍ତି, ସେ ଧନ୍ୟ ହେଉନ୍ତୁ; ସେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେ ଯେ ପ୍ରତିଜ୍ଞା କରିଥିଲେ, ସେହି ସକଳ ଉତ୍ତମ ପ୍ରତିଜ୍ଞାର ଏକ କଥା ହିଁ ବିଫଳ ହୋଇ ନାହିଁ।


Swiv nou:

Piblisite


Piblisite