Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 14:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସ୍ରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସ୍ରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ।

Gade chapit la Kopi

ଓଡିଆ ବାଇବେଲ

24 ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସ୍ରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସ୍ରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ

24 ପ୍ରଭାତରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦେଇ ମିସ୍ରୀୟ ସୈନ୍ୟମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀୟ ସୈନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଲେ।

Gade chapit la Kopi




ଯାତ୍ରା ପୁସ୍ତକ 14:24
16 Referans Kwoze  

ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରି ପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘ ସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ଯାତ୍ରା କଲେ;


ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ; ତହିଁରେ ମିସରୀୟ ଲୋକମାନେ କହିଲେ, “ଆସ, ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ; କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିସରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି।”


ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ;


ପ୍ରତ୍ୟେକ ଗର୍ବୀକୁ ଅନାଇ ତାହାକୁ ନତ କର; ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ।


ସେ ଶାନ୍ତି ଦେଲେ, କିଏ ଦୋଷ ଦେଇ ପାରେ? ଓ ସେ ଆପଣା ମୁଖ ଆଚ୍ଛାଦନ କଲେ, କିଏ ତାହାଙ୍କୁ ଦେଖି ପାରେ? ଏହା କୌଣସି ଗୋଷ୍ଠୀ ଅବା କୌଣସି ବ୍ୟକ୍ତି ପ୍ରତି କରାଗଲେ, ଏକ ସମାନ ଥାଏ;


ସେମାନେ ମୁହୂର୍ତ୍ତକେ, ଅର୍ଦ୍ଧରାତ୍ରରେ ହିଁ ମରନ୍ତି; ଲୋକମାନେ କମ୍ପିତ ହୋଇ ପ୍ରାଣତ୍ୟାଗ କରନ୍ତି ଓ ବିକ୍ରମୀ ବିନା ହସ୍ତକ୍ଷେପରେ ଦୂରୀକୃତ ହୁଅନ୍ତି।


ସେ ପୃଥିବୀକୁ ଅନାଇଲେ, ତାହା କମ୍ପିତ ହୁଏ, ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍ଗାର କରନ୍ତି।


ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କʼଣ ଜାଣନ୍ତି? ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି?


ପରଦିନ ଶାଉଲ ଲୋକମାନଙ୍କୁ ତିନି ଦଳ କଲେ; ତେଣୁ ସେମାନେ ପ୍ରଭାତୀୟ ପ୍ରହରରେ ଅମ୍ମୋନୀୟମାନଙ୍କ ଛାଉଣି ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ; ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ, ସେମାନଙ୍କର ଦୁଇ ଜଣ ଏକତ୍ର ରହିଲେ ନାହିଁ।


ଦିବସରେ ସେ ମେଘ ଦ୍ୱାରା ଓ ରାତ୍ରିରେ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ।


କାରଣ ତୁମ୍ଭ ଦୃଷ୍ଟିରେ ସହସ୍ର ବର୍ଷ ଗତ କାଲିର ତୁଲ୍ୟ ଓ ରାତ୍ରିର ଏକ ପ୍ରହରର ସମାନ।


ପୁଣି, ସେମାନେ ଆପଣା ଶତ୍ରୁଗଣ ସମ୍ମୁଖରେ ବନ୍ଦୀତ୍ୱ ସ୍ଥାନକୁ ଗଲେ ହେଁ ଆମ୍ଭେ ସେସ୍ଥାନରେ ଖଡ୍ଗକୁ ଆଜ୍ଞା କରିବା, ଆଉ ତାହା ସେମାନଙ୍କୁ ବଧ କରିବ ଓ ଆମ୍ଭେ ମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ସେମାନଙ୍କ ଉପରେ ଆପଣା ଦୃଷ୍ଟି ରଖିବା।”


Swiv nou:

Piblisite


Piblisite