ଯାତ୍ରା ପୁସ୍ତକ 13:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଏଥିଉତ୍ତାରେ ମୋଶା ଲୋକମାନଙ୍କୁ କହିଲେ, “ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ। Gade chapit laପବିତ୍ର ବାଇବଲ (Re-edited) - (BSI)3 ଅନନ୍ତର ମୋଶା ଲୋକମାନଙ୍କୁ କହିଲେ, ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ବାସଗୃହ ସ୍ଵରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ଵାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୋଟୀ ଭୋଜନ କରାଯିବ ନାହିଁ। Gade chapit laଓଡିଆ ବାଇବେଲ3 ଏଥିଉତ୍ତାରେ ମୋଶା ଲୋକମାନଙ୍କୁ କହିଲେ, “ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ। Gade chapit laପବିତ୍ର ବାଇବଲ3 ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ। Gade chapit la |
ସେହି ଭବିଷ୍ୟଦ୍ବକ୍ତାର କି ସ୍ୱପ୍ନଦର୍ଶକର ପ୍ରାଣଦଣ୍ଡ ହେବ; କାରଣ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ ଓ ଦାସ୍ୟଗୃହରୁ ତୁମ୍ଭକୁ ମୁକ୍ତ କଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇଯିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତାକୁ ଉଚ୍ଛିନ୍ନ କରିବ।
କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ୱାରା, ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟକର୍ମ ଦ୍ୱାରା, ଯୁଦ୍ଧ ଦ୍ୱାରା, ପରାକ୍ରାନ୍ତ ହସ୍ତ ଦ୍ୱାରା, ବିସ୍ତାରିତ ବାହୁ ଦ୍ୱାରା ଓ ଭୟଙ୍କର ମହାକର୍ମ ଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
ପୁଣି ସଦାପ୍ରଭୁ ମୋତେ କହିଲେ, “ଉଠ, ଏ ସ୍ଥାନରୁ ଶୀଘ୍ର ଓହ୍ଲାଇ ଯାଅ କାରଣ ତୁମ୍ଭେ ଯେଉଁମାନଙ୍କୁ ମିସରରୁ ବାହାର କରି ଆଣିଅଛ, ତୁମ୍ଭର ସେହି ଲୋକମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ତହିଁରୁ ସେମାନେ ଶୀଘ୍ର ବିମୁଖ ହୋଇଅଛନ୍ତି; ସେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ପ୍ରତିମା ନିର୍ମାଣ କରିଅଛନ୍ତି।”