Biblia Todo Logo
Bib sou entènèt

- Piblisite -




ଏଷ୍ଟର 9:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଏଥିଉତ୍ତାରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲେ ଓ ଅକ୍ଷଶ୍ୱେରଶ ରାଜାଙ୍କ ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ପତ୍ର ପଠାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଅନନ୍ତର ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ଵେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ପତ୍ର ପଠାଇଲା।

Gade chapit la Kopi

ଓଡିଆ ବାଇବେଲ

20 ଏଥିଉତ୍ତାରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲେ ଓ ଅକ୍ଷଶ୍ୱେରଶ ରାଜାଙ୍କ ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ପତ୍ର ପଠାଇଲେ।

Gade chapit la Kopi

ପବିତ୍ର ବାଇବଲ

20 ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା।

Gade chapit la Kopi




ଏଷ୍ଟର 9:20
16 Referans Kwoze  

ତେଣୁ ତୃତୀୟ ମାସର, ଅର୍ଥାତ୍‍, ସୀବନ ମାସର ତେଇଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ମର୍ଦ୍ଦଖୟର ସକଳ ଆଜ୍ଞାନୁସାରେ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶହ ସତାଇଶ ପ୍ରଦେଶାନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ, ପୁଣି ପ୍ରତ୍ୟେକ ଗୋଷ୍ଠୀକୁ ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲିଖିତ ହେଲା।


ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ହାମନ୍‍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତାଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲେ, ତାହା ଅକ୍ଷଶ୍ୱେରଶ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।


ତହୁଁ ସେ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାଙ୍କ ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲେ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଚାର କରୁ।


ଅକ୍ଷଶ୍ୱେରଶ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶତ ସତାଇଶ ପ୍ରଦେଶ ଉପରେ ରାଜ୍ୟ କଲେ।


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି କଥା ସ୍ମରଣାର୍ଥେ ପୁସ୍ତକରେ ଲେଖି ରଖ, ପୁଣି, ଯିହୋଶୂୟର କର୍ଣ୍ଣଗୋଚରରେ ତାହା ପାଠ କର; ଯଥା, ଆମ୍ଭେ ଆକାଶ ତଳରୁ ଅମାଲେକର ସ୍ମରଣ ଲୋପ କରିବା।”


ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ,


ଏନିମନ୍ତେ ଗ୍ରାମସ୍ଥ, ଅର୍ଥାତ୍‍, ପ୍ରାଚୀରହୀନ ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର, ପୁଣି ପରସ୍ପର ଅଂଶ ପଠାଇବାର ଦିନ କରି ମାନନ୍ତି।


ଆଉ, ଯେଉଁ ଦୁଇ ଦିନ ଯିହୁଦୀୟମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ପୁଣି ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା,


ଏନିମନ୍ତେ ପୂର ନାମାନୁସାରେ ସେହି ଦୁଇ ଦିନର ନାମ ପୂରୀମ୍‍ ହେଲା। ପୁଣି, ସେହି ପତ୍ରର ସକଳ କଥା ସକାଶୁ ଓ ସେ ବିଷୟରେ ଯାହା ସେମାନେ ଦେଖିଥିଲେ ଓ ସେମାନଙ୍କ ପ୍ରତି ଯାହା ଘଟିଥିଲା, ତହିଁ ସକାଶୁ ଯିହୁଦୀୟମାନେ ଆପଣାମାନଙ୍କର ଓ ଆପଣା ଆପଣା ବଂଶର ଓ ଯିହୁଦୀ-ମତାବଲମ୍ବୀଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ ଯେ,


ତତ୍‍ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ରୂପେ ତାହା ଲୋପ କରିବେ ନାହିଁ।


ଅବୀହୟିଲର କନ୍ୟା ଏଷ୍ଟର ରାଣୀ ଓ ଯିହୁଦୀୟ ମର୍ଦ୍ଦଖୟ ପୂରୀମ୍‍-ଦିନବିଷୟକ ଏହି ଦ୍ୱିତୀୟ ପତ୍ର ସ୍ଥିରକରଣାର୍ଥେ ସମ୍ପୂର୍ଣ୍ଣ କ୍ଷମତା ସହିତ ଲେଖିଲେ।


ଯିହୋୟାଖୀନ୍‍ ରାଜା ଓ ରାଜମାତା ଓ ନପୁଂସକଗଣ, ଆଉ ଯିହୁଦାର ଓ ଯିରୂଶାଲମର ଅଧିପତିମାନେ, ଶିଳ୍ପକରମାନେ ଓ କର୍ମକାରମାନେ ଯିରୂଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ,


Swiv nou:

Piblisite


Piblisite