Biblia Todo Logo
Bib sou entènèt

- Piblisite -




ଏଷ୍ଟର 3:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିଉତ୍ତାରେ ହାମନ୍‍ ଅକ୍ଷଶ୍ୱେରଶ ରାଜାଙ୍କୁ କହିଲେ, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକୀକୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଅନନ୍ତର ହାମନ୍ ଅକ୍ଷଶ୍ଵେରଶ ରାଜାକୁ କହିଲା, ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜଙ୍କର ଉଚିତ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

8 ଏଥିଉତ୍ତାରେ ହାମନ୍‍ ଅକ୍ଷଶ୍ୱେରଶ ରାଜାଙ୍କୁ କହିଲେ, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକୀକୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ।

Gade chapit la Kopi

ପବିତ୍ର ବାଇବଲ

8 ଏହା ପରେ ହାମନ୍ ଅକ୍ଷଶ୍ୱେରଶ ରାଜାକୁ କହିଲା, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ କୃତ ଏକ ଦେଶୀୟ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ ସେମାନେ ମଧ୍ୟ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ୍ ନୁହେଁ।

Gade chapit la Kopi




ଏଷ୍ଟର 3:8
25 Referans Kwoze  

ପୁଣି ସଦାପ୍ରଭୁ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବେ; ପୁଣି ଯେଉଁ ସ୍ଥାନକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇଯିବେ, ସେହି ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭେମାନେ ଅଳ୍ପସଂଖ୍ୟକ ହୋଇ ଅବଶିଷ୍ଟ ରହିବ।


ଆଉ ଆମ୍ଭେ ନାନା ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ପଶ୍ଚାତ୍‍ ଖଡ୍ଗ ନିଷ୍କୋଷ କରିବା; ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗରସକଳ ମରୁଭୂମି ହେବ।


ଈଶ୍ବରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର।


କିନ୍ତୁ ଆପଣଙ୍କ ଭାବ କଅଣ, ତାହା ଆମ୍ଭେମାନେ ଆପଣଙ୍କଠାରୁ ଶୁଣିବାକୁ ଇଚ୍ଛା କରୁଅଛୁ; କାରଣ ଏହି ଦଳ ସମ୍ବନ୍ଧରେ ଆମ୍ଭେ ଜାଣୁ ଯେ, ସର୍ବତ୍ର ତାହା ବିରୁଦ୍ଧରେ କଥା କୁହାଯାଉଅଛି।


କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ;


ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍‍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍‍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?


ମାତ୍ର ଯେଉଁ ଗୋଷ୍ଠୀଗଣକୁ ସେମାନେ ଜାଣି ନାହାନ୍ତି, ସେହି ସମସ୍ତଙ୍କ ମଧ୍ୟରେ ଘୂର୍ଣ୍ଣିବାୟୁ ଦ୍ୱାରା ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ଏହି ପ୍ରକାରେ ସେମାନଙ୍କ ଦେଶ ଧ୍ୱଂସର ସ୍ଥାନ ହେଲା, ତହିଁରେ କୌଣସି ମନୁଷ୍ୟ ତହିଁର ମଧ୍ୟଦେଇ ଗମନାଗମନ କଲା ନାହିଁ; କାରଣ ସେମାନେ ସୁନ୍ଦର ଦେଶକୁ ଧ୍ୱଂସର ସ୍ଥାନ କଲେ।”


ଏହେତୁ ତୁମ୍ଭେ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି; ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସବୁ ଦେଶରେ ଆମ୍ଭେ ଅଳ୍ପ କାଳ ନିମନ୍ତେ ସେମାନଙ୍କର ଧର୍ମଧାମ ହେବା।’


ତଥାପି ଆମ୍ଭେ ଏକ ଅବଶିଷ୍ଟାଂଶ ରଖିବା, ତୁମ୍ଭେମାନେ ନାନା ଦେଶରେ ଛିନ୍ନଭିନ୍ନ ହେବା ସମୟରେ ତୁମ୍ଭମାନଙ୍କର କେତେକ ଲୋକ ଗୋଷ୍ଠୀଗଣ ମଧ୍ୟରେ ଖଡ୍ଗରୁ ରକ୍ଷା ପାଇବେ।


ଇସ୍ରାଏଲ ଛିନ୍ନଭିନ୍ନ ମେଷ ସ୍ୱରୂପ; ସିଂହମାନେ ତାହାକୁ ତଡ଼ି ଦେଇଅଛନ୍ତି; ପ୍ରଥମରେ ଅଶୂରର ରାଜା ତାହାକୁ ଗ୍ରାସ କଲା; ଆଉ, ଶେଷରେ ବାବିଲର ରାଜା ଏହି ନବୂଖଦ୍‍ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଅଛି।


ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ସତ୍ୟ-ଲଙ୍ଘନ କଲେ, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା;


ଆମ୍ଭେ କହିଲୁ, ଶତ୍ରୁର ବିରକ୍ତିକି, କେଜାଣି ବିପକ୍ଷମାନେ ବିପରୀତ ବିଚାର କରିବେ, କେଜାଣି ସେମାନେ କହିବେ, ଆମ୍ଭମାନଙ୍କ ହସ୍ତ ଉନ୍ନତ ହୋଇଅଛି, ପୁଣି ସଦାପ୍ରଭୁ ଏହିସବୁ କରି ନାହାନ୍ତି, ଏ କଥା ଯେବେ ଆମ୍ଭେ ଚିନ୍ତା ନ କରନ୍ତୁ;


ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ବନ୍ଦୀତ୍ୱ ଫେରାଇବେ, ତୁମ୍ଭକୁ କରୁଣା କରିବେ ଓ ଫେରିଆସି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛନ୍ତି, ତହିଁ ମଧ୍ୟରୁ ତୁମ୍ଭକୁ ସଂଗ୍ରହ କରିବେ।


ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକରେ ଛିନ୍ନଭିନ୍ନ ଯେଉଁ ପ୍ରବାସୀମାନେ,


ମହାରାଜା ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ, ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ ଦଶ ହଜାର ତାଳନ୍ତ ରୂପା ଦେବି।”


ମର୍ଦ୍ଦଖୟ ଏହିସବୁ ବିଷୟ ଗୋଚର ହୁଅନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଅଖା ପିନ୍ଧି ଓ ଭସ୍ମ ଲେପନ କରି ନଗର ମଧ୍ୟକୁ ଯାଇ ଉଚ୍ଚ ଓ ବିଳାପ ସ୍ୱରରେ ରୋଦନ କଲେ।


“ଏହି ଲୋକମାନେ ଯାହା କହିଅଛନ୍ତି, ତାହା କି ତୁମ୍ଭେ ବିବେଚନା କରୁ ନାହଁ? ସେମାନେ କହିଅଛନ୍ତି, ‘ସଦାପ୍ରଭୁ ଆପଣାର ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି।’ ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ଆଉ ରହିବେ ନାହିଁ।


ଏଥିପାଇଁ ସେହି ସମୟରେ କେତେକ କଲ୍‍ଦୀୟ ଲୋକ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ।


ତହିଁରେ ସେମାନେ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, “ହେ ମହାରାଜ, ନିର୍ବାସିତ ଯିହୁଦୀ-ସନ୍ତାନଗଣ ମଧ୍ୟରେ ଜଣେ ଯେ ଦାନିୟେଲ, ସେ ଆପଣଙ୍କୁ କିଅବା ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ, ମାତ୍ର ଦିନ ମଧ୍ୟରେ ତିନି ଥର ପ୍ରାର୍ଥନା କରେ।”


କାରଣ ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି ଓ ଗିରିଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି। ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି, ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ।


ଆଉ, ଅକ୍ଷଶ୍ୱେରଶର ସମୟରେ ତାହାର ରାଜତ୍ଵର ଆରମ୍ଭରେ ସେମାନେ ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦପତ୍ର ଲେଖିଲେ।


ତହୁଁ ରାଜା ଏ କଥା ଶୁଣି ଅତିଶୟ ଅସନ୍ତୁଷ୍ଟ ହେଲା, ପୁଣି ଦାନିୟେଲଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବିଷୟରେ ମନୋଯୋଗ କଲା; ଆଉ, ତାଙ୍କୁ ରକ୍ଷା କରିବା ପାଇଁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚେଷ୍ଟା କଲା।


Swiv nou:

Piblisite


Piblisite