Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:33 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଆଦର କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମ ତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ଵାମୀକି ଭକ୍ତି କରୁ।

Gade chapit la Kopi

ଓଡିଆ ବାଇବେଲ

33 ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଭକ୍ତି କରୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

33 କିନ୍ତୁ ଏହା ତୁମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରୁ ଓ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରୁ।

Gade chapit la Kopi

ପବିତ୍ର ବାଇବଲ

33 ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍।

Gade chapit la Kopi




ଏଫିସୀୟ 5:33
10 Referans Kwoze  

ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତ ହୁଅ,


ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ଖ୍ରୀଷ୍ଟ ତ ମଣ୍ଡଳୀ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ,


ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।


ଆହୁରି, ରାଜ୍ୟ ବୃହତ, ଏଣୁ ରାଜ୍ୟର ସବୁ ସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲେ, ସ୍ୱାମୀ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ଭାର୍ଯ୍ୟାମାନେ ଆପଣା ଆପଣା ସ୍ୱାମୀମାନଙ୍କୁ ମର୍ଯ୍ୟାଦା କରିବେ।”


ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ?


ତହୁଁ ବତ୍‍ଶେବା ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, “ମୋʼ ପ୍ରଭୁ ମହାରାଜ ଦାଉଦ ଚିରଜୀବୀ ହେଉନ୍ତୁ।”


ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ। କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର।


ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି।


Swiv nou:

Piblisite


Piblisite