Biblia Todo Logo
Bib sou entènèt

- Piblisite -




ଏଫିସୀୟ 3:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଥିନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ଵର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,

Gade chapit la Kopi

ଓଡିଆ ବାଇବେଲ

14 ଏଥି ନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14-15 ଯାହାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପରିବାର ତା’ର କୁଳ ନାମ ପ୍ରାପ୍ତ ହୋଇଛି, ସେହି ପରମ ପିତା ଈଶ୍ୱରଙ୍କ ସମ୍ମୁଖରେ ଜାନୁପାତ କରି ମୁଁ ପ୍ରାର୍ଥନା କରେ।

Gade chapit la Kopi

ପବିତ୍ର ବାଇବଲ

14 ସେଥିପାଇଁ ପ୍ରାର୍ଥନାରେ ମୁଁ ପରମପିତାଙ୍କ ଆଗରେ ନତମସ୍ତକ ହୁଏ।

Gade chapit la Kopi




ଏଫିସୀୟ 3:14
16 Referans Kwoze  

ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ;


ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,


ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ,


ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,


ଏଥିଉତ୍ତାରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିୟେଲ ଆପଣା ଗୃହକୁ ଗଲେ; ତାଙ୍କ କୋଠରିର ଝରକା ଯିରୂଶାଲମ ଆଡ଼େ ମେଲା ଥିଲା; ପୁଣି, ସେ ପୂର୍ବେ ଯେପରି କରିଥାʼନ୍ତି, ତଦନୁସାରେ ଦିନ ମଧ୍ୟରେ ତିନି ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ।


ତହୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣା ଦୁଃଖିତାବସ୍ଥାରୁ ଉଠିଲି, ମୋʼ ଦେହରେ ମୋହର ଚିରା ବସ୍ତ୍ର ଓ ଚୋଗା ଥିଲା; ପୁଣି, ମୁଁ ଆପଣା ଆଣ୍ଠୁପାତି ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି,


ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ହେବ ନାହିଁ, ‘ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ୱା ଶପଥ କରିବ।’


ଏହିସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।


ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,


ତଥାପି ଆମ୍ଭେ ଇସ୍ରାଏଲ ମଧ୍ୟରେ ଆପଣା ପାଇଁ ସାତ ସହସ୍ର ଲୋକ ଅବଶିଷ୍ଟ ରଖିବା, ଯେଉଁମାନଙ୍କର ଆଣ୍ଠୁ ବାଲ୍‍ ସମ୍ମୁଖରେ ନତ ହୋଇ ନାହିଁ ଓ ଯେଉଁମାନଙ୍କର ମୁଖ ତାହାକୁ ଚୁମ୍ବନ କରି ନାହିଁ।”


ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନିକଟରେ ଏହିସବୁ ପ୍ରାର୍ଥନା ଓ ବିନତି-ନିବେଦନ କରିବାର ସମାପ୍ତ କରନ୍ତେ, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଜାନୁପାତରୁ ଓ ସ୍ୱର୍ଗ ଆଡ଼େ ହସ୍ତ-ବିସ୍ତାରକରଣରୁ ଉଠିଲେ।


କାରଣ ଶଲୋମନ ପାଞ୍ଚ ହାତ ଦୀର୍ଘ ଓ ପାଞ୍ଚ ହାତ ପ୍ରସ୍ଥ ଓ ତିନି ହାତ ଉଚ୍ଚ ଏକ ପିତ୍ତଳମୟ ମଞ୍ଚ ନିର୍ମାଣ କରି ପ୍ରାଙ୍ଗଣର ମଧ୍ୟସ୍ଥଳରେ ରଖିଥିଲେ; ଆଉ ସେ ତହିଁ ଉପରେ ଠିଆ ହୋଇ ସମସ୍ତ ଇସ୍ରାଏଲର ସମାଜ ସମ୍ମୁଖରେ ଆଣ୍ଠୁପାତି ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ,


କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ। ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ।


ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ।


ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି,


Swiv nou:

Piblisite


Piblisite