Biblia Todo Logo
Bib sou entènèt

- Piblisite -




ଉପଦେଶକ 4:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ; କିଅବା ତାହାର ପୁତ୍ର କି ଭ୍ରାତା ନାହିଁ; ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ। ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛି? ଏହା ହିଁ ଅସାର ଓ ଅତ୍ୟନ୍ତ କ୍ଲେଶଜନକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ଵିତୀୟ କେହି ନାହିଁ; କିଅବା ତାହାର ପୁତ୍ର କି ଭ୍ରାତା ନାହିଁ; ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ। ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛିମ? ଏହା ହିଁ ଅସାର ଓ ଅତ୍ୟ; କ୍ଳେଶଜନକ।

Gade chapit la Kopi

ଓଡିଆ ବାଇବେଲ

8 କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ; କିଅବା ତାହାର ପୁତ୍ର କି ଭ୍ରାତା ନାହିଁ; ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ। ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛି ? ଏହା ହିଁ ଅସାର ଓ ଅତ୍ୟନ୍ତ କ୍ଲେଶଜନକ।

Gade chapit la Kopi

ପବିତ୍ର ବାଇବଲ

8 ଯଦି କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କେହି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଗ୍ଭରେ ନାହିଁ ଯେ, “କାହିଁକି ମୁଁ ଏତେ କଠିନ କାର୍ଯ୍ୟ କରୁଛି? କାହିଁକି ମୁଁ ମୋର ଜୀବନକୁ ଉପଭୋଗ କରିବି ନାହିଁ?” ଏହା ମଧ୍ୟ ଅସାର ଓ ଅତ୍ୟନ୍ତ କ୍ଳେଶ ଜନକ।

Gade chapit la Kopi




ଉପଦେଶକ 4:8
21 Referans Kwoze  

କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ।


ଯେପରି ପାତାଳ ଓ ବିନାଶ ସ୍ଥାନ କେତେବେଳେ ତୃପ୍ତ ନୁହେଁ, ସେପରି ମନୁଷ୍ୟର ଇଚ୍ଛାସକଳ କେତେବେଳେ ତୃପ୍ତ ନୁହେଁ।


କିନ୍ତୁ ଈଶ୍ବର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋʼଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହିସବୁ କାହାର ହେବ?


ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ; ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ; ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।


ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।


ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ।


ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର!


ଯେଉଁ ଲୋକ ରୂପା ଭଲ ପାଏ, ସେ ରୂପାରେ ତୃପ୍ତ ହେବ ନାହିଁ; କିଅବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ, ସେ ଆୟବୃଦ୍ଧିରେ ତୃପ୍ତ ହେବ ନାହିଁ; ଏହା ହିଁ ଅସାର।


ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ କରେ; ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ; ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, ଜାଣେ ନାହିଁ।


ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା।”


ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ।


କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର କାର୍ଯ୍ୟ ମନସ୍ତାପଜନକ; ରାତ୍ରିରେ ମଧ୍ୟ ତାହାର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।


କାରଣ ଏକ ବ୍ୟକ୍ତି ଜ୍ଞାନ, ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରେ; ତଥାପି ଯେଉଁ ବ୍ୟକ୍ତି ତହିଁରେ ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ିଯିବ। ଏହା ହିଁ ଅସାର ଓ ଅତି ମନ୍ଦ।


ତେବେ ମୁଁ ଫେରି ସୂର୍ଯ୍ୟ ତଳେ ଅସାରତା ଦେଖିଲି।


ହେ ପ୍ରଭୋ, ଏବେ ମୁଁ କାହିଁର ଅପେକ୍ଷା କରିବି? ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି।


ଆହୁରି, ପୃଥିବୀର ଫଳ ସମସ୍ତଙ୍କ ନିମନ୍ତେ; କ୍ଷେତ୍ର ଦ୍ୱାରା ରାଜା ଆପେ ସେବିତ ହୁଅନ୍ତି।


Swiv nou:

Piblisite


Piblisite