Biblia Todo Logo
Bib sou entènèt

- Piblisite -




ଉପଦେଶକ 2:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କାରଣ ଯେପରି ମୂର୍ଖର, ସେପରି ଜ୍ଞାନବାନ ଲୋକର ସ୍ମରଣ ସଦାକାଳ ନ ଥାଏ; ଯେହେତୁ ଭବିଷ୍ୟତରେ ସମସ୍ତେ ଭୁଲି ଯାଇଥିବେ। ଆହା! ମୂର୍ଖ ଯେପରି ମରେ, ଜ୍ଞାନୀ ମଧ୍ୟ ସେପରି ମରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ ଯେପରି ମୂର୍ଖର, ସେପରି ଜ୍ଞାନବାନ ଲୋକର ସ୍ମରଣ ସଦାକାଳ ନ ଥାଏ; ଯେହେତୁ ଆସନ୍ତା କାଳକୁ ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଆହା ! ମୂର୍ଖ ଯେପରି ମରେ, ଜ୍ଞାନୀ ହିଁ ସେପରି ମରେ।

Gade chapit la Kopi

ଓଡିଆ ବାଇବେଲ

16 କାରଣ ଯେପରି ମୂର୍ଖର, ସେପରି ଜ୍ଞାନବାନ ଲୋକର ସ୍ମରଣ ସଦାକାଳ ନ ଥାଏ; ଯେହେତୁ ଭବିଷ୍ୟତରେ ସମସ୍ତେ ଭୁଲି ଯାଇଥିବେ। ଆହା ! ମୂର୍ଖ ଯେପରି ମରେ, ଜ୍ଞାନୀ ମଧ୍ୟ ସେପରି ମରେ।

Gade chapit la Kopi

ପବିତ୍ର ବାଇବଲ

16 ଯେପରି ମୂର୍ଖର, ସେହିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରଣ ଭବିଷ୍ୟତରେ, ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଜଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆଯିବ?

Gade chapit la Kopi




ଉପଦେଶକ 2:16
17 Referans Kwoze  

ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ; କିଅବା ଭବିଷ୍ୟତରେ ଯେଉଁମାନେ ଉତ୍ପନ୍ନ ହେବେ, ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।


ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।


ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ?


ଏଥିଉତ୍ତାରେ ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ।


ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ,


ସେହି ସମୟରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ, ସେମାନେ ଏକଆରେକର ସଙ୍ଗେ କଥାବାର୍ତ୍ତା କଲେ; ଆଉ, ସଦାପ୍ରଭୁ ମନୋଯୋଗ କରି ତାହା ଶୁଣିଲେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ତାହାଙ୍କ ନାମ ଧ୍ୟାନ କଲେ, ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥ ନଳାକାର ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା।


ଏଣୁ ମୂର୍ଖ ଅପେକ୍ଷା ଜ୍ଞାନୀର କି ଲାଭ? ଆଉ, ଜୀବିତମାନଙ୍କ ସାକ୍ଷାତରେ ଚଳିବାକୁ ଜାଣେ ଯେଉଁ ଦରିଦ୍ର ଲୋକ, ତାହାର ଅବା କି ଲାଭ?


ଜ୍ଞାନବାନ‍ର ଚକ୍ଷୁ ତାହାର ମସ୍ତକରେ ଥାଏ, ପୁଣି ମୂର୍ଖ ଅନ୍ଧକାରରେ ଭ୍ରମଣ କରେ, ତଥାପି ସମସ୍ତଙ୍କ ପ୍ରତି ଏକ ଦଶା ଘଟେ, ଏହା ମୁଁ ଦେଖିଲି।


ତହିଁ ଉପରେ ବାୟୁ ବହିଲେ, ତାହା ନ ଥାଏ, ପୁଣି, ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ।


ଯେଣୁ ସେ ଦେଖେ ଯେ, ଜ୍ଞାନୀ ଲୋକମାନେ ମରନ୍ତି, ମୂର୍ଖ ଓ ପଶୁବତ୍‍ ଲୋକେ ଏକତ୍ର ବିନଷ୍ଟ ହୁଅନ୍ତି, ପୁଣି, ଆପଣାମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କ ନିମନ୍ତେ ଛାଡ଼ିଯାʼନ୍ତି।


ପୁଣି ରାଜା ଅବ୍‍ନର ପାଇଁ ବିଳାପ କରି କହିଲେ, “ଯେପରି ମୂଢ଼ ମରେ, ସେପରି କି ଅବ୍‍ନରକୁ ମରିବାକୁ ହେଲା?


ଏଥିଉତ୍ତାରେ ଯୋଷେଫ, ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ।


ତହିଁରେ ମୁଁ ଆପଣା ମନେ ମନେ କହିଲି, “ମୂର୍ଖ ପ୍ରତି ଯେରୂପ ଘଟେ, ମୋʼ ପ୍ରତି ହିଁ ସେରୂପ ଘଟିବ; ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି?” ତହୁଁ ମୁଁ ମନେ ମନେ କହିଲି, ଏହା ହିଁ ଅସାର।


ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ; କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ।


ଆହୁରି, ମୁଁ ଦୁଷ୍ଟମାନଙ୍କୁ କବରପ୍ରାପ୍ତ ହେବା ଦେଖିଲି; ପୁଣି ଯଥାର୍ଥ କର୍ମକାରୀମାନେ ପବିତ୍ର ସ୍ଥାନକୁ ଗଲେ ଓ ନଗରରୁ ବିସ୍ମୃତ ହେଲେ; ଏହା ହିଁ ଅସାର ଦେଖିଲି।


ଏପରି ସମୟରେ ତାହା ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା, ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା; ତଥାପି ସେହି ଦରିଦ୍ର ଲୋକକୁ କେହି ସ୍ମରଣ କଲା ନାହିଁ।


ଆପଣା ପଥ ବିବେଚନା କରିବା ଚତୁର ଲୋକର ଜ୍ଞାନ; ମାତ୍ର ପ୍ରବଞ୍ଚନା ମୂର୍ଖମାନଙ୍କର ଅଜ୍ଞାନତା ମାତ୍ର।


Swiv nou:

Piblisite


Piblisite