Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 3:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ କିନ୍ନେରତ୍‍ଠାରୁ ପାଦଭୂମିସ୍ଥ ସମୁଦ୍ର, ଅର୍ଥାତ୍‍, ପିସ୍ଗାର ଅଧଃସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ ପୂର୍ବ ଦିଗବର୍ତ୍ତୀ ପଦାଭୂମି ଓ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଦେଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ କିନ୍ନେରତଠାରୁ ପାଦଭୂମିସ୍ଥ ସମୁଦ୍ର, ଅର୍ଥାତ୍, ପିସ୍ଗାର ଅଧଃସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ ପୂର୍ବଦିଗବର୍ତ୍ତୀ ପଦାଭୂମି ଓ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ ବଂଶକୁ ଓ ଗାଦ ବଂଶକୁ ଦେଲି।

Gade chapit la Kopi

ଓଡିଆ ବାଇବେଲ

17 ଆଉ କିନ୍ନେରତ୍‍ଠାରୁ ପାଦଭୂମିସ୍ଥ ସମୁଦ୍ର, ଅର୍ଥାତ୍‍, ପିସ୍‍ଗାର ଅଧଃସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ ପୂର୍ବ ଦିଗବର୍ତ୍ତୀ ପଦାଭୂମି ଓ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଦେଲି।

Gade chapit la Kopi

ପବିତ୍ର ବାଇବଲ

17 ତାହାର ପଶ୍ଚିମ ସୀମା ପର୍ଯ୍ୟନ୍ତ ଯର୍ଦ୍ଦନ ନଦୀ ମରୁଭୂମି ଥିଲା। ଉତ୍ତରରେ କିନ୍ନେରତ ସମୁଦ୍ରଠାରୁ ଲବଣ ସମୁଦ୍ର ପର୍ଯ୍ୟନ୍ତ ଦକ୍ଷିଣରେ ପି‌ସ୍‌ଗାର ଗଡ଼ାଣିଠାରୁ ପୂର୍ବ ପର୍ଯ୍ୟନ୍ତ।

Gade chapit la Kopi




ଦ୍ଵିତୀୟ ବିବରଣ 3:17
16 Referans Kwoze  

ଓ ପଦାଭୂମିସ୍ଥିତ କିନ୍ନେରତ୍‍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।


ଏସମସ୍ତେ ସୀଦ୍ଦୀମ ପଦାରେ, ଅର୍ଥାତ୍‍, ଲବଣ ସମୁଦ୍ର ନିକଟରେ ଏକତ୍ର ହୋଇଥିଲେ।


ଊର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦାଭୂମିର ସମୁଦ୍ର, ଅର୍ଥାତ୍‍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ।


ପୁଣି ଅସ୍ଦୋଦ-ପିସ୍ଗାର ଅଧଃସ୍ଥିତ ସମତଳ ଭୂମିର ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ-ପୂର୍ବପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।


ଓ ସେହି ସୀମା ବେଥ୍-ହୋଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ରର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତ ଥିଲା, ଏ ଦକ୍ଷିଣ ସୀମା।


ପୁଣି ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା। ପୁଣି ଉତ୍ତର ସୀମା ଯର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତଠାରୁ ଥିଲା


ପୁଣି ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତଭାଗ, ଅର୍ଥାତ୍‍, ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ


ଓ ତଳଭୂମିରେ ବେଥ୍-ହାରମ୍‍ ଓ ବେଥ୍-ନିମ୍ରା ଓ ସୁକ୍କୋତ ଓ ସାଫୋନ୍‍ ଓ ହିଷ୍‍ବୋନସ୍ଥ ସୀହୋନ ରାଜାର ଅବଶିଷ୍ଟ ରାଜ୍ୟ, ପୁଣି ଯର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ୍‍ ହ୍ରଦର ପ୍ରାନ୍ତ ପର୍ଯ୍ୟନ୍ତ ଯର୍ଦ୍ଦନ ଓ ତହିଁର ଅଞ୍ଚଳ।


ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍‍ କ୍ଷେତ୍ରକୁ ନେଇଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।


ସେତେବେଳେ ଲୋଟ ଅନାଇ ଦେଖିଲେ, ସୋୟର ପର୍ଯ୍ୟନ୍ତ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନ ପରି ସର୍ବତ୍ର ସଜଳ ଓ ମିସର ଦେଶ ତୁଲ୍ୟ ଅଟଇ; କାରଣ ସେହି ସମୟରେ ସଦୋମ ଓ ହମୋରା ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହୋଇ ନ ଥିଲା।


ଦିନେ ଯେତେବେଳେ ଲୋକସମୂହ ଯୀଶୁଙ୍କ ଉପରେ ମାଡ଼ିପଡ଼ି ଈଶ୍ବରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନ୍ନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ;


ପୁଣି ସବୀମ ଓ ସେର ଓ ହମ୍ମତ୍‍, ରକ୍କତ୍‍ ଓ କିନ୍ନେରତ୍‍


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅମିତ୍ତୟର ପୁତ୍ର ଗାଥ୍‍-ହେଫର ନିବାସୀ ଆପଣା ଦାସ ଯୂନସ ଭବିଷ୍ୟଦ୍‍ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଆରବା ସମୁଦ୍ର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନର୍ବାର ହସ୍ତଗତ କଲେ।


ତହିଁରେ ସେ ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି ଓ ତାହା ଗଡ଼ି ଆରବାକୁ ଯିବ; ଆଉ, ତାହା ସମୁଦ୍ର ଆଡ଼କୁ ଯିବ; ଯେଉଁ ଜଳସବୁ ନିର୍ଗତ ହେଲା, ତାହାସବୁ ସମୁଦ୍ରରେ ପ୍ରବେଶ କରିବ; ତହୁଁ ସେ ଜଳ ଉତ୍ତମ ହେବ।


Swiv nou:

Piblisite


Piblisite