Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 28:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେଉଁ ଯେଉଁ କର୍ମରେ ତୁମ୍ଭେ ହସ୍ତ ଦେବ, ସେହି ସବୁରେ ଆଶୀର୍ବାଦପ୍ରାପ୍ତି ଆଜ୍ଞା କରିବେ; ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତହିଁରେ ସେ ତୁମ୍ଭକୁ ଆଶୀର୍ବାଦ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେ ଯେ କର୍ମରେ ତୁମ୍ଭେ ହସ୍ତ ଦେବ, ସେସବୁରେ ଆଶୀର୍ବାଦପ୍ରାପ୍ତି ଆଜ୍ଞା କରିବେ; ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେବେ, ତହିଁରେ ସେ ତୁମ୍ଭକୁ ଆଶୀର୍ବାଦ କରିବେ।

Gade chapit la Kopi

ଓଡିଆ ବାଇବେଲ

8 ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେଉଁ ଯେଉଁ କର୍ମରେ ତୁମ୍ଭେ ହସ୍ତ ଦେବ, ସେହି ସବୁରେ ଆଶୀର୍ବାଦପ୍ରାପ୍ତି ଆଜ୍ଞା କରିବେ; ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତହିଁରେ ସେ ତୁମ୍ଭକୁ ଆଶୀର୍ବାଦ କରିବେ।

Gade chapit la Kopi

ପବିତ୍ର ବାଇବଲ

8 “ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ଯ୍ୟରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଦେଇଥିବା ଦେଶ ଉପରେ ଆଶୀର୍ବାଦ କରିବେ।

Gade chapit la Kopi




ଦ୍ଵିତୀୟ ବିବରଣ 28:8
22 Referans Kwoze  

ତୁମ୍ଭେ ତାହାକୁ ଅବଶ୍ୟ ଦେବ, ପୁଣି ତାହାକୁ ଦେବା ବେଳେ ତୁମ୍ଭର ହୃଦୟ ଦୁଃଖିତ ହେବ ନାହିଁ; କାରଣ ସେହି କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ଯେଉଁ ବିଷୟରେ ହାତ ଦିଅ, ସେସବୁରେ ତୁମ୍ଭକୁ ଆଶୀର୍ବାଦ କରିବେ।


ପୁଣି ତୁମ୍ଭେମାନେ ବହୁସମୟର ସଞ୍ଚିତ ପୁରାତନ ଶସ୍ୟ ଭୋଜନ କରିବ ଓ ତୁମ୍ଭେମାନେ ନୂତନ ଶସ୍ୟ ହେତୁ ପୁରାତନ ଶସ୍ୟ ବାହାର କରିବ।


ତାହା ହର୍ମୋଣ ପାହାଡ଼ର ଶିଶିର ତୁଲ୍ୟ, ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ। କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ, ଅନନ୍ତ ଜୀବନ ଆଜ୍ଞା କଲେ।


ପୁଣି, ସେ କହିଲା, ଏହା କରିବି; ମୋହର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି,


ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?


ତଥାପି ସଦାପ୍ରଭୁ ଦିନ ବେଳେ ଆପଣା ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ ହେବ।


ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା, ତହିଁରେ ତାହା ତିନି ବର୍ଷର ଫଳ ଉତ୍ପନ୍ନ କରିବ।


ଅମାରରେ କି ଏପର୍ଯ୍ୟନ୍ତ ଶସ୍ୟ ଅଛି? ଯେପରି ଏପର୍ଯ୍ୟନ୍ତ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷର, ଡାଳିମ୍ବ ଓ ଜୀତବୃକ୍ଷର ଫଳ ଫଳି ନାହିଁ; ମାତ୍ର ଆଜିଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା।”


ଆମ୍ଭମାନଙ୍କ ଭଣ୍ଡାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର ଦ୍ରବ୍ୟବିଶିଷ୍ଟ ହେବ; ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରିବେ;


ତହିଁରେ ସେ କହିଲେ, “ଯେବେ ସଦାପ୍ରଭୁ ତୁମ୍ଭର ସାହାଯ୍ୟ ନ କରନ୍ତି, ତେବେ ମୁଁ କେଉଁଠାରୁ ତୁମ୍ଭକୁ ସାହାଯ୍ୟ କରିବି? କି ଖଳାରୁ କିଅବା ଦ୍ରାକ୍ଷାଯନ୍ତ୍ରରୁ?”


ଶସ୍ୟ ନ କାଟିବା ଯାଏ ଦୁହିଁକୁ ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ।’”


ହେ ପରମେଶ୍ୱର, ତୁମ୍ଭେ ମୋହର ରାଜା ଅଟ; ପୁଣି ତୁମ୍ଭେ ଯାକୁବ ପକ୍ଷରେ ମୁକ୍ତିର ଆଜ୍ଞା ଦିଅ।


ତଥାପି ତୁମ୍ଭ ମଧ୍ୟରେ କେହି ଦରିଦ୍ର ହେବ ନାହିଁ; କାରଣ ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ପାଳିବାକୁ ଆଦେଶ ଦେଉଅଛି, ଯେବେ ତୁମ୍ଭେ କେବଳ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ରବ ଯତ୍ନପୂର୍ବକ ଶୁଣିବ;


ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ; ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର ସାତ ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ।


ତୁମ୍ଭେ ଆପଣାର ଯେଉଁ ମନ୍ଦ କର୍ମ ଦ୍ୱାରା ମୋତେ ତ୍ୟାଗ କଲ, ତହିଁ ହେତୁ ତୁମ୍ଭର ସଂହାର ଓ ଶୀଘ୍ର ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭ ହସ୍ତର ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପ୍ରତି ଅଭିଶାପ, ବ୍ୟାକୁଳତା ଓ ଭର୍ତ୍ସନା ପଠାଇବେ।


ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗର-ଦ୍ୱାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।


ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ।


କାରଣ ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ; ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।


Swiv nou:

Piblisite


Piblisite