Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 21:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲ ଲୋକଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର; ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ-ଦୋଷ ରହିବାକୁ ଦିଅ ନାହିଁ।” ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ-ଦୋଷ କ୍ଷମା ହେବ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲ ଲୋକଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର; ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ-ଦୋଷ ରହିବାକୁ ଦିଅ ନାହିଁ। ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ-ଦୋଷ କ୍ଷମା ହେବ;

Gade chapit la Kopi

ଓଡିଆ ବାଇବେଲ

8 ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲ ଲୋକଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର; ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ-ଦୋଷ ରହିବାକୁ ଦିଅ ନାହିଁ। ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ-ଦୋଷ କ୍ଷମା ହେବ;

Gade chapit la Kopi

ପବିତ୍ର ବାଇବଲ

8 ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲର ଲୋକମାନଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର। ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ ଦୋଷ ରହିବାକୁ ଦିଅ ନାହିଁ।’ ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ ଦୋଷ କ୍ଷମା ହେବ।

Gade chapit la Kopi




ଦ୍ଵିତୀୟ ବିବରଣ 21:8
13 Referans Kwoze  

ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ-ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।”


ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଜିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ।


ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେହି ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ।


କେବଳ ଏହା ନିଶ୍ଚିତ ରୂପେ ଜାଣ ଯେ, ତୁମ୍ଭେମାନେ ମୋତେ ବଧ କଲେ ଆପଣାମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ବର୍ତ୍ତାଇବ; କାରଣ ଏହି ସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”


ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ? ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର।


ଓ ମଧ୍ୟ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ, ଯିହୁଦାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା; କାରଣ ମନଃଶି ନିର୍ଦ୍ଦୋଷ ରକ୍ତରେ ଯିରୂଶାଲମକୁ ପରିପୂର୍ଣ୍ଣ କଲା, ପୁଣି ସଦାପ୍ରଭୁ କ୍ଷମା କରିବାକୁ ସମ୍ମତ ହେଲେ ନାହିଁ।


ଏଥିଉତ୍ତାରେ ଦାଉଦ ତାହା ଶୁଣି କହିଲେ, “ନେର୍‍ର ପୁତ୍ର ଅବ୍‍ନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳ ନିର୍ଦ୍ଦୋଷ;


ଆଉ ସେମାନେ ଉତ୍ତର ଦେଇ କହିବେ, “ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ, କିଅବା ଆମ୍ଭମାନଙ୍କ ଚକ୍ଷୁ ଏହା ଦେଖି ନାହିଁ।


ତେବେ ରାଜା ତାହାକୁ କହିଲେ, “ସେ ଯେପରି କହିଅଛି, ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ; ତହିଁରେ ଯୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି, ତହିଁର ଅପରାଧ ତୁମ୍ଭେ ମୋʼ ଠାରୁ ଓ ମୋʼ ପିତୃଗୃହରୁ ଦୂର କରିବ।


ମାତ୍ର ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ତାହା ନ ଆଣେ, ତାହା ପ୍ରତି ରକ୍ତପାତର ଅପରାଧ ଗଣିତ ହେବ; ସେ ରକ୍ତପାତ କରିଅଛି; ସେହି ମନୁଷ୍ୟ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।


Swiv nou:

Piblisite


Piblisite