Biblia Todo Logo
Bib sou entènèt

- Piblisite -




ଦ୍ଵିତୀୟ ବିବରଣ 21:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତହୁଁ ଲେବୀ-ସନ୍ତାନ ଯାଜକମାନେ ତାହା ନିକଟକୁ ଆସିବେ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି; ଏଣୁ ସେମାନଙ୍କ ବାକ୍ୟାନୁସାରେ ପ୍ରତ୍ୟେକ ବିରୋଧର ଓ ଆଘାତର ବିଚାର ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତହୁଁ ଲେବୀ-ସନ୍ତାନ ଯାଜକମାନେ ତାହା ନିକଟକୁ ଆସିବେ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି; ଏଣୁ ସେମାନଙ୍କ ବାକ୍ୟାନୁସାରେ ପ୍ରତ୍ୟେକ ବିରୋଧର ଓ ଆଘାତର ବିଚାର ହେବ।

Gade chapit la Kopi

ଓଡିଆ ବାଇବେଲ

5 ତହୁଁ ଲେବୀ-ସନ୍ତାନ ଯାଜକମାନେ ତାହା ନିକଟକୁ ଆସିବେ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି; ଏଣୁ ସେମାନଙ୍କ ବାକ୍ୟାନୁସାରେ ପ୍ରତ୍ୟେକ ବିରୋଧର ଓ ଆଘାତର ବିଚାର ହେବ।

Gade chapit la Kopi

ପବିତ୍ର ବାଇବଲ

5 ଏହା ପରେ ଲେବୀ ବଂଶଧର ଯାଜକମାନେ ତାହା ନିକଟକୁ ଆସିବେ କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି। ଏଣୁ ସେମାନଙ୍କ ବାକ୍ୟ ଅନୁସାରେ ପ୍ରତ୍ୟେକ ବିରୋଧରେ ଓ ଆଘାତରେ ବିଗ୍ଭର ହେବ।

Gade chapit la Kopi




ଦ୍ଵିତୀୟ ବିବରଣ 21:5
12 Referans Kwoze  

ଅମ୍ରାମ୍‍ର ପୁତ୍ର; ହାରୋଣ ଓ ମୋଶା; ପୁଣି, ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ଯୁଗାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ।


କାରଣ ଯାଜକର ଓଷ୍ଠାଧର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ; କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବାର୍ତ୍ତାବାହକ।


ସେହି ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ, ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି।


ତେବେ ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମୟର ଯାଜକ ଓ ବିଚାରକର୍ତ୍ତାମାନଙ୍କ ଆଗରେ ଠିଆ ହେବେ।


କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶ ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।


ତହୁଁ ହାରୋଣ ଲୋକମାନଙ୍କ ପ୍ରତି ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଶୀର୍ବାଦ କଲେ; ଏହିରୂପେ ପାପାର୍ଥକ ବଳି ଓ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଓହ୍ଲାଇ ଆସିଲେ।


ଆଉ ଯହିଁରେ ଚାଷ କି ବୁଣା ହୋଇ ନାହିଁ, ଏପରି ନିତ୍ୟ ଜଳସ୍ରୋତବାହୀ ତଳଭୂମିକୁ ସେହି ନଗରର ପ୍ରାଚୀନବର୍ଗ ସେହି ଗାଭୀକୁ ଆଣି ସେଠାରେ ତାହାର ବେକ ଭାଙ୍ଗିବେ।


ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରିମାନ ଅଛି, ସେହି ସବୁ ପବିତ୍ର କୋଠରି, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ।


ଆଉ, ବିବାଦ ଉପସ୍ଥିତ ହେଲେ, ସେମାନେ ବିଚାର କରିବା ପାଇଁ ଠିଆ ହେବେ; ଆମ୍ଭର ସକଳ ଶାସନାନୁସାରେ ସେମାନେ ବିଚାର ନିଷ୍ପନ୍ନ କରିବେ; ପୁଣି, ସେମାନେ ଆମ୍ଭର ନିରୂପିତ ସମସ୍ତ ପର୍ବରେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭ ବିଧିସବୁ ପାଳନ କରିବେ ଓ ସେମାନେ ଆମ୍ଭର ବିଶ୍ରାମ ଦିନସକଳ ପବିତ୍ର କରିବେ।


ପୁଣି, ଆପଣା ଆପଣା ନଗରବାସୀ ତୁମ୍ଭମାନଙ୍କ ଭ୍ରାତୃଗଣ ଦ୍ୱାରା ରକ୍ତପାତ ଓ ରକ୍ତପାତ ମଧ୍ୟରେ, ବ୍ୟବସ୍ଥା ଓ ଆଜ୍ଞା, ବିଧି ଓ ଶାସନ ମଧ୍ୟରେ କୌଣସି ବିବାଦ କୌଣସି ସମୟରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ ଯେପରି ସେମାନେ ସଦାପ୍ରଭୁଙ୍କ ପ୍ରତି ଦୋଷୀ ନୋହିବେ, ଆଉ ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉପରେ କୋପ ନ ବର୍ତ୍ତିବ, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଚେତନା ଦେବ; ଏହା କଲେ, ତୁମ୍ଭେମାନେ ଦୋଷୀ ନୋହିବ।


Swiv nou:

Piblisite


Piblisite