Biblia Todo Logo
Bib sou entènèt

- Piblisite -




ଦାନିୟେଲ 9:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମ୍ଭମାନଙ୍କ ପ୍ରତି ତାହା ଘଟାଇଅଛନ୍ତି; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କରନ୍ତି, ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କରି ନାହୁଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମ୍ଭମାନଙ୍କ ପ୍ରତି ତାହା ଘଟାଇ ଅଛନ୍ତି; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯାହା ଯାହା କରନ୍ତି, ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କରି ନାହୁଁ।

Gade chapit la Kopi

ଓଡିଆ ବାଇବେଲ

14 ଏନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମ୍ଭମାନଙ୍କ ପ୍ରତି ତାହା ଘଟାଇ ଅଛନ୍ତି; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କରନ୍ତି, ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କରି ନାହୁଁ।

Gade chapit la Kopi

ପବିତ୍ର ବାଇବଲ

14 ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭେମାନେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭେମାନେ ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନାହୁଁ।

Gade chapit la Kopi




ଦାନିୟେଲ 9:14
16 Referans Kwoze  

ହେ ପ୍ରଭୁ ଧାର୍ମିକତା ତୁମ୍ଭର ଅଟେ, ମାତ୍ର ଆଜିକାର ନ୍ୟାୟ ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର; ତୁମ୍ଭ ବିରୁଦ୍ଧରେ କୃତ ସତ୍ୟ-ଲଙ୍ଘନ ସକାଶୁ ଯିହୁଦାର ଲୋକ ଓ ଯିରୂଶାଲମ ନିବାସୀଗଣ ଓ ତୁମ୍ଭ ଦ୍ୱାରା ତାଡ଼ିତ ସକଳ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ (ବିବର୍ଣ୍ଣତାର ପାତ୍ର)।


ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେସବୁରେ ତୁମ୍ଭେ ଧର୍ମମୟ ଅଟ; କାରଣ ତୁମ୍ଭେ ସତ୍ୟରେ ବ୍ୟବହାର କରିଅଛ, ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।


ଦେଖ, ଆମ୍ଭେ ସେମାନଙ୍କର ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ଜଗି ରହିବା; ତହିଁରେ ମିସର ଦେଶସ୍ଥ ସମୁଦାୟ ଯିହୁଦୀ ଲୋକ ନିଃଶେଷ ନ ହେବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେବେ।


ହେ ପରମେଶ୍ୱର, ମୋʼ ତ୍ରାଣର ପରମେଶ୍ୱର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ ଗାନ କରିବ।


ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁ ଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁ ଜଗି ରହିବା, ଏହା ସଦାପ୍ରଭୁ କହନ୍ତି।


ସେତେବେଳେ ଇସ୍ରାଏଲର ଅଧିପତିମାନେ ଓ ରାଜା ଆପଣାମାନଙ୍କୁ ନମ୍ର କଲେ ଓ କହିଲେ, “ସଦାପ୍ରଭୁ ଧର୍ମମୟ।”


ସଦାପ୍ରଭୁ କୃପାବାନ ଓ ଧର୍ମମୟ; ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି।


ହେ ସଦାପ୍ରଭୋ, ତୁମ୍ଭେ ଧର୍ମମୟ ଓ ତୁମ୍ଭର ଶାସନସକଳ ସରଳ।


ଏଥିଉତ୍ତାରେ ଫାରୋ ଲୋକ ପଠାଇ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ଏହିଥର ମୁଁ ପାପ କରିଅଛି; ସଦାପ୍ରଭୁ ଧାର୍ମିକ, ମାତ୍ର ଆମ୍ଭେ ଓ ଆମ୍ଭ ଲୋକମାନେ ଦୋଷୀ ଅଟୁ।


ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ; କାରଣ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇ ଅବଶିଷ୍ଟ ଅଛୁ; ଦେଖ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ; କାରଣ ତହିଁ ସକାଶୁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ।”


ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, ତାହାଙ୍କ ବିଧିସକଳ ଅଟଳ।


ସେମାନେ କ୍ଷେତ୍ର ରକ୍ଷକମାନଙ୍କ ପରି ତାହାର ଚାରିଆଡ଼େ ଅଛନ୍ତି, କାରଣ ସଦାପ୍ରଭୁ କହନ୍ତି, ସେ ଆମ୍ଭର ବିଦ୍ରୋହାଚାରିଣୀ ହୋଇଅଛି।


ହେ ସଦାପ୍ରଭୁ, ମୁଁ ଯେତେବେଳେ ତୁମ୍ଭ ସଙ୍ଗେ ପ୍ରତିବାଦ କରେ, ତୁମ୍ଭେ ଧାର୍ମିକ ଅଟ; ତଥାପି ବିଚାର ବିଷୟରେ ମୁଁ ତୁମ୍ଭ ସଙ୍ଗେ ବାଦାନୁବାଦ କରିବି; ଦୁଷ୍ଟ ଲୋକମାନଙ୍କର ପଥ କାହିଁକି କୁଶଳଯୁକ୍ତ ହୁଏ? ଅତି ବିଶ୍ୱାସଘାତକ ସମସ୍ତେ କାହିଁକି ନିରାପଦରେ ଥାʼନ୍ତି?


ତାହାର ବିପକ୍ଷଗଣ ମସ୍ତକ ସ୍ୱରୂପ ହୋଇଅଛନ୍ତି, ତାହାର ଶତ୍ରୁମାନେ ସମୃଦ୍ଧ ହୋଇଅଛନ୍ତି; କାରଣ ତାହାର ଅସଂଖ୍ୟ ଆଜ୍ଞାଲଙ୍ଘନ ସକାଶୁ ସଦାପ୍ରଭୁ ତାହାକୁ କ୍ଳେଶ ଦେଇଅଛନ୍ତି; ତାହାର ଶିଶୁ ସନ୍ତାନଗଣ ବିପକ୍ଷର ସମ୍ମୁଖରେ ବନ୍ଦୀ ହୋଇ ଯାଇଅଛନ୍ତି।


ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ।


ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍‍ନିତ୍ସର ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋʼ କତିକି ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।


Swiv nou:

Piblisite


Piblisite