Biblia Todo Logo
Bib sou entènèt

- Piblisite -




ଦାନିୟେଲ 3:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟାଯିବେ ଓ ସେମାନଙ୍କର ଗୃହ ଖତରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ଵରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ତ ଖଣ୍ତ ହୋଇ କଟା ଯିବେ ଓ ସେମାନଙ୍କର ଗୃହ ଖତ-ରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ।

Gade chapit la Kopi

ଓଡିଆ ବାଇବେଲ

29 ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟା ଯିବେ ଓ ସେମାନଙ୍କର ଗୃହ ଖତ-ରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ।

Gade chapit la Kopi

ପବିତ୍ର ବାଇବଲ

29 ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ ଭ୍ରାନ୍ତିଜନକ କଥା କହିବେ, ସେମାନେ ଖଣ୍ତ ଖଣ୍ତ ହୋଇ କଟାଯିବେ ଓ ସେମାନଙ୍କର ଗୃହସବୁ ଭଙ୍ଗା ହେବ ଓ ଧୂଳିସାତ୍ ହେବ। କାରଣ ଏହିପରି ଭାବରେ କୌଣସି ଦେବତା ତାଙ୍କର ଦାସମାନକୁ ଉଦ୍ଧାର କରି ପାରିବେ ନାହିଁ।”

Gade chapit la Kopi




ଦାନିୟେଲ 3:29
17 Referans Kwoze  

ରାଜା କଲ୍‍ଦୀୟମାନଙ୍କୁ ଉତ୍ତର ଦେଇ କହିଲା, “ମୋʼ ଠାରୁ କଥା ବାହାରି ଯାଇଅଛି; ତୁମ୍ଭେମାନେ ଯଦି ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋତେ ନ ଜଣାଅ, ତେବେ ତୁମ୍ଭେମାନେ ଖଣ୍ଡ ଖଣ୍ଡ ହୋଇ କଟାଯିବ ଓ ତୁମ୍ଭମାନଙ୍କର ଗୃହ ଖତରାଶି କରାଯିବ।


ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ; ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।


କାରଣ ସେମାନଙ୍କର ଶୈଳ ଆମ୍ଭମାନଙ୍କ ଶୈଳ ତୁଲ୍ୟ ନୁହେଁ ବୋଲି ଆମ୍ଭମାନଙ୍କ ଶତ୍ରୁମାନେ ଆପେ ବିଚାରକର୍ତ୍ତା ହେଲେ ହେଁ (ଜାଣନ୍ତି)।


ନବୂଖଦ୍‍ନିତ୍ସର କହିଲା, “ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ବ୍ୟତୀତ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜାର ବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ।


ଯଦି ସେହିପରି ହୁଏ, ତେବେ ଆମ୍ଭେମାନେ ଯାହାଙ୍କର ସେବା କରୁ, ଆମ୍ଭମାନଙ୍କର ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି; ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।


ଏବେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସର୍ବପ୍ରକାର ବାଦ୍ୟ ଶୁଣିଲେ, ତୁମ୍ଭେମାନେ ଯଦି ମୋʼ ନିର୍ମିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ, ତେବେ ଭଲ; ମାତ୍ର ଯଦି ତୁମ୍ଭେମାନେ ପ୍ରଣାମ ନ କର, ତେବେ ସେହି ଦଣ୍ଡରେ ତୁମ୍ଭେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ; ଆଉ, ଏପରି କେଉଁ ଦେବତା ଅଛି ଯେ ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବ?”


ପରିତ୍ରାଣ ସଦାପ୍ରଭୁଙ୍କର ଅଧିକାର; ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ। [ସେଲା]


ଆହୁରି ମୁଁ ଆଜ୍ଞା କରୁଅଛି ଯେ, ଯେକେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ; ପୁଣି, ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ।


ଆଉ ବାଲ୍‍ର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ବାଲ୍‍ର ମନ୍ଦିର ଭାଙ୍ଗି ପକାଇ ତାକୁ ମଳଗୃହ କଲେ, ତାହା ଆଜି ପର୍ଯ୍ୟନ୍ତ ଅଛି।


ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍‍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍‍, ମୀଶାୟେଲଙ୍କୁ ମୈଶକ୍‍ ଓ ଅସରୀୟକୁ ଅବେଦ୍‍ନଗୋ ନାମ ଦେଲା।


ପୁଣି, ରାଜା ସେମାନଙ୍କ ସଙ୍ଗେ ଆଳାପ କଲେ; ଆଉ, ସେହି ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ସମାନ କେହି ଦେଖାଗଲେ ନାହିଁ; ଏଣୁ ଏମାନେ ରାଜାଙ୍କ ଛାମୁରେ ଠିଆ ହେଲେ।


ଏଥିରେ ଦାନିୟେଲ ଆପଣା ଗୃହକୁ ଗଲେ, ଆଉ ସେ ଓ ତାଙ୍କର ସଙ୍ଗୀମାନେ ଯେପରି ବାବିଲର ଅନ୍ୟାନ୍ୟ ବିଦ୍ୱାନ୍‍ମାନଙ୍କ ସଙ୍ଗେ ବିନଷ୍ଟ ନୋହିବେ,


ରାଜା ଦାନିୟେଲଙ୍କୁ ଉତ୍ତର କରି କହିଲା, “ତୁମ୍ଭେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ହୋଇଅଛ, ଏଥିପାଇଁ ନିଶ୍ଚୟ ତୁମ୍ଭର ପରମେଶ୍ୱର ଈଶ୍ୱରଗଣର ଈଶ୍ୱର ଓ ରାଜାଗଣର ପ୍ରଭୁ ଓ ନିଗୂଢ଼ ବିଷୟମାନର ପ୍ରକାଶକ ଅଟନ୍ତି।”


ପୁଣି, ଦାନିୟେଲ ରାଜା ନିକଟରେ ନିବେଦନ କରନ୍ତେ, ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ବାବିଲ ପ୍ରଦେଶର କାର୍ଯ୍ୟରେ ନିଯୁକ୍ତ କଲା; ମାତ୍ର ଦାନିୟେଲ ରାଜଦ୍ୱାରରେ ରହିଲେ।


ଏଠାରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି; ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି; ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ।”


ଏହିରୂପେ ଦାନିୟେଲ ଦାରୀୟାବସର ରାଜତ୍ୱ ସମୟରେ ଓ ପାରସିକ କୋରସ୍‍ର ରାଜତ୍ୱ ସମୟରେ ଉନ୍ନତି ଲାଭ କଲେ।


Swiv nou:

Piblisite


Piblisite