Biblia Todo Logo
Bib sou entènèt

- Piblisite -




ଦାନିୟେଲ 2:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହୁଁ ରାଜାକୁ ତାହାର ସ୍ୱପ୍ନ ଜଣାଇବା ନିମନ୍ତେ ରାଜା ମନ୍ତ୍ରବେତ୍ତା, ଗଣକ, ମାୟାବୀ ଓ କଲ୍‍ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲା। ଏଥିରେ ସେମାନେ ଆସି ରାଜାର ସମ୍ମୁଖରେ ଠିଆ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହୁଁ ରାଜାକୁ ତାହାର ସ୍ଵପ୍ନ ଜଣାଇବା ନିମନ୍ତେ ରାଜା ମନ୍ତ୍ରବେତ୍ତା, ଗଣକ, ମାୟାବୀ ଓ କଲ୍ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲା। ଏଥିରେ ସେମାନେ ଆସି ରାଜାର ସମ୍ମୁଖରେ ଠିଆ ହେଲେ।

Gade chapit la Kopi

ଓଡିଆ ବାଇବେଲ

2 ତହୁଁ ରାଜାକୁ ତାହାର ସ୍ୱପ୍ନ ଜଣାଇବା ନିମନ୍ତେ ରାଜା ମନ୍ତ୍ରବେତ୍ତା, ଗଣକ, ମାୟାବୀ ଓ କଲ୍‍ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲା। ଏଥିରେ ସେମାନେ ଆସି ରାଜାର ସମ୍ମୁଖରେ ଠିଆ ହେଲେ।

Gade chapit la Kopi

ପବିତ୍ର ବାଇବଲ

2 ତେଣୁ ରାଜା ତାଙ୍କର ସ୍ୱପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମାୟାବୀ ଓ କ‌‌ଲ୍‌‌‌‌ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥିରେ ସେମାନେ ଆସି ରାଜାଙ୍କ ସମ୍ମୁଖରେ ଠିଆ ହେଲେ।

Gade chapit la Kopi




ଦାନିୟେଲ 2:2
16 Referans Kwoze  

ଆଉ, ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲେ, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା ଦଶଗୁଣ ଅଧିକ ଦେଖିଲା।


ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ୍‍ ଲୋକଙ୍କୁ ମୋʼ ନିକଟକୁ ଆଣିବା ପାଇଁ ଆଜ୍ଞା କଲି;


ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ; ତହିଁରେ ମିସରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ।


ପୁଣି, ପ୍ରଭାତରେ ତାଙ୍କର ମନ ଉଦ୍‍ବିଗ୍ନ ହେଲା, ତହୁଁ ସେ ଲୋକ ପଠାଇ ମିସର ଦେଶୀୟ ମନ୍ତ୍ରଜ୍ଞ ଓ ପଣ୍ଡିତ ସମସ୍ତଙ୍କୁ ଡକାଇଲେ; ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ୱପ୍ନର କଥା କହନ୍ତେ, ସେମାନଙ୍କ ମଧ୍ୟରୁ କେହି ଫାରୋଙ୍କୁ ତହିଁର ଅର୍ଥ କହି ପାରିଲେ ନାହିଁ।


ରାଜା ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ଆଣିବା ପାଇଁ ଉଚ୍ଚସ୍ୱର କରି ଡାକିଲା। ରାଜା ବାବିଲୀୟ ବିଦ୍ୱାନ୍‍ମାନଙ୍କୁ କହିଲା, “ଯେକେହି ଏହି ଲେଖା ପଢ଼ିବ ଓ ତହିଁର ଅର୍ଥ ମୋତେ ଜଣାଇବ, ସେ ବାଇଗଣିଆ ରଙ୍ଗ ବସନରେ ବସ୍ତ୍ରାନ୍ୱିତ ହେବ ଓ ତାହାର କଣ୍ଠରେ ସୁବର୍ଣ୍ଣର ହାର ଦିଆଯିବ, ଆଉ ସେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।”


କଲ୍‍ଦୀୟମାନେ ରାଜାର ଛାମୁରେ ଉତ୍ତର କରି କହିଲେ, ମହାରାଜାଙ୍କ ବିଷୟ ଯେ ପ୍ରକାଶ କରି ପାରିବ, “ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ; କାରଣ କୌଣସି ରାଜା, ପ୍ରଭୁ କିଅବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ କିଅବା ଗଣକକୁ ଅଥବା କଲ୍‍ଦୀୟକୁ ଏପରି କଥା ପଚାରି ନାହାନ୍ତି।


ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ।


ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, “ଯେଉଁ ଭୂତୁଡ଼ିଆ ଓ ଗୁଣିଆମାନେ ଗଣ ଗଣ ଓ ଫୁସ୍‍ ଫୁସ୍‍ କରି କହନ୍ତି,” ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) “ଲୋକମାନେ କʼଣ ଆପଣାମାନଙ୍କ ପରମେଶ୍ୱରଙ୍କ ଅନ୍ଵେଷଣ କରିବେ ନାହିଁ? ସେମାନେ କʼଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବେ?”


ଏଥିଉତ୍ତାରେ ରାଜା ସମୟ ଓ କାଳର ବିଦ୍ୱାନ୍‍ବର୍ଗଙ୍କୁ ପଚାରିଲେ, (କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏରୂପ ପଚାରିବାର ରାଜାଙ୍କ ରୀତି ଥିଲା;


ନିଖୁଣ, ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରାସାଦରେ ଠିଆ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ଆଣିବାକୁ ଓ କଲ୍‍ଦୀୟ ବିଦ୍ୟା ଓ ଭାଷା ଶିଖାଇବାକୁ ଆପଣାର ନପୁଂସକାଧିପତି ଅସ୍ପନସ୍‍କୁ କହିଲା।


ଦାନିୟେଲ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, “ମହାରାଜା ଯେଉଁ ନିଗୂଢ଼ କଥା ପଚାରି ଅଛନ୍ତି, ତାହା ବିଦ୍ୱାନ୍‍ ଲୋକ କିଅବା ଗଣକ ଅବା ମନ୍ତ୍ରବେତ୍ତା ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରିପାରନ୍ତି ନାହିଁ;


ଏଥିପାଇଁ ସେହି ସମୟରେ କେତେକ କଲ୍‍ଦୀୟ ଲୋକ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ।


ଏଥିରେ ପଲେଷ୍ଟୀୟମାନେ ଯାଜକମାନଙ୍କୁ ଓ ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ ବିଷୟରେ ଆମ୍ଭେମାନେ କଅଣ କରିବା, କି ଦେଇ ଆମ୍ଭେମାନେ ତାହା ସ୍ୱ ସ୍ଥାନକୁ ପଠାଇବା? ଏହା ଆମ୍ଭମାନଙ୍କୁ ଜଣାଅ।”


ତାହାଙ୍କର ଚିହ୍ନସକଳ କିପରି ମହତ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ କିପରି ପ୍ରଭାବିଶିଷ୍ଟ! ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ।


Swiv nou:

Piblisite


Piblisite