Biblia Todo Logo
Bib sou entènèt

- Piblisite -




ଦାନିୟେଲ 10:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଥିରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ; କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାକୁ ନମ୍ର କରିବା ପାଇଁ ଆପଣା ମନୋନିବେଶ କଲ, ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଗଲା; ଆଉ, ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଥିରେ ସେ ମୋତେ କହିଲେ, ହେ ଦାନିୟେଲ, ଭୟ କର ନାହିଁ; କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ଵରଙ୍କ ସାକ୍ଷାତରେ ଆପଣାକୁ ନମ୍ର କରିବା ପାଇଁ ଆପଣା ମନନିବେଶ କଲ, ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଗଲା; ଆଉ, ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ।

Gade chapit la Kopi

ଓଡିଆ ବାଇବେଲ

12 ଏଥିରେ ସେ ମୋତେ କହିଲେ, ହେ ଦାନିୟେଲ, ଭୟ କର ନାହିଁ; କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାକୁ ନମ୍ର କରିବା ପାଇଁ ଆପଣା ମନୋନିବେଶ କଲ, ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଗଲା; ଆଉ, ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ।

Gade chapit la Kopi

ପବିତ୍ର ବାଇବଲ

12 ତା'ପରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କର ସାକ୍ଷାତରେ ନିଜକୁ ନମ୍ର କଲ। ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଯାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି।

Gade chapit la Kopi




ଦାନିୟେଲ 10:12
26 Referans Kwoze  

ପୁଣି, ସେ କହିଲେ, “ହେ ଅତ୍ୟନ୍ତ ପ୍ରିୟପାତ୍ର ମନୁଷ୍ୟ, ଭୟ କର ନାହିଁ; ତୁମ୍ଭର ଶାନ୍ତି ହେଉ, ସବଳ ହୁଅ, ସବଳ ହୁଅ!” ସେ ମୋତେ ଏହା କହନ୍ତେ, ମୁଁ ସବଳ ହୋଇ କହିଲି, “ମୋର ପ୍ରଭୁ କୁହନ୍ତୁ କାରଣ ତୁମ୍ଭେ ମୋତେ ସବଳ କରିଅଛ।”


ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ; ତୁମ୍ଭେ ଆର୍ତ୍ତସ୍ୱର କରିବ, ଆଉ ସେ କହିବେ, ‘ଆମ୍ଭେ ଉପସ୍ଥିତ ଅଛୁ।’ ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜ୍ଜନ ଓ ଅଧର୍ମ ବାକ୍ୟ ଦୂର କର;


କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ତାହା ମୁଁ ଜାଣେ।


ପୁଣି, ଏହା ଘଟିବ ଯେ, ସେମାନେ ଡାକିବା ପୂର୍ବେ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।


ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।


ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।


ଭୀତାନ୍ତଃକରଣମାନଙ୍କୁ କୁହ, “ସାହସିକ ହୁଅ, ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ।”


ସେଥିରେ ସେ ସେମାନଙ୍କୁ କହିଲେ, “କାହିଁକି ଉଦ୍‌ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି?


ତାହା ତୁମ୍ଭମାନଙ୍କ ପ୍ରତି ମହା ବିଶ୍ରାମ ଦିନ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ; ଏହା ଅନନ୍ତକାଳୀନ ବିଧି।


ତୁମ୍ଭମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ; ସପ୍ତମ ମାସରେ ଓ ସେହି ମାସର ଦଶମ ଦିନରେ ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ଲୋକ ହେଉ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ ଓ କୌଣସି ପ୍ରକାର କର୍ମ କରିବ ନାହିଁ।


ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ,


ପାଉଲ, ଭୟ କର ନାହିଁ; କାଇସରଙ୍କର ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ବର ତୁମ୍ଭକୁ ଦାନ କରିଅଛନ୍ତି।


ମୁଁ ରୋଦନ କଲେ ଓ ଉପବାସ ଦ୍ୱାରା ଆପଣା ପ୍ରାଣକୁ କ୍ଳେଶ ଦେଲେ, ତାହା ମୋʼ ନିନ୍ଦାର ବିଷୟ ହେଲା।


ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,


ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ବରଙ୍କ ଛାମୁରେ ଅନୁଗ୍ରହ ପାଇଅଛ।


କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ।


ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ।


ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ।”


ପୁଣି, ସେ ମୋତେ କହିଲେ, “ହେ ଅତ୍ୟନ୍ତ ପ୍ରିୟପାତ୍ର ଦାନିୟେଲ, ଆମ୍ଭେ ତୁମ୍ଭଙ୍କୁ ଯେଉଁ ଯେଉଁ ବାକ୍ୟ କହୁ, ତାହା ବୁଝ ଓ ସିଧା ହୋଇ ଠିଆ ହୁଅ; କାରଣ ଏବେ ଆମ୍ଭେ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛୁ;” ସେ ମୋତେ ଏହି କଥା କହିବାରୁ ମୁଁ କମ୍ପି କମ୍ପି ଠିଆ ହେଲି।


ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ; ପୁଣି, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ;


Swiv nou:

Piblisite


Piblisite