Biblia Todo Logo
Bib sou entènèt

- Piblisite -




କଲସୀୟ 4:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ବର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ଵର ଆମ୍ଭମାନଙ୍କ ପାଇଁ ଦ୍ଵାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ ତତ୍ତ୍ଵ ନିମନ୍ତେ ମୁଁ ବନ୍ଦୀ ଅଟେ,

Gade chapit la Kopi

ଓଡିଆ ବାଇବେଲ

3 ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ୱର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଖ୍ରୀଷ୍ଟଙ୍କ ନିଗୂଢ଼ ତତ୍ତ୍ୱ ପ୍ରଚାର କରିବା ଉଦ୍ଦେଶ୍ୟରେ ଈଶ୍ୱର ଯେପରି ଆମକୁ ବିଶେଷ ସୁଯୋଗ ଦେବେ, ସେଥିପାଇଁ ମଧ୍ୟ ପ୍ରାର୍ଥନା କର। ଯେଉଁ ବାର୍ତ୍ତା ପ୍ରଚାର କରିବା ଯୋଗୁଁ ମୁଁ ଏବେ ବନ୍ଦୀଶାଳାରେ ଅଛି,

Gade chapit la Kopi

ପବିତ୍ର ବାଇବଲ

3 ଆମ୍ଭ ପାଇଁ ମଧ୍ୟ ପ୍ରାର୍ଥନା କର। ପରମେଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟରେ ପରମେଶ୍ୱର ଯେଉଁ ଗୁପ୍ତ ସତ୍ୟ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଗ୍ଭର କରି ପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ୟ ପ୍ରଗ୍ଭର କରୁଛି ବୋଲି ମୁଁ କାରାଗାରରେ ବନ୍ଦୀ।

Gade chapit la Kopi




କଲସୀୟ 4:3
27 Referans Kwoze  

ସେମାନେ ପହଞ୍ଚି ମଣ୍ଡଳୀକୁ ଏକତ୍ର କଲେ, ପୁଣି, ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ଅଣଯିହୁଦୀମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ।


ସେହି ନିଗୂଢ଼ତତ୍ତ୍ୱ ପ୍ରାଚୀନକାଳ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି।


ପୁଣି, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋୟାକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲେ ହେଁ,


ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ବରଙ୍କ ବାକ୍ୟ ଆବଦ୍ଧ ନୁହେଁ।


ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।


ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,


କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋʼ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ରହିଅଛି, ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି।


ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପରିଚାରକ, ପୁଣି, ଈଶ୍ବରଙ୍କ ନିଗୂଢ଼ତତ୍ତ୍ୱର ଭଣ୍ଡାରଘରିଆ ବୋଲି ମନେ କରନ୍ତୁ।


ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର।


ସେ ଉତ୍ତର ଦେଲେ, “କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇନାହିଁ।


ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି।


କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ,


ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା ଦେଇଅଛନ୍ତି, ପୁଣି, ମୋହର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାନ୍ତି,


ଏଥିନିମନ୍ତେ ମୁଁ ପାଉଲ, ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ


ଯେଉଁ ଈଶ୍ବର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍‍ ଯେଉଁ ନିଗୂଢ଼ତତ୍ତ୍ୱ ଅନାଦିକାଳରୁ ଗୁପ୍ତ ଥିଲା,


ଅର୍ଥାତ୍‍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସଂକ୍ଷିପ୍ତ ଭାବରେ ଲେଖିଅଛି।


ତାହା ପଢ଼ି ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ୱରେ ମୋହର ଜ୍ଞାନର ପରିଚୟ ପାଇ ପାର;


ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି,


ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।


ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର।


Swiv nou:

Piblisite


Piblisite