Biblia Todo Logo
Bib sou entènèt

- Piblisite -




କଲସୀୟ 2:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛା-ଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ମୂଲ୍ୟ ନାହିଁ, ତଦ୍ୱାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଏହିପ୍ରକାର ଶିକ୍ଷା ତ ସ୍ଵେଚ୍ଛାଭଜନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ଵାରା ଜ୍ଞାନର ନାମ ପାଇଅଛି, କିନ୍ତୁସେଥିର ସାର ନାହିଁ; ତଦ୍ଦ୍ଵାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ।

Gade chapit la Kopi

ଓଡିଆ ବାଇବେଲ

23 ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛାଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ମୂଲ୍ୟ ନାହିଁ, ତଦ୍ଵାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 ଅବଶ୍ୟ ସ୍ୱର୍ଗଦୂତ ପୂଜା, ଛଳ, ନମ୍ରତା ଓ ଆତ୍ମନିପୀଡ଼ନ କରିବା ପାଇଁ ପ୍ରବର୍ତ୍ତାଉ ଥିବା ଏହିସବୁ ନିୟମ ଗଭୀର ଜ୍ଞାନରେ ପ୍ରଣୀତ ବୋଲି ମନେହୁଏ; କିନ୍ତୁ ଶାରୀରିକ କାମନାକୁ ଦମନ କରିବା ପାଇଁ ଏଗୁଡ଼ିକର ସାମର୍ଥ୍ୟ ନାହିଁ।

Gade chapit la Kopi

ପବିତ୍ର ବାଇବଲ

23 ଏହି ବ୍ୟବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ୟ ମନୁଷ୍ୟ ଦ୍ୱାରା ଗଠନ କରାଯାଇଥିବା ଧର୍ମର ଗୋଟିଏ ଗୋଟିଏ ଅଂଶ, ଯାହାଦ୍ୱାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସେମାନଙ୍କୁ ସେମାନଙ୍କର ପାପ ସ୍ୱଭାବ ଓ ମନ୍ଦ କାର୍ଯ୍ୟରୁ ଦୂରରେ ରହିବା ପାଇଁ ସାହାଯ୍ୟ କରେ ନାହିଁ।

Gade chapit la Kopi




କଲସୀୟ 2:23
10 Referans Kwoze  

କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ବରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ।


ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ;


ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ମୌଳିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ;


ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ବର ଏସବୁ ତ ସୃଷ୍ଟି କରିଅଛନ୍ତି।


ଏହିସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ।


କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ; ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି,


ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ଶରୀର ନିମନ୍ତେ ଆୟୋଜନ କର ନାହିଁ।


Swiv nou:

Piblisite


Piblisite