Biblia Todo Logo
Bib sou entènèt

- Piblisite -




କଲସୀୟ 1:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ଵସ୍ତ ସେବକ;

Gade chapit la Kopi

ଓଡିଆ ବାଇବେଲ

7 ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ଆମ ପକ୍ଷରୁ ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଓ ଆମର ପ୍ରିୟ ସହକର୍ମୀ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଈଶ୍ୱରଙ୍କ ଏହି ଅନୁଗ୍ରହ ବିଷୟ ଅବଗତ ହୋଇଛ।

Gade chapit la Kopi

ପବିତ୍ର ବାଇବଲ

7 ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ।

Gade chapit la Kopi




କଲସୀୟ 1:7
19 Referans Kwoze  

ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ବରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ।


ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା


ଅତଏବ, ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ୍ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଈଶ୍ବରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।


ପ୍ରିୟ ଭ୍ରାତା, ପୁଣି, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ସହଦାସ ଯେ ତୁଖିକ ସେ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ;


ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ।


ଆଉ ଅନେକ ସାକ୍ଷୀମାନଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋʼଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହିସବୁ ଅର୍ପଣ କର।


କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରାଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;


ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳ ପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ;


ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ।


ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୁଷ୍ଟ ହେବ;


ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପରର ବଶୀଭୂତ ହୁଅ।


କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଦୟାରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି।


ଏଥିସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ପଠାଇଅଛି, ସେ ପ୍ରଭୁଙ୍କଠାରେ ମୋହର ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ; ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମ୍ଭମାନଙ୍କୁ ମୋହର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ।


ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।


“ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ?


ଆମ୍ଭର ସେବକ ମୋଶା ତଦ୍ରୂପ ନୁହେଁ; ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସପାତ୍ର ଅଟେ।


ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ‘ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି।’


ତାହାଙ୍କ ସଙ୍ଗରେ ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ।


Swiv nou:

Piblisite


Piblisite