Biblia Todo Logo
Bib sou entènèt

- Piblisite -




କଲସୀୟ 1:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋʼ ଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋʼଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି।

Gade chapit la Kopi

ଓଡିଆ ବାଇବେଲ

29 ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋ'ଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

29 ଏହାକୁ ସଫଳ କରିବା ନିମନ୍ତେ ମୋ’ଠାରେ ସକ୍ରିୟ ରହିଥିବା ଖ୍ରୀଷ୍ଟପ୍ରଦତ୍ତ ମହାନ୍ ଶକ୍ତିକୁ ବ୍ୟବହାର କରି ମୁଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମ କରୁଅଛି।

Gade chapit la Kopi

ପବିତ୍ର ବାଇବଲ

29 ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି।

Gade chapit la Kopi




କଲସୀୟ 1:29
28 Referans Kwoze  

କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ବରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋʼ ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋʼ ସହିତ ଥିବା ଈଶ୍ବରଙ୍କ ଅନୁଗ୍ରହ ତାହା କରିଅଛି।


ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଅଣ, ଏହିସବୁ ଜାଣି ପାର;


ଈଶ୍ବରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି।


କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ବର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି।


ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ। ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍‍।


କାରଣ ତୁମ୍ଭମାନଙ୍କ ଓ ଲାଅଦିକିଆର ଲୋକମାନଙ୍କ, ପୁଣି, ଯେତେ ଲୋକ ମୋହର ମୁଖ ଦେଖି ନାହାନ୍ତି, ସେ ସମସ୍ତଙ୍କ ନିମନ୍ତେ ମୁଁ ଯେ କେତେ ପ୍ରାଣପଣ କରିଥାଏ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା;


କିଅବା ବିନାମୂଲ୍ୟରେ କାହାରି ଖାଦ୍ୟ ଖାଇ ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାର ଭାର ସ୍ୱରୂପ ନ ହେବା ପାଇଁ ପରିଶ୍ରମ ଓ କଷ୍ଟ ସହିତ ଦିନରାତି କାମ କରିଥିଲୁ;


ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ବରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ।


ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ବରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ।


ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ଦର୍ପ କରିପାରିବି।


କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ଭିନ୍ନ ଭିନ୍ନ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି।


ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଢ଼େ, ଏଥିନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି;


ପୁଣି, ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ ଓ କ୍ଳାନ୍ତ ହୋଇ ନାହଁ, ଏହା ମଧ୍ୟ ଆମ୍ଭେ ଜାଣୁ।


ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି।


ଆଉ ମୋତେ ଯେପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ।


ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ,


ଯେଉଁ ଈଶ୍ବର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି,


ଯେଣୁ ଯେଉଁ ଖ୍ରୀଷ୍ଟ ମୋʼ ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ;


ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳ ପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ;


ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ,


ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା।


କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ବର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି।


ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋʼ ନିମନ୍ତେ ଈଶ୍ବରଙ୍କ ନିକଟରେ ମୋʼ ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମ୍ଭମାନଙ୍କୁ ବିନତି କରୁଅଛି,


“ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।


ତୁମ୍ଭେମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏଯାଏଁ ରକ୍ତ-ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରି ନାହଁ,


ତୁମ୍ଭେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇ, ଯେଉଁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ କାର୍ଯ୍ୟସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ।


Swiv nou:

Piblisite


Piblisite