Biblia Todo Logo
Bib sou entènèt

- Piblisite -




ଆମୋଷ 9:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା।

Gade chapit la Kopi

ଓଡିଆ ବାଇବେଲ

2 ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା।

Gade chapit la Kopi

ପବିତ୍ର ବାଇବଲ

2 ଯଦି ସେମାନେ ଭୂମି ଖୋଳି ପାତାଳକୁ ଯିବେ, ସେଠାରୁ ମଧ୍ୟ ଆମ୍ଭେ ସେମାନଙ୍କୁ ଟାଣି ଆଣିବା। ଯଦି ସେମାନେ ସ୍ୱର୍ଗକୁ ଯାଆନ୍ତି, ଆମ୍ଭେ ସେମାନଙ୍କୁ ସେହି ସ୍ଥାନରୁ ମଧ୍ୟ ତଳକୁ ଖସାଇ ଆଣିବା।

Gade chapit la Kopi




ଆମୋଷ 9:2
15 Referans Kwoze  

ସଦାପ୍ରଭୁ କହନ୍ତି, ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ, ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ, ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।


ସଦାପ୍ରଭୁ କହନ୍ତି, ତୁମ୍ଭେ ଯଦ୍ୟପି ଉତ୍କ୍ରୋଶ ପକ୍ଷୀ ପରି ଊର୍ଦ୍ଧ୍ୱକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ଓହ୍ଲାଇ ଆଣିବା।


କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି।


ଗୋ ଶୈଳଛିଦ୍ର ନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ବିନୀ, ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ପ୍ରବଞ୍ଚନା କରିଅଛି; ଯଦ୍ୟପି ତୁମ୍ଭେ ଉତ୍କ୍ରୋଶ ପକ୍ଷୀ ପରି ଉଚ୍ଚସ୍ଥାନରେ ବସା କରିବ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଲାଇ ଆଣିବା, ଏହା ସଦାପ୍ରଭୁ କହନ୍ତି।


ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ, ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ।


ତାହାଙ୍କ ସମ୍ମୁଖରେ ପାତାଳ ଅନାବୃତ ଓ ବିନାଶ ସ୍ଥାନର କୌଣସି ଆବରଣ ନାହିଁ।


ଯଦ୍ୟପି ତାହାର ମହତ୍ତ୍ୱ ଆକାଶ ପର୍ଯ୍ୟନ୍ତ ଉଠେ ଓ ତାହାର ମସ୍ତକ ମେଘ ସ୍ପର୍ଶ କରେ;


ଯେଉଁଠାରେ ଅଧର୍ମାଚାରୀଗଣ ଲୁଚି ପାରନ୍ତି, ଏପରି ଅନ୍ଧକାର ଓ ମୃତ୍ୟୁଚ୍ଛାୟା ନାହିଁ।


ସେହି ସମୟରେ ଆମ୍ଭେ ଗର୍ତ୍ତଗାମୀମାନଙ୍କ ସହିତ, ପୁରାତନ କାଳର ଲୋକମାନଙ୍କ ନିକଟକୁ ତୁମ୍ଭକୁ ଓହ୍ଲାଇ ଆଣିବା ଓ ପୃଥିବୀର ଅଧୋଭାଗରେ, ଚିରକାଳରୁ ଉତ୍ସନ୍ନ ସ୍ଥାନମାନଙ୍କରେ ଗର୍ତ୍ତଗାମୀମାନଙ୍କ ସଙ୍ଗରେ ତୁମ୍ଭକୁ ବାସ କରାଇବା, ତହିଁରେ ତୁମ୍ଭର ବସତି ସ୍ଥାନ ରହିବ ନାହିଁ; ପୁଣି, ଜୀବିତମାନଙ୍କ ଦେଶରେ ଆମ୍ଭେ ଶୋଭା ସ୍ଥାପନ କରିବା;


ଏହି ଅଭିପ୍ରାୟରେ ତାହାର ଭଗ୍ନାବଶିଷ୍ଟାଂଶ ଉପରେ ଆକାଶର ପକ୍ଷସକଳ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁସକଳ ତାହାର ଶାଖାମାନଙ୍କ ଉପରେ ରହିବେ; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଗର୍ତ୍ତଗାମୀମାନଙ୍କ ସହିତ ସେମାନେ ସମସ୍ତେ ମୃତ୍ୟୁୁରେ ଅଧୋଭୁବନରେ ସମର୍ପିତ ହୋଇଅଛନ୍ତି।


ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କʼଣ ଜାଣନ୍ତି? ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି?


ପରମେଶ୍ୱର ସେମାନଙ୍କୁ ନିରାପଦରେ ରହିବାକୁ ଦିଅନ୍ତି ଓ ସେମାନେ ତହିଁରେ ନିର୍ଭର ରଖନ୍ତି ଓ ତାହାଙ୍କ ଦୃଷ୍ଟି ସେମାନଙ୍କ ମାର୍ଗରେ ଥାଏ।


Swiv nou:

Piblisite


Piblisite