Biblia Todo Logo
Bib sou entènèt

- Piblisite -




ଆମୋଷ 4:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 “ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ; ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ; ଏକ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ, ତାହା ଶୁଷ୍କ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ; ପୁଣି, ଏକ ନଗରରେ ଜଳ ବର୍ଷାଇଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ; ଖଣ୍ତେ (କ୍ଷେତ୍ରରେ) ବୃଷ୍ଟି ହେଲା ଓ ଯେଉଁ ଖଣ୍ତକରେ ବୃଷ୍ଟି ନୋହିଲା, ତାହା ଶୁଷ୍କ ହେଲା।

Gade chapit la Kopi

ଓଡିଆ ବାଇବେଲ

7 “ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ; ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ; ଏକ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ, ତାହା ଶୁଷ୍କ ହେଲା।

Gade chapit la Kopi

ପବିତ୍ର ବାଇବଲ

7 “ଆମ୍ଭେ ଶସ୍ୟଅମଳର ତିନି ମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗରରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗରରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା।

Gade chapit la Kopi




ଆମୋଷ 4:7
27 Referans Kwoze  

ଏହେତୁ ବୃଷ୍ଟି ନିବାରିତ ହୋଇଅଛି ଓ ଶେଷ ବର୍ଷା ହୋଇ ନାହିଁ; ତଥାପି ତୁମ୍ଭେ ବେଶ୍ୟାର କପାଳ ଧାରଣ କରିଅଛ, ତୁମ୍ଭେ ଲଜ୍ଜିତା ହେବାକୁ ଅସମ୍ମତା ହୋଇଅଛ।


କେବଳ ଇସ୍ରାଏଲ-ସନ୍ତାନଗଣର ବାସସ୍ଥାନ ଗୋଶନ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ।


ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।


ଏଲୀୟ ଆମ୍ଭମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ ଥିଲେ; ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ;


ଏଥିପାଇଁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ଉଲ୍ଲସିତ ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆନନ୍ଦ କର; କାରଣ ସେ ତୁମ୍ଭମାନଙ୍କୁ ଯଥା ପରିମାଣରେ ଆଦ୍ୟ ବୃଷ୍ଟି ଦିଅନ୍ତି ଓ ସେ ତୁମ୍ଭମାନଙ୍କ ନିମନ୍ତେ ବୃଷ୍ଟି ବର୍ଷାନ୍ତି, ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଥମ ମାସରେ।


ଓ ତିନି ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲେ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ସମସ୍ତ ବାସ ସ୍ଥାନରେ ଆଲୁଅ ଥିଲା।


ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ଓ ମିସରୀୟମାନଙ୍କ ପଶୁଗଣ ମଧ୍ୟରେ ପ୍ରଭେଦ କରିବେ; ତହିଁରେ ଇସ୍ରାଏଲ ସନ୍ତାନମାନଙ୍କର କୌଣସି ପଶୁ ମରିବ ନାହିଁ।’”


ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥିନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି।


ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି।


ପୁଣି, ପୃଥିବୀସ୍ଥ ସବୁ ଗୋଷ୍ଠୀ ମଧ୍ୟରୁ ଯେଉଁମାନେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଯିରୂଶାଲମକୁ ଆସିବେ ନାହିଁ, ସେମାନଙ୍କ ଉପରେ କିଛି ଜଳ ବୃଷ୍ଟି ହେବ ନାହିଁ।


ଅନ୍ୟଦେଶୀୟମାନଙ୍କର ଅସାର ଦେବତାଗଣ ମଧ୍ୟରେ ଯେ ବୃଷ୍ଟି କରାଇପାରେ, ଏପରି କି କେହି ଅଛି? ଅଥବା ଆକାଶମଣ୍ଡଳ କି ବୃଷ୍ଟିଦାନ କରିପାରେ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ କି ସେହି ବୃଷ୍ଟିଦାତା ନୁହଁ? ଏନିମନ୍ତେ ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ରହିବା; କାରଣ ତୁମ୍ଭେ ଏହିସବୁର ଉତ୍ପାଦନ କରିଅଛ।


ଦେଶରେ ବୃଷ୍ଟି ନ ହେବା ସକାଶୁ ଭୂମି ଫାଟି ଯିବାରୁ କୃଷକମାନେ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।


ତାହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ, ପୁଣି ସେ ଆକାଶ ରୁଦ୍ଧ କଲେ ବୃଷ୍ଟି ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।


ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।


କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି? ଆଉ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇ ନାହଁ, ଏପରି ତୁମ୍ଭର କଅଣ ଅଛି? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ?


ଏଥିଉତ୍ତାରେ ମୋଶା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ, ତିନି ଦିନ ପର୍ଯ୍ୟନ୍ତ ମିସର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ, କେହି ପରସ୍ପରକୁ ଦେଖି ପାରିଲା ନାହିଁ।


ପୁଣି, ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି; ସେମାନେ ଗର୍ତ୍ତ ନିକଟକୁ ଆସି କିଛି ଜଳ ପାଆନ୍ତି ନାହିଁ; ସେମାନେ ଶୂନ୍ୟପାତ୍ର ଘେନି ଫେରି ଯାଆନ୍ତି; ସେମାନେ ଲଜ୍ଜିତ ଓ ଘାବରା ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।


Swiv nou:

Piblisite


Piblisite