Biblia Todo Logo
Bib sou entènèt

- Piblisite -




ଆମୋଷ 2:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା କରୀୟୋଥ୍‍ ନଗରର ଅଟ୍ଟାଳିକାସବୁ ଗ୍ରାସ କରିବ; ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ୱନି ସହିତ ପ୍ରାଣତ୍ୟାଗ କରିବ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା କରୀୟୋଥର ଅଟ୍ଟାଳିକାସକଳ ଗ୍ରାସ କରିବ; ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ଵନି ସହିତ ପ୍ରାଣତ୍ୟାଗ କରିବ;

Gade chapit la Kopi

ଓଡିଆ ବାଇବେଲ

2 ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା କରୀୟୋଥ ନଗରର ଅଟ୍ଟାଳିକାସବୁ ଗ୍ରାସ କରିବ; ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ୱନି ସହିତ ପ୍ରାଣତ୍ୟାଗ କରିବ;

Gade chapit la Kopi

ପବିତ୍ର ବାଇବଲ

2 ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ।

Gade chapit la Kopi




ଆମୋଷ 2:2
8 Referans Kwoze  

କରୀୟୋଥ୍‍ ହସ୍ତଗତ ହେଲା, ଦୃଢ଼ ଦୁର୍ଗସବୁ ଅକସ୍ମାତ୍‍ ଆକ୍ରାନ୍ତ ହେଲା, ଆଉ ସେହି ଦିନରେ ମୋୟାବର ବୀରମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣ ତୁଲ୍ୟ ହେବ।


କରୀୟୋଥ୍‍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ ବିଚାରଦଣ୍ଡ ଉପସ୍ଥିତ ହୋଇଅଛି।


ମାତ୍ର ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ଜ୍ୱଳାଇବା ଓ ତାହା ଯୁଦ୍ଧ ଦିନରେ ମହାନାଦ ଓ ଘୂର୍ଣ୍ଣିବାୟୁର ଦିନରେ ପ୍ରଚଣ୍ଡ ତୋଫାନ ସହିତ ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।


ହିଷ୍‍ବୋନର ଚିତ୍କାର ସ୍ଥାନଠାରୁ ଇଲୀୟାଲୀ ପର୍ଯ୍ୟନ୍ତ, ମଧ୍ୟ ଯହସ ପର୍ଯ୍ୟନ୍ତ, ସୋୟରଠାରୁ ହୋରୋନୟିମ ପର୍ଯ୍ୟନ୍ତ, ଇଗ୍ଲତ୍‍-ଶଲୀଶୀୟା ପର୍ଯ୍ୟନ୍ତ ସେମାନେ ଚିତ୍କାର ଶବ୍ଦ ଉଠାଇଅଛନ୍ତି; କାରଣ ନିମ୍ରୀମର ଜଳସମୂହ ମଧ୍ୟ ଶୂନ୍ୟ ହେବ।


ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ୱଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ।


ଯେଉଁମାନେ ପଳାଇଗଲେ, ସେମାନେ ବଳହୀନ ହୋଇ ହିଷ୍‍ବୋନର ଛାୟା ତଳେ ଠିଆ ହୁଅନ୍ତି; କାରଣ ହିଷ୍‍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ ମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।


ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ଓ ସେୟୀର କହୁଅଛନ୍ତି, ଦେଖ, ଯିହୁଦା ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ,


ମାତ୍ର ଆମ୍ଭେ ହସାୟେଲ ରାଜାଙ୍କ ବଂଶ ନିକଟକୁ ଅଗ୍ନି ପ୍ରେରଣ କରିବା ଓ ତାହା ବିନ୍‍ହଦଦ୍‍ର ଅଟ୍ଟାଳିକାସବୁ ଗ୍ରାସ କରିବ।


Swiv nou:

Piblisite


Piblisite