Biblia Todo Logo
Bib sou entènèt

- Piblisite -




ଆମୋଷ 1:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସକଳ ଗ୍ରାସ କରିବ।

Gade chapit la Kopi

ଓଡିଆ ବାଇବେଲ

10 ମାତ୍ର ଆମ୍ଭେ ସୋରର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।”

Gade chapit la Kopi

ପବିତ୍ର ବାଇବଲ

10 ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ଧ୍ୱଂସ କରିଦେବ।”

Gade chapit la Kopi




ଆମୋଷ 1:10
8 Referans Kwoze  

ଦେଖ, ପ୍ରଭୁ ତାହାକୁ ପ୍ରତ୍ୟାଖ୍ୟାନ କରିବେ ଓ ସେ ସମୁଦ୍ରରେ ତାହାର ପରାକ୍ରମକୁ ବିନାଶ କରିବେ; ଆଉ, ଅଗ୍ନି ଦ୍ୱାରା ସେ ଗ୍ରାସିତ ହେବ।


ମାତ୍ର ଆମ୍ଭେ ଘସାର ପ୍ରାଚୀର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।


ମାତ୍ର ଆମ୍ଭେ ହସାୟେଲ ରାଜାଙ୍କ ବଂଶ ନିକଟକୁ ଅଗ୍ନି ପ୍ରେରଣ କରିବା ଓ ତାହା ବିନ୍‍ହଦଦ୍‍ର ଅଟ୍ଟାଳିକାସବୁ ଗ୍ରାସ କରିବ।


ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ୱଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ।


କାରଣ ପଲେଷ୍ଟୀୟ ସମସ୍ତଙ୍କର ସର୍ବସ୍ୱ ହରଣ କରିବାର, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ଦିନ ଆସୁଅଛି; ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର, କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ।


ତହିଁରେ ସେମାନେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ, ଆମ୍ଭେ ମଧ୍ୟ ତାହାର ଧୂଳିସବୁ ଚାଞ୍ଛି ପକାଇ ତାକୁ ଶୁଷ୍କ ଶୈଳ କରିବା।


ତୁମ୍ଭେ ଆପଣାର ଅଧର୍ମର ବାହୁଲ୍ୟରେ, ନିଜ ବାଣିଜ୍ୟ ବିଷୟକ ଅନ୍ୟାୟ ଦ୍ୱାରା ଆପଣାର ପବିତ୍ର ସ୍ଥାନସକଳ ଅପବିତ୍ର କରିଅଛ; ଏଥିପାଇଁ ଆମ୍ଭେ ତୁମ୍ଭ ମଧ୍ୟରୁ ଅଗ୍ନି ବାହାର କରି ଆଣିଅଛୁ, ତାହା ତୁମ୍ଭକୁ ଗ୍ରାସ କରିଅଛି, ପୁଣି, ଆମ୍ଭେ ତୁମ୍ଭକୁ ଦର୍ଶନକାରୀ ସକଳର ସାକ୍ଷାତରେ ଭୂମିରେ ଭସ୍ମ କରିଅଛୁ।


ଆହୁରି, ହେ ସୋର, ସୀଦୋନ ଓ ପଲେଷ୍ଟୀୟାର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କଅଣ କରିବ? ତୁମ୍ଭେମାନେ କି ଆମ୍ଭକୁ ପ୍ରତିଫଳ ଦେବ? ଓ ତୁମ୍ଭେମାନେ ଆମ୍ଭକୁ ପ୍ରତିଫଳ ଦେଲେ, ଆମ୍ଭେ ଅବିଳମ୍ବରେ ଓ ଅତି ଶୀଘ୍ରରେ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ନିଜ ମସ୍ତକରେ ବର୍ତ୍ତାଇବା।


Swiv nou:

Piblisite


Piblisite