Biblia Todo Logo
Bib sou entènèt

- Piblisite -




ପ୍ରେରିତ 9:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ, ସେମାନେ ଯେପରି ତାହାଙ୍କୁ ବଧ କରିପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗରଦ୍ୱାରସବୁ ଜଗି ରହିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 କିନ୍ତୁ ସେମାନଙ୍କର ଚକ୍ରା; ଶାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ, ସେମାନେ ଯେପରି ତାଙ୍କୁ ବଧ କରି ପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗର-ଦ୍ଵାରସବୁ ଜଗି ରହିଲେ,

Gade chapit la Kopi

ଓଡିଆ ବାଇବେଲ

24 କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା । ଆଉ, ସେମାନେ ଯେପରି ତାହାଙ୍କୁ ବଧ କରି ପାରନ୍ତି,ଏଥି ନିମନ୍ତେ ଦିବାରାତ୍ର ମଧ୍ୟ ନଗର-ଦ୍ୱାରସବୁ ଜଗି ରହିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

24 ତାଙ୍କୁ ହତ୍ୟା କରିବା ପାଇଁ ଦିନ।ତି ସେମାନେ ନଗର ଦ୍ୱାର ସବୁ ଜଗି ରହିଲେ।

Gade chapit la Kopi

ପବିତ୍ର ବାଇବଲ

24 ଯିହୂଦୀମାନେ ତାହାଙ୍କୁ ମାରିବା ପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣି ପାରିଲେ।

Gade chapit la Kopi




ପ୍ରେରିତ 9:24
15 Referans Kwoze  

ଦମ୍ମେଶକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,


ଆଉ ସେ ଯେପରି ତାହାଙ୍କୁ ଯିରୂଶାଲମ ସହରକୁ ଡକାଇ ପଠାନ୍ତି ଏଥିନିମନ୍ତେ ବିନତିପୂର୍ବକ ତାହାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାହାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ।


ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,


ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ।


ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ମନା କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରିପାରିବେ ନାହିଁ। ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି।


ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ନିକଟକୁ ପଠାଇଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖରେ, ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଦେଶ ଦେଲି।


କାରଣ ସେମାନେ ତୁମ୍ଭ ବିରୁଦ୍ଧରେ ଅନିଷ୍ଟ ଚିନ୍ତା କଲେ; ସେମାନେ ଏକ କୌଶଳ କଳ୍ପନା କଲେ, ତାହା ସେମାନେ ସିଦ୍ଧ କରିପାରନ୍ତି ନାହିଁ।


କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ।


ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଛକି ବସ ନାହିଁ; ତାହାର ବିଶ୍ରାମ-ସ୍ଥାନ ଲୁଟ କର ନାହିଁ।


Swiv nou:

Piblisite


Piblisite