Biblia Todo Logo
Bib sou entènèt

- Piblisite -




ପ୍ରେରିତ 6:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ।

Gade chapit la Kopi

ଓଡିଆ ବାଇବେଲ

6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ପ୍ରେରିତ ଶିଷ୍ୟମାନେ ଏହି ସାତଜଣଙ୍କ ପାଇଁ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ।

Gade chapit la Kopi

ପବିତ୍ର ବାଇବଲ

6 ସେମାନେ ଏହି ଲୋକମାନଙ୍କୁ ପ୍ରେରିତମାନଙ୍କ ପାଖରେ ଉପସ୍ଥିତ କରାଇଲେ। ପ୍ରେରିତମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହାତ ରଖିଲେ।

Gade chapit la Kopi




ପ୍ରେରିତ 6:6
14 Referans Kwoze  

ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ବରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ୱଳିତ କର।


ଆଉ ତୁମ୍ଭେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ; ତହୁଁ ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କ ଉପରେ ଆପଣାମାନଙ୍କ ହସ୍ତ ରଖିବେ।


“ହେ ସର୍ବାନ୍ତର୍ଯ୍ୟାମୀ ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି,


ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ତାହା ଅବହେଳା ନ କର।


ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ।


ସେଥିରେ ସେମାନେ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ।


ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍‍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି।


ହଠାତ୍‍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ପବିତ୍ର କରି ରଖ।


ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଅନନ୍ତ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ।


ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେହି ଲୋକଠାରେ ଆତ୍ମା ଅଛନ୍ତି, ପୁଣି, ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର;


ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ।


ପୁଣି, ବହୁତ ବିନତି କରି କହିଲେ, ମୋହର କନ୍ୟାଟି ମୃତପ୍ରାୟ; ସେ ଯେପରି ରକ୍ଷା ପାଇ ବଞ୍ଚିବ, ଏଥିପାଇଁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ।


ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥିନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି।”


ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ।


Swiv nou:

Piblisite


Piblisite