Biblia Todo Logo
Bib sou entènèt

- Piblisite -




ପ୍ରେରିତ 28:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସେ ସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଆମ୍ଭମାନଙ୍କୁ ଅନୁରୋଧ କଲେ; ଏହି ପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସେସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଆମ୍ଭମାନଙ୍କୁ ଅନୁରୋଧ କଲେ; ଏହିପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ।

Gade chapit la Kopi

ଓଡିଆ ବାଇବେଲ

14 ସେ ସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଅମ୍ଭମାନଙ୍କୁ ଅନୁରୋଧ କଲେ; ଏହି ପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ସେଠାରେ କେତେ ଜଣ ଖ୍ରୀଷ୍ଟ ବିଶ୍ୱାସୀଙ୍କର ଦେଖା ପାଇଲୁ। ସେମାନଙ୍କ ସହିତ ହପ୍ତାଏ କାଳ ରହିବା ପାଇଁ ସେମାନେ ଆମକୁ ଅନୁରୋଧ କଲେ। ଶେଷରେ ରୋମରେ ଯାଇ ପହଞ୍ଚିଲୁ।

Gade chapit la Kopi

ପବିତ୍ର ବାଇବଲ

14 ସେଠାରେ ଆମ୍ଭେ କେତେକ ଭାଇମାନଙ୍କୁ ଭେଟିଲୁ। ସେମାନେ ଆମ୍ଭକୁ ସେଠାରେ ସାତ ଦିନ ରହିବାକୁ ଅନୁରୋଧ କଲେ। ତା'ପରେ ଆମ୍ଭେ ରୋମକୁ ଆସିଲୁ।

Gade chapit la Kopi




ପ୍ରେରିତ 28:14
17 Referans Kwoze  

ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ।


ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀ ସହରରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ।


ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ।


ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥିତ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀକୁ ଲୁପ୍ତ କରିବା।”


ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ।


ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ।


ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ ପାଳନ୍ତି, ମୁଁ ସେହି ସମସ୍ତଙ୍କର ସଙ୍ଗୀ।


ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ),


ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ;


ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ।


ପୁଣି, ସେ ସ୍ଥାନରୁ ବୁଲି ରେଗୀୟ ବନ୍ଦରରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲି ସହରକୁ ଆସିଲୁ;


ଭାଇମାନେ ଆମ୍ଭମାନଙ୍କ ସମ୍ବାଦ ପାଇ ସେହି ସ୍ଥାନରୁ ଆପ୍ପୀୟଙ୍କ ହାଟ ଓ ତିନି ସରେଇଘର ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଭେଟିବା ପାଇଁ ଆସିଲେ, ପୁଣି, ପାଉଲ ସେମାନଙ୍କୁ ଦେଖି ଈଶ୍ବରଙ୍କ ଧନ୍ୟବାଦ କରି ସାହସ ପାଇଲେ।


ସେଥିରେ ସେମାନେ ତାହାଙ୍କୁ କହିଲେ, ଆପଣଙ୍କ ସମ୍ବନ୍ଧରେ ଯିହୂଦିୟା ପ୍ରଦେଶରୁ ଆମ୍ଭେମାନେ କୌଣସି ପତ୍ର ପାଇ ନାହୁଁ, କି ଭାଇମାନଙ୍କ ମଧ୍ୟରୁ କେହି ଏଠାକୁ ଆସି ଆପଣଙ୍କ ବିଷୟରେ କୌଣସି ମନ୍ଦ ସମ୍ବାଦ ଦେଇ ନାହାନ୍ତି ବା କହି ନାହାନ୍ତି।


ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।


Swiv nou:

Piblisite


Piblisite