Biblia Todo Logo
Bib sou entènèt

- Piblisite -




ପ୍ରେରିତ 20:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କାରଣ ପାଉଲଙ୍କ ଏସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୂଶାଲମ ସହରରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ ଆସିଆରେ ଯେପରି ପାଉଲଙ୍କୁ ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ।। ଦିନରେ ଯିରୂଶାଲମରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ।

Gade chapit la Kopi

ଓଡିଆ ବାଇବେଲ

16 କାରଣ ପାଉଲଙ୍କ ଆସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୁଶାଲମରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଆସିଆ ପ୍ରଦେଶରେ ଆଉ ଅଧିକ ସମୟ ଅତିବାହିତ ନ କରି ଏଫିସସ୍ କୂଳେ କୂଳେ ଜାହାଜ ଚଳାଇବାକୁ ପାଉଲ ସ୍ଥିର କଲେ। ଯଦି ସମ୍ଭବ ହୁଏ, ପେଣ୍ଟିକଷ୍ଟ ଦିନରେ ଯିରୂଶାଲମରେ ପହଞ୍ଚିବା ପାଇଁ ସେ ଉଦ୍ଗ୍ରୀବ ହେଉଥିଲେ।

Gade chapit la Kopi

ପବିତ୍ର ବାଇବଲ

16 ପାଉଲ ଏସିଆରେ ଅଧିକ ସମୟ ରହିବା ପାଇଁ ଇଚ୍ଛା କରୁ ନ ଥିଲେ। ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୁଶାଲମରେ ପହଞ୍ଚିବା ପାଇଁ ତର ତର ହେଉଥିଲେ।

Gade chapit la Kopi




ପ୍ରେରିତ 20:16
17 Referans Kwoze  

କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି;


ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ।


ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନରେ ସ୍ଥିର କରି କହିଲେ ଯେ ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ।


ଅନେକ ବର୍ଷ ପରେ ମୁଁ ମୋହର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି।


ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ।


ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମ ସହରକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଅଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ;


କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍‌ ସହରକୁ ଯାତ୍ରା କଲୁ, ସେଠାରୁ ପାଉଲଙ୍କୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ।


ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀ ସହରରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ।


ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ବରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ।


ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ।


ତୁମ୍ଭେ ସପ୍ତାହର ଉତ୍ସବ, ଅର୍ଥାତ୍‍, କଟା ଗହମର ପ୍ରଥମ ଫଳର ଉତ୍ସବ ଓ ବର୍ଷର ଶେଷ ଭାଗରେ ଫଳ ସଂଗ୍ରହର ଉତ୍ସବ କରିବ।


ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା।


ସେମାନେ ଏସିଆ ଦେଶରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ,


ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ।


ଆଉ, ବେରିୟା ନଗରନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀ ସହରରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଏସିଆ ପ୍ରଦେଶର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ।


ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଏସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି,


Swiv nou:

Piblisite


Piblisite