Biblia Todo Logo
Bib sou entènèt

- Piblisite -




ପ୍ରେରିତ 11:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ବର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ବରଙ୍କୁ ପ୍ରତିରୋଧ କରିପାରିଥାନ୍ତି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ସମୟରେ ଈଶ୍ଵର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ଵରଙ୍କୁ ପ୍ରତିରୋଧ କରି ପାରିଥାʼନ୍ତି?

Gade chapit la Kopi

ଓଡିଆ ବାଇବେଲ

17 ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ୱର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ୱରଙ୍କୁ ପ୍ରତିରୋଧ କରି ପାରିଥାନ୍ତି ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ଏହା ସୁସ୍ପଷ୍ଟ ଯେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱର ଆମକୁ ଯେଉଁ ଦାନ ଦେଇଥିଲେ, ଅଣଇହୁଦୀମାନଙ୍କୁ ମଧ୍ୟ ସେହି ଦାନ ଦେଇଛନ୍ତି; ମୁଁ ବା କିଏ ଯେ ଈଶ୍ୱରଙ୍କ ଏହି କାର୍ଯ୍ୟକୁ ପ୍ରତିରୋଧ କରିବି!”

Gade chapit la Kopi

ପବିତ୍ର ବାଇବଲ

17 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମା ଦାନ ଦେଇଥିଲେ, ସହିପରି ଯଦି ସେ ସେମାନଙ୍କୁ ସେହି ସମାନ ଦାନ ଦେଲେ, ତେବେ ମୁଁ ପରମେଶ୍ୱରଙ୍କ ମାର୍ଗରେ ବାଧା ଦେବା ପାଇଁ କିଏ?”

Gade chapit la Kopi




ପ୍ରେରିତ 11:17
14 Referans Kwoze  

ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ କରିଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କଅଣ କେହି ଜଳକୁ ନିଷେଧ କରିପାରିବ?


ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ “ତୁମ୍ଭେ କʼଣ କରୁଅଛ” ଏହା ତାହାଙ୍କୁ କହି ନ ପାରେ।


ତୁମ୍ଭେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛ? ଯେଣୁ ସେ ଆପଣାର କୌଣସି ବିଷୟର କାରଣ ଜଣାନ୍ତି ନାହିଁ।


ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ।


ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଯିହୁଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଭିତ ହେଲେ;


କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ।


“ଦୋଷାନ୍ଵେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ? ଯେ ପରମେଶ୍ୱରଙ୍କ ସଙ୍ଗେ ଯୁକ୍ତି କରେ, ସେ ଏଥିର ଉତ୍ତର ଦେଉ।”


Swiv nou:

Piblisite


Piblisite