Biblia Todo Logo
Bib sou entènèt

- Piblisite -




୩ ଯୋହନ 1:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ। ଯେ ସତ୍କର୍ମ କରେ, ସେ ଈଶ୍ବରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ବରଙ୍କୁ ଦର୍ଶନ କରି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ। ଯେ ସତ୍କର୍ମ କରେ, ସେ ଈଶ୍ଵରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ଵରଙ୍କୁ ଦର୍ଶନ କରି ନାହିଁ।

Gade chapit la Kopi

ଓଡିଆ ବାଇବେଲ

11 ପ୍ରିୟ ବନ୍ଧୁ, ତୁମ୍ଭେ ଦୁଷ୍କର୍ମର ଅନୁକାରୀ ନ ହୋଇ ସତ୍କର୍ମର ଅନୁକାରୀ ହୁଅ । ଯେ ସତ୍କର୍ମ କରେ, ସେ ଈଶ୍ୱରଙ୍କଠାରୁ ଜାତ; ଯେ ଦୁଷ୍କର୍ମ କରେ, ସେ ଈଶ୍ୱରଙ୍କୁ ଦର୍ଶନ କରି ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

11 ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ।

Gade chapit la Kopi




୩ ଯୋହନ 1:11
22 Referans Kwoze  

ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର; ତେବେ ତୁମ୍ଭେ ଅନନ୍ତକାଳ ବାସ କରିବ।


ଅତଏବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ବରଙ୍କ ଅନୁକାରୀ ହୁଅ;


ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।


କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ।


ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।


ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍‌ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ?


କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର-ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୈର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ।


ସେ ଧାର୍ମିକ ଅଟନ୍ତି, ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ, ସେ ଯେ ତାହାଙ୍କଠାରୁ ଜାତ, ଏହା ମଧ୍ୟ ଜାଣ।


କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦିୟା ପ୍ରଦେଶସ୍ଥ ଈଶ୍ବରଙ୍କ ମଣ୍ଡଳୀ-ସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହିସବୁ ଦୁଃଖଭୋଗ କରୁଅଛ।


ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,


କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ।”


ମୋʼ ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି,


ତୁମ୍ଭେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାଦ୍‍ବର୍ତ୍ତୀ ହେବ ନାହିଁ, ପୁଣି, ନ୍ୟାୟବିଚାର ଅନ୍ୟଥା କରିବା ପାଇଁ ବହୁ ଲୋକର ପକ୍ଷ ହୋଇ ପ୍ରତିବାଦ କରିବ ନାହିଁ;


ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ।


ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ।


ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ।


ଯେ ଆପଣା ଭୂମି ଚାଷ କରେ, ସେ ଯଥେଷ୍ଟ ଆହାର ପାଇବ; ମାତ୍ର ଯେ ଅସାର ବିଷୟରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ।


ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର।


ଏଥିରେ କିଏ ଈଶ୍ବରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କଠାରୁ ଜାତ ନୁହେଁ।


ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ବରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି।


Swiv nou:

Piblisite


Piblisite