Biblia Todo Logo
Bib sou entènèt

- Piblisite -




୨ ତୀମଥି 3:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କିନ୍ତୁ ସେମାନେ ଆଉ ଅଧିକ ଆଗକୁ ଯିବେ ନାହିଁ; କାରଣ ସେହି ଦୁଇ ଜଣଙ୍କର ମୂର୍ଖତା ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ଜଣାପଡ଼ିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କିନ୍ତୁ ସେମାନେ ଆଉ ଅଧିକ ଅଗ୍ରସର ହେବେ ନାହିଁ; କାରଣ ସେହି ଦୁଇ ଜଣଙ୍କର ମୂଢ଼ପଣ ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ସୁସ୍ପଷ୍ଟ ହେବ।

Gade chapit la Kopi

ଓଡିଆ ବାଇବେଲ

9 କିନ୍ତୁ ସେମାନେ ଆଉ ଅଧିକ ଆଗକୁ ଯିବେ ନାହିଁ; କାରଣ ସେହି ଦୁଇ (ଯନ୍ନିସ୍ ଓ ଯମ୍ବ୍ରୀସ୍ ) ଜଣଙ୍କର ମୁର୍ଖତା ଯେପରି ପ୍ରକାଶ ପାଇଥିଲା, ସେହିପରି ଏମାନଙ୍କର ମଧ୍ୟ ସମସ୍ତଙ୍କ ନିକଟରେ ଜଣାପଡ଼ିବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 କିନ୍ତୁ ସେମାନେ ବେଶୀ ଆଗେଇ ପାରିବେ ନାହିଁ। ଦିନେ ସମସ୍ତେ ଜାଣିବେ, ସେମାନେ କେଡ଼େ ନିର୍ବୋଧ। ଯନ୍ନୀସ ଓ ଯମ୍ବ୍ରୀସ୍ଙ୍କ ଜୀବନରେ ଯାହା ଘଟିଥିଲା, ସେମାନଙ୍କ ଜୀବନରେ ତାହା ହିଁ ହେବ।

Gade chapit la Kopi

ପବିତ୍ର ବାଇବଲ

9 କିନ୍ତୁ ନିଜ କର୍ମରେ ସେମାନେ ସଫଳକାମ ହେବେ ନାହିଁ। ସମସ୍ତେ ଦେଖିବେ ଯେ ସେମାନଙ୍କର ମୂର୍ଖତା ପ୍ରକାଶିତ ହୋଇଛି। ଯନ୍ନୀସ୍ ଓ ଯମ୍ବ୍ରୀସ୍ ସହିତ ମଧ୍ୟ ଏହା ଘଟିଥିଲା।

Gade chapit la Kopi




୨ ତୀମଥି 3:9
14 Referans Kwoze  

ଆଉ ଯେପରି ଯନ୍ନିସ୍ ଓ ଯମ୍ବ୍ରୀସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି, ଏମାନେ ମନରେ ଭ୍ରଷ୍ଟ ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣସିଦ୍ଧ ନୁହଁନ୍ତି।


ଅର୍ଥାତ୍‍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା।


ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେ ମୋଶାଙ୍କ ସାକ୍ଷାତରେ ଠିଆ ହୋଇ ପାରିଲେ ନାହିଁ; କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିସରୀୟମାନଙ୍କ ଶରୀରରେ ବଥ ଜାତ ହେଲା।


ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ। ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇ ପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ-ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା।


ଆପଣମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆପଣମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବ ନାହିଁ, ସେମାନେ ଏବେ କାହାନ୍ତି?


ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ; ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।


ତହିଁରେ ମୀଖାୟ କହିଲା, “ଦେଖ, ଯେଉଁ ଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରିକି ଯିବ, ସେହି ଦିନ ତାହା ଜାଣିବ।”


ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ; ତହିଁରେ ମିସରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ।


କିନ୍ତୁ ସେମାନେ କ୍ରୋଧରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କ ପ୍ରତି କଅଣ କରିପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ।


Swiv nou:

Piblisite


Piblisite